Home / ମୁଖ୍ୟ ଖବର / ଜୟଦେବ ସମାରୋହ ରେ ଲୋକାର୍ପଣ ହେଲା ପୁସ୍ତକ “ସିଲଭର ଗାନ୍ଧୀ ଇଣ୍ଡିଆ”

ଜୟଦେବ ସମାରୋହ ରେ ଲୋକାର୍ପଣ ହେଲା ପୁସ୍ତକ “ସିଲଭର ଗାନ୍ଧୀ ଇଣ୍ଡିଆ”

silvergandhi

ଭୁବନେଶ୍ଵର: ତା ୧୯.୨.୨୪ (ସିଂହାରୀ ଆଲୋକ ଖୁଣ୍ଟିଆ) – ଆଜି ଉତ୍କଳ ମଣ୍ଡପ, ଭୁବନେଶ୍ୱର ଠାରେ ବର୍ଣ୍ଣାଢ଼୍ୟ ଉତ୍ସବରେ ଅନୁଷ୍ଟିତ ହୋଇଯାଇଛି ୫୮ ତମ ଜୟଦେବ ସମାରୋହ- ୨୪ ର ଉଦଯାପନୀ ସନ୍ଧ୍ୟା, ଏହି ଅବସରରେ ଅତିଥି ମାନଙ୍କ ଉପସ୍ଥିତିରେ କଳାକାର ତଥା ସମାଜସେବୀ ମୋହନ ମହାପାତ୍ରଙ୍କୁ ସମ୍ମାନୀତ କରାଯିବା ସହିତ ଉନ୍ମୋଚନ ହେଇଛି ଡ଼. ପ୍ରସନ୍ନ ପାଟ୍ଟଶାଣୀଙ୍କ ରଚିତ ପୁସ୍ତକ “ସିଲଭର ଗାନ୍ଧୀ ଇଣ୍ଡିଆ”।

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ନାଟକ ବିଭାଗର ଛାତ୍ର ମୋହନ ମହାପାତ୍ର ଏକାଧାରରେ ଜଣେ କଳାକାର ସହିତ ସମାଜ ସେବୀ ମଧ୍ୟ ଅଟନ୍ତି। ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ବେନୁପଡ଼ା ଗ୍ରାମରେ ଜନ୍ମିତ ମୋହନଙ୍କର ପିଲାଟି ଦିନରୁ ଅଭିନୟ, ସମାଜ ସେବା ସହିତ ଦାନ ଧର୍ମରେ ଅହେତୁକ ଆଗ୍ରହ ରହିଥିଲା, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ନାଟକ ବିଭାଗରେ ଶିକ୍ଷା ସମାପ୍ତ ପରେ ସମାଜ ସେବା ସହିତ ଜନସାଧାରଣ ଙ୍କୁ ସଚେତନତା ପାଇଁ ଆରମ୍ଭ କରିଥଲେ କାର୍ଯ୍ଯ ଜନସାଧାରଣ ଙ୍କ ଧ୍ୟାନ ଆକର୍ଷଣ ପାଈଁ ସାଜିଥିଲେ ଗାନ୍ଧୀ ବେଶ, ସମାଜର ମଙ୍ଗଳ ପାଇଁ ଭୁଲିଯାଇଥିଲେ ନିଜର ଯୁବକ ସମୟର ସୌଖ କୁ ମୁଣ୍ଡ ଲଣ୍ଡା କରି, ଧଳା ଲୁଗା ପିନ୍ଧି, ଦେହରେ ରୂପେଲି ରଙ୍ଗ ମାରି ଗୋଟେ ହାତରେ ଠେଙ୍ଗା ଏବଂ ଅନ୍ୟହାତରେ ସଚେତନତା ବାର୍ତ୍ତା ର ପ୍ଲା କାର୍ଡ ଧରି ଆରମ୍ଭ କରିଥିଲେ ନିଜର ଯାତ୍ରା, ଏ ଗାଁ ରୁ ସେ ଗାଁ, ସହରର ଗଳିକନ୍ଦି, ବଜାର, ସ୍କୁଲ୍, କଲେଜ ଖାଲି ପାଦରେ ବୁଲିଲେ ଏବଂ ଲକ୍ଷ ଥିଲା ଗୋଟିଏ ସମାଜ ର ମଙ୍ଗଳ, ଜନସାଧାରଣ ମଧ୍ଯ ରୂପେଲି ରଙ୍ଗର ଗାନ୍ଧୀ ବେଶ ଧାରି ଯୁବକଙ୍କୁ ଦେଖି କୌତୁହଳ ରେ ଭିଡ଼ ଜମାଉଥିଲେ ସେବେଠାରୁ ମୋହନ ପାଲଟି ଯାଇଥିଲେ “ସିଲିଭର ଗାନ୍ଧୀ”।

ମୋହନଙ୍କ ଗାନ୍ଧୀ ବେଶରେ ପୁରୀରୁ ଦିଲ୍ଲୀ ପଦଯାତ୍ରା ସାରା ଭାରତରେ ଆଲୋଡନ ଖେଳିଯାଇଥିଲା, ସ୍ୱଚ୍ଛତାର ବାର୍ତ୍ତା ନେଇ ଦିଲ୍ଲୀରେ ଦେଶର ପ୍ରଧାନ ମନ୍ତ୍ରୀ ଏବଂ ମହାମହିମ୍ ରାଷ୍ଟ୍ରପତିଙ୍କୁ ଭେଟିବା ପରେ ଦେଶରେ ପାଲଟିଯାଇଥିଲେ ସ୍ୱଚ୍ଛ ଭାରତ ଅଭିଯାନର ଜଣେ ବ୍ରାଣ୍ଡ ଆମ୍ବାସାଡର ପରବର୍ତ୍ତୀ ସମୟରେ
ପଦଯାତ୍ରା ରେ ବିଶ୍ୱ ରେକର୍ଡ ସ୍ଥାପନା କରିଥିବା ଓ ଯାହାଙ୍କ କୃତୀ ଓ କୀର୍ତ୍ତିକୁ ଆଧାର କରି “ସିଲିଭର ଗାନ୍ଧୀ” ନାମରେ ଏକ ହିନ୍ଦୀ ଚଳଚ୍ଚିତ୍ର ନିର୍ମିତ ହୋଇଥିଲା । ସେଇ ଆମ ଓଡ଼ିଆ ପୁଅ ସିଲଭର ଗାନ୍ଧୀ (ମୋହନ ମହାପାତ୍ର)ଙ୍କ ସଙ୍ଘର୍ଷର ଯାତ୍ରା ଉପରେ ଆଧାରିତ ଡ଼. ପ୍ରସନ୍ନ ପାଟ୍ଟଶାଣୀଙ୍କ ରଚିତ ପୁସ୍ତକ “ସିଲଭର ଗାନ୍ଧୀ ଇଣ୍ଡିଆ” ର ଲୋକାର୍ପଣ କାର୍ଯ୍ୟକ୍ରମ ରେ ଆଜି ଓଡିଶାର ମାନ୍ୟଗଣ୍ୟ ଅତିଥି ମାନେ ଯୋଗଦାନ୍ କରି ମୋହନ ମହାପାତ୍ରଙ୍କୁ ପ୍ରଶଂସା କରିବା ସହିତ ଆଗକୁ ଏହି ପୁସ୍ତକ ଜରିଆରେ ଜନସାଧାରଣ ସମାଜ ସେବା ପାଇଁ ପ୍ରେରଣା ପାଇପାରିବେ ବୋଲି ଆଲୋଚନା କରିଥିଲେ।
ଆଜିର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଡ଼ା ଶ୍ରୀନିବାସ ଘଟଟୁଆରୀ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply