Home / ସଂସ୍କୃତି ଓ ପରମ୍ପରା / ଆଚାର୍ଯ୍ୟ ହରିହର ଦାସଙ୍କ ୧୪୬ ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

ଆଚାର୍ଯ୍ୟ ହରିହର ଦାସଙ୍କ ୧୪୬ ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

harihar

ଆଚାର୍ଯ୍ୟ ହରିହର ଦାସଙ୍କ ୧୪୬ ତମ ରାଜ୍ୟସ୍ତରୀୟ ଜୟନ୍ତୀ ଜନ୍ମପୀଠ ଶ୍ରୀରାମଚନ୍ଦ୍ରପୁରଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଆଚାର୍ଯ୍ୟ ଯୁବ ପରିଷଦଙ୍କ ମିଳିତ ସହଯୋଗରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ଯରେ ଆଚାର୍ଯ୍ୟ ହରିହରଙ୍କ ଜୀବନୀ ଉପରେ ବକ୍ତୃତା ପ୍ରତିଯୋଗିତା ହୋଇ ପୁରସ୍କାର ବିତରଣ କରାଯାଇଥିଲା। ସନ୍ଧ୍ୟାରେ କବି ରବୀନ୍ଦ୍ରନାଥ ଷଡ଼ଙ୍ଗୀ ମଞ୍ଚ ପରିଚାଳନା କରିଥିଲେ। ସଭା ଆରମ୍ଭରେ ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ତଥା ସାହିତ୍ୟିକ ସାତକଡ଼ି ହୋତାଙ୍କ ବିୟୋଗରେ ତାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା। ସତ୍ୟବାଦୀ ଅଞ୍ଚଳର କବି ରଞ୍ଜନ ମିଶ୍ର, ବିଶାଖା ଦେବୀ, ରବୀନ୍ଦ୍ରନାଥ ଷଡ଼ଙ୍ଗୀ, ବିଜୟ ପରିଡ଼ା, ରଶ୍ମି ରଞ୍ଜନ ସାହୁ, ଅନସୂୟା କାଣ୍ଡି, କୃପାନିଧି ପ୍ରଧାନ, ସ୍ନେହଶ୍ରଦ୍ଧା ପ୍ରଧାନ, ସଂପୂର୍ଣାନନ୍ଦ ମିଶ୍ର, ବନ୍ଦନା ମହାପାତ୍ର, ଉପେନ୍ଦ୍ର ମହାରଣା, ଅଭୟ କୁମାର ସାହୁ ପ୍ରମୁଖ ଆଚାର୍ଯ୍ୟଙ୍କ ସ୍ମୃତିରେ ସ୍ବରଚିତ କବିତା ପାଠ କରିଥିଲେ। ସଞ୍ଜୟ କୁମାର ଛୁଆଳସିଂ ସ୍ବାଗତ ଭାଷଣ ଦେଇଥିଲେ।ବିଶିଷ୍ଟ ସାହିତ୍ୟିକ ଶ୍ରୀ ପୂର୍ଣେନ୍ଦୁ କୁମାର ଦାସ ସ୍ମୃତି ସଭାକୁ ଉଦ୍‌ଘାଟନ କରିଥିବାବେଳେ ବିଶିଷ୍ଟ ସାହିତ୍ୟିକ ଉପେନ୍ଦ୍ର ପ୍ରସାଦ ନାୟକ ମୁଖ୍ୟ ଅତିଥି, ବିଶିଷ୍ଟ ସାହିତ୍ୟିକ ଶ୍ରୀ ତ୍ରିନାଥ ହୋତା ସମ୍ମାନନୀୟ ଅତିଥି,ମୁଖ୍ୟ ଅତିଥି ଭାବରେ ଗାଳ୍ପିକ ରବି ପଣ୍ଡା, ଅତିଥି ଭାବରେ ପ୍ରତିମାରାଣୀ ମିଶ୍ରଷଡ଼ଙ୍ଗୀ, ପ୍ରଫେସର ବୃନ୍ଦାବନଚନ୍ଦ୍ର ରଥ ଯୋଗଦେଇ ଆଚାର୍ଯ୍ୟ ହରିହରଙ୍କ ଜୀବନ ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ। ସୁସାହିତ୍ୟିକ ସତ୍ୟବାଦୀ ଦାସଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ଯୁବ ପରିଷଦର ସଭାପତି ଅଜିତ କୁମାର ରଥ,ସମ୍ପାଦକ ମାନସ ପ୍ରସାଦ ତ୍ରିପାଠୀ, ପ୍ରଭାକର ତ୍ରିପାଠୀ, ସୌରଭ ନନ୍ଦ, ତପନ କୁମାର ତ୍ରିପାଠୀ, ସୁବ୍ରତ ନନ୍ଦ,ଅଖିଳ ମିଶ୍ର,ଦିବ୍ୟ ରଞ୍ଜନ ଦାଶ, ନଳିନୀ ମିଶ୍ର, ବିନାୟକ ଶତପଥି, ଆଶୁତୋଷ ତ୍ରିପାଠୀ, ପବିତ୍ର ମିଶ୍ର ପ୍ରମୁଖ କର୍ମକର୍ତ୍ତା ସହଯୋଗ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply