Home / ଶିକ୍ଷା / “ସହୀଦ ଦିବସ” ଉପଲକ୍ଷେ ବୃକ୍ଷ ରୋପଣ

“ସହୀଦ ଦିବସ” ଉପଲକ୍ଷେ ବୃକ୍ଷ ରୋପଣ

brukhya


କଣାସ,ତା ୩୦/୦୧/୨୦୨୪ – ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ (ସହିଦ ଦିବସ) କିଷାନ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟିତ୍ରୀ ଅଭିଭାବକ ଓ ପରିଚାଳନା କମିଟିର ସଭ୍ୟ/ସଭ୍ୟା ମାନେ ଯୋଗ ଦେଇଥିଲେ। ବିଦ୍ୟାଳୟ ପରିସରରେ ଆମ୍ବ, ଅଁଳା, ପିଜୁଳି ଓ ବଉଳକୋଳି ବୃକ୍ଷ ରୋପଣ କରାଯାଇଥିଲା। ସହୀଦ ଦିବସ ଉପଲକ୍ଷେ ବିଦ୍ୟାଳୟରେ ସାଧାରଣ ସଭାର ଆୟୋଜନ ହୋଇଥିଲା। ଏଥିରେ ବିଦ୍ୟାଳୟର ପରିଚାଳନା ସମିତି ଅଧ୍ୟକ୍ଷ ଶିବ ପ୍ରସାଦ ବଳିୟାର ସିଂହ ସଭାପତିତ୍ବ କରିଥିଲେ। ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ମଙ୍ଗରାଜ ଦିବସ ମହତ୍ଵ ସଂପର୍କରେ ଆଲୋକପାତ କରିଥିଲେ। ସହକାରୀ ଶିକ୍ଷକ ସିଦ୍ଧେଶ୍ୱର ବେହେରା, ଚାରୁଲତା ଦେଇ ମହାତ୍ମାଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ। ଶିକ୍ଷୟିତ୍ରୀ ମମତା ମୁର୍ମୁ ମଞ୍ଚ ପରିଚାଳନା କରିବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply