Home / ମୁଖ୍ୟ ଖବର / ଅସ୍ତରଙ୍ଗ ଉଚ୍ଚ ବିଦ୍ୟାଳୟର ୧୯୯୪ ବ୍ୟାଚର ବନ୍ଧୁମିଳନ ଅନୁଷ୍ଠିତ

ଅସ୍ତରଙ୍ଗ ଉଚ୍ଚ ବିଦ୍ୟାଳୟର ୧୯୯୪ ବ୍ୟାଚର ବନ୍ଧୁମିଳନ ଅନୁଷ୍ଠିତ

img 20240126 wa0032

କାକଟପୁର (ତୁଷାର ଦୀକ୍ଷିତ )୨୬/ ୧ ପୁରୀଜିଲ୍ଲା ଅସ୍ତରଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟର 1994 ମାଟ୍ରିକ୍ ବ୍ୟାଚ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ସର୍ବଧର୍ମ ପୀଠ ପୀର ଜାହାନିଆ ଠାରେ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି । 1994 ମାଟ୍ରିକ୍ ବ୍ୟାଚ୍ ପ୍ରାୟ ଶତାଧିକ ଛାତ୍ରଛାତ୍ରୀ ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ପୁରାତନ ଛାତ୍ରଛାତ୍ରୀ ମାନେ ଦୀର୍ଘ 30 ବର୍ଷ ପରେ ପରସ୍ପର ପରସ୍ପର କୁସାକ୍ଷାତ କରି ବେଶ ଭାବବିହ୍ୱଳ ହୋଇପଡିବା ସହିତ ଭାବର ଆଦାନ ପ୍ରଦାନ କରିଥିଲେ l ପୁରାତନ ଦିବଂଗତ ଛାତ୍ରୀ ରାଜଲକ୍ଷ୍ମୀ ଜେନା ଏବଂ ଦମୟନ୍ତୀ ସ୍ୱାଇଁଙ୍କ ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ଏହି ବନ୍ଧୁମିଳନ କାର୍ଯ୍ୟକ୍ରମକୁ ସାଥି ଅକ୍ଷୟ ମୁଦୁଲି, ଦିଲ୍ଲୀପ ଦାସ, ଚିନ୍ମୟ ନାୟକ, ପ୍ରମୋଦ ବିଶ୍ୱାଳ,ପ୍ରଶାନ୍ତ ସାହୁ, ସୁଶାନ୍ତ ମୁରୁଣି, ଆଦିତ୍ୟ ରାଉତ, ପ୍ରଦୀପ ସାହୁ, ମଣ୍ଟୁ ବେହେରା, ସସ୍ମିତା ଛାଟୋଇ, ମମତା ମୁଦୁଲି ପ୍ରମୁଖ ପରିଚାଳନା କରିଥିବାବେଳେ ଇନ୍ଦିରା, ଡଲି,ରଞ୍ଜନା, ସାବିତ୍ରୀ,ଝିଲ୍ଲୀ, ସଞ୍ଜୟ, ସମୀର, ଦିଲ୍ଲୀପ, ବିଚିତ୍ର, ତରା, ମଞ୍ଜୁ, ରୋଜାଲିନ, ସଞ୍ଜୁ, ପଙ୍କଜ,ବାସୁ ଝାଟକିଶୋର ପ୍ରମୁଖ ସେମାନଙ୍କ ପରିବାର ବର୍ଗଙ୍କ ସହିତ ଯୋଗଦେଇ ବେଶ ସ୍ମୃତି ସାଉଁଟିଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply