Home / ସଂସ୍କୃତି ଓ ପରମ୍ପରା / ଅଯୋଧ୍ୟାରେ ସୋଭାପାଇବ ସତ୍ୟବାଦୀର ପଟ୍ଟଚିତ୍ର

ଅଯୋଧ୍ୟାରେ ସୋଭାପାଇବ ସତ୍ୟବାଦୀର ପଟ୍ଟଚିତ୍ର

img 20240121 wa0017

 
ଅଯୋଧ୍ୟାରେ ସୋଭାପାଇବ ସତ୍ୟବାଦୀର ପଟ୍ଟଚିତ୍ର
ନୀଳମଣିଙ୍କ ତୂଳୀରେ ରାମଲାଲା ଙ୍କ କାହାଣୀ
ସତ୍ୟବାଦୀ: ତା – ୨୧.୧.୨୪
ରିପୋର୍ଟ୍ – ସିଂହାରୀ ଆଲୋକ ଖୁଣ୍ଟିଆ

ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଉତ୍ସବମୁଖର ହୋଇ ଉଠିଛି ସାରା ଦେଶ । ପୁରୀ ସତ୍ୟବାଦୀ ବ୍ଲକ ମଠ ସାହି ଅଞ୍ଚଳର ପଟ୍ଟଚିତ୍ର କାରିଗର ନୀଳମଣି ଜେନାଙ୍କ ତୁଳି ମୁନରେ ଶୋଭା ପାଇଛି ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଥିବା ରାମଲାଲାଙ୍କ ଭବ୍ୟ ମନ୍ଦିର ଏବଂ ଜନ୍ମଠାରୁ ରଜଭିସେକ ବିଷୟ ବସ୍ତୁ।
ରାମଲାଲାଙ୍କ ଜୀବନୀଠାରୁ ନେଇ ରାଜ୍ୟାଭିଷେକ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ଅତିନିଖୁଣ ଭାବେ ଦର୍ଶାଇଛନ୍ତି ନୀଳମଣି ଓ ତାଙ୍କ ସହଯୋଗୀ । କଟନ କପଡା ଏବଂ ସମ୍ପୂର୍ଣ୍ଣ ପ୍ରାକୃତିକ ରଙ୍ଗରେ ମୋଟ୍ ୮ ଫୁଟ ଲମ୍ବ ଏବଂ ୩ ଫୁଟ ଓସାରର ଏହି କଳାକୃତିକୁ ନୀଳମଣି ଏବଂ ତାଙ୍କ ପାଞ୍ଚ ସହଯୋଗୀ ଆଙ୍କିବାକୁ ମୋଟ୍ ୩୦ ଦିନ ସମୟ ନେଇଛନ୍ତି।
ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳର ଏହି ଯୁବ ପଟ୍ଟଚିତ୍ର ଶିଳ୍ପୀ ନୀଳମଣି ଜେନା ପଟ୍ଟଚିତ୍ର ଅଙ୍କିବାରେ ଅନେକ ପାରଦର୍ଶିତା ହାସଲ କରିଛନ୍ତି, ପୁର୍ବରୁ ଦେଶର ରାଷ୍ଟ୍ରପତି, ପ୍ରଧାନ ମନ୍ତ୍ରୀ, ରାଜ୍ୟର ମୂଖ୍ୟମନ୍ତ୍ରୀ, ରାଜ୍ୟପାଳ ଙ୍କୁ ନିଜର ପଟ୍ଟଚିତ୍ର ଭେଟି ଦେଇ ପ୍ରଶଂସିତ ହେବା ସହିତ ଇଣ୍ଟରନାସନାଲ ଆଚିଭମେଣ୍ଟ ଇଣ୍ଡିଆ ଆୱାର୍ଡ ୨୦୧୯, ଇଣ୍ଟରନାସନାଲ ଆର୍ଟ ଆଣ୍ଡ ଇମାଜିନେସନ ଆୱାର୍ଡ଼ ହାସଲ କରିଛନ୍ତି।
କର୍ମଜୀବୀ ନାମରେ ଏକ ହସ୍ତଶିଳ୍ପ ଅନୁଷ୍ଠାନ କରିଥିବା ପଟ୍ଟଚିତ୍ର ଶିଳ୍ପୀ ନୀଳମଣି ପୂର୍ବରୁ ଉଭୟ ଜିଲ୍ଲା ଓ ରାଜ୍ୟସ୍ତରୀୟ ଅନେକ ପ୍ରତିଯୋଗୀତାରେ ଭାଗ ନେଇ ବେଶ ସଫଳତା ପାଇଛନ୍ତି।
ନୀଳମଣିଙ୍କ କଳାକୃତି ଅଯୋଧ୍ୟା ଯାଉଥିବାରୁ ଅଞ୍ଚଳ ବାସିନ୍ଦା ଖୁସିବ୍ୟକ୍ତ କରିଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply