Home / ଶିକ୍ଷା / ମଙ୍ଗଳା ମହାବିଦ୍ୟାଳୟରେ ଭାଷା ସାହିତ୍ୟ ଉତ୍ସବ ଉଦଯାପିତ

ମଙ୍ଗଳା ମହାବିଦ୍ୟାଳୟରେ ଭାଷା ସାହିତ୍ୟ ଉତ୍ସବ ଉଦଯାପିତ

img 20240120 194101

କାକଟପୁର(ତୁଷାର ଦୀକ୍ଷିତ )ତା ୨୦/୦୧ , କାକଟପୁର ମଙ୍ଗଳା ମହାବିଦ୍ୟାଳୟ ଓ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓଡ଼ିଆ ଭାଷା ସାହିତ୍ୟ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ଓ ପ୍ରସାର ନିମନ୍ତେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ, ବକ୍ତୃତା, ହସ୍ତାକ୍ଷର, କବିତା, ଗଳ୍ପ, ବ୍ୟାକରଣ, ଓଡ଼ିଆ ସାହିତ୍ୟ ସମ୍ପର୍କୀୟ ବିତର୍କ, ଗୀତ ଓ ନୃତ୍ୟ ପ୍ରତିଯୋଗିତା ଆଦି କରାଯିବା ସହିତ ଓଡ଼ିଆ ସିନେମା ପ୍ରଦର୍ଶନ ଶ୍ରୀ ଜଗନ୍ନାଥ ସଂସ୍କୃତି ସମ୍ପର୍କିତ ଆଲୋଚନାଚକ୍ର, ଓଡ଼ିଆ ଭାଷା ଓ ସାହିତ୍ୟ ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ପ୍ରାୟ ୧ ସପ୍ତାହ ବ୍ୟାପି କାର୍ଯ୍ୟକ୍ରମର ଶନିବାର ଥିଲା ଉଦଯାପନୀ ଉତ୍ସବ l ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ଅଧ୍ୟକ୍ଷ ପ୍ରଫେସର ଡ଼ଃ ଅଶୋକ କୁମାର ତ୍ରିପାଠୀ ମାନପତ୍ର, ଟ୍ରଫି, ଅର୍ଥ ରାଶି ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ l ଏହି କାଯ୍ୟକ୍ରମରେ ବରିଷ୍ଠ ଇଂରାଜୀ ଅଧ୍ୟାପିକା ବେଞ୍ଜୁଲତା ସ୍ୱାଇଁ ମଞ୍ଚ ପରିଚାଳନା କରିଥିବାବେଳେ ବରିଷ୍ଠ ଅଧ୍ୟାପକ ଜଗନ୍ନାଥ ଦୀକ୍ଷିତ, ସୁକାନ୍ତ ମହାରଣା, ଡ଼ଃ ସଂଗ୍ରାମ ଛାଟୋଇ, ଜ୍ୟୋତିପ୍ରକାଶ ପୋଲେଇ, ଜିତେନ୍ଦ୍ର ଦାଶ, ଡ଼ଃ ମାନସି ସାହୁ, ପ୍ରଫୁଲ୍ଲ କୁମାର ନାହାକ, ପୂର୍ଣ୍ଣ ନାୟକ, ସୁମିତ ରାଉତ, ଦେବାଶିଷ ପ୍ରଧାନ, ଝରଣା ବେହେରାଙ୍କ ସମେତ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଅଂଶଗ୍ରହଣ କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply