Home / ମୁଖ୍ୟ ଖବର / ମଙ୍ଗଳା ମନ୍ଦିରରେ ଇ ହୁଣ୍ଡୀ ଉଦଘାଟିତ

ମଙ୍ଗଳା ମନ୍ଦିରରେ ଇ ହୁଣ୍ଡୀ ଉଦଘାଟିତ

ehundi

କାକଟପୁର – ତା 30/01 -( ତୁଷାର ଦୀକ୍ଷିତ ) ,କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ମନ୍ଦିରରେ ସ୍ଥାନୀୟ ୟୁକୋ ବ୍ୟାଙ୍କ ପକ୍ଷରୁ ଡିଜିଟାଲ-ଇ-ହୁଣ୍ଡୀ ସ୍ଥାପନା କରାଯାଇଛି l ସାରା ଭାରତରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଅର୍ଥ ଦେଣ ନେଣକୁ ସରଳିକରଣ କରିବାପାଇଁ ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଅର୍ଥ କାରବାରକୁ ଅଗ୍ରାଧିକାର ଦେଇଛନ୍ତି l ମା ମଙ୍ଗଳା ମନ୍ଦିରକୁ ଆସୁଥିବା ଭକ୍ତ ମାନେ ସେମାନଙ୍କ ଦାନ ଅର୍ଥ ମନ୍ଦିର ହୁଣ୍ଡୀରେ ଦେଇଥାନ୍ତି ମାତ୍ର ଉକ୍ତ ଦାନ ଅର୍ଥ ଦୀର୍ଘଦିନ ଧରି ହୁଣ୍ଡିରେ ପଡି଼ବା ଫଳରେ ନୋଟ ଗୁଡିକ ଖରାପ ହୋଇଯିବା ହେତୁ ଏହା ଅଚଳ ହୋଇପଡେ l ଏହାକୁ ଦୃଷ୍ଟିରେ ରଖି ମନ୍ଦିର କତୃପକ୍ଷ ସ୍ଥାନୀୟ ୟୁକୋ ବ୍ୟାଙ୍କ ଶାଖାକୁ ଏକ ଇ-ହୁଣ୍ଡୀ ବସାଇବା ପାଇଁ ପ୍ରସ୍ତାବ ଦେଇଥିଲେ l ୟୁକୋ ବ୍ୟାଙ୍କର ଅବସର ପ୍ରାପ୍ତ ଡିଜିଏମ ପ୍ରମୋଦ କୁମାର ନାୟକ, ୟୁକୋ ବ୍ୟାଙ୍କ ଶାଖାର ପରିଚାଳକ ଶୁଭାଶିଷ ପଣ୍ଡା, ସହ ପରିଚାଳକ ବିଷ୍ଣୁପ୍ରସାଦ ଜେନା, ବ୍ୟାଙ୍କ ଅଧିକାରୀ ସୌମ୍ୟକାନ୍ତ ରାଉତ, ମଙ୍ଗଳା ମନ୍ଦିର ଟ୍ରଷ୍ଟି ତଥା ସ୍ଥାନୀୟ ତହସିଲଦାର ଅଙ୍କିତା ଅନିନ୍ଦିତା, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ, ମନ୍ଦିର ଟ୍ରଷ୍ଟି ଉପଦେଷ୍ଟା ତୁଷାର ରଞ୍ଜନ ଦୀକ୍ଷିତ, ସେବାୟତ ନିଯୋଗ ଉପସଭାପତି କମଳ ଲୋଚନ ଦୀକ୍ଷିତଙ୍କ ଉପସ୍ଥିତିରେ ମା ଙ୍କ ଆଜ୍ଞା ମାଳ ଦିଆଯାଇ ଇ ହୁଣ୍ଡୀକୁ ସ୍ଥାପନା କରାଯାଇଥିଲା l ଆଜି ଠାରୁ ମାତୃଭକ୍ତ ମାନଙ୍କ ଦାନ ଅର୍ଥ ସିଧାସଳଖ ମନ୍ଦିର ବ୍ୟାଙ୍କ ଖାତାକୁ ଯିବା ସହିତ ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟରେ ଏହା ସହାୟକ ହୋଇପାରିବ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି 

SPREAD YOUR LOVE WITH YOUR FRIENDS AND FAMILY

Leave a Reply