Home / ମୁଖ୍ୟ ଖବର / ସାକ୍ଷୀଗୋପାଳ ରେଳ ଓଭରବ୍ରିଜ ପାଇଁ ୨୯ ରେ ଜନ ଶୁଣାଣି

ସାକ୍ଷୀଗୋପାଳ ରେଳ ଓଭରବ୍ରିଜ ପାଇଁ ୨୯ ରେ ଜନ ଶୁଣାଣି

bridge

ସାକ୍ଷୀଗୋପାଳ: ୨୦.୨.୨୪(ସିଂହାରୀ ଆଲୋକ ଖୁଣ୍ଟିଆ)- ସାକ୍ଷୀଗୋପାଳ ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଅଟେ ଏବଂ ନିକଟରେ ପ୍ରତିଷ୍ଠିତ ହୋଇଛି ଏଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ। ପ୍ରତି ଦିନ ସାକ୍ଷୀଗୋପାଳ ମନ୍ଦିରକୁ ହଜାର ସଂଖ୍ୟାରେ ବସ୍, କାରରେ ପର୍ଯ୍ୟଟକ ଆସିଥାନ୍ତି, ନିକଟତମ ଅଞ୍ଚଳରେ ସାକ୍ଷୀଗୋପାଳ ଏକ ପ୍ରମୁଖ ବ୍ୟବସାୟିକ ସ୍ଥଳ ହୋଇଥିବାରୁ ସାକ୍ଷୀଗୋପାଳ ବଜାରରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଜନସାଧାରଣ ନିର୍ଭର କରନ୍ତି ତା ସହିତ ସାକ୍ଷୀଗୋପାଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିକଟତମ  ଅଞ୍ଚଳରୁ ରୋଗି ମାନେ ଆମ୍ବୁଲାନ୍ସ ଆସିଥାନ୍ତି ଏବଂ ବହୁତ୍ ସଂଖ୍ୟାରେ ନଡ଼ିଆ ବୋଝେଇ ଗାଡ଼ି ମଧ୍ୟ ଯିବା ଆସିବା କରିଥାଏ। କିନ୍ତୁ ପ୍ରତିଦିନ ବଜାର ମଝିରେ ୧୨୦ ରୁ ଉର୍ଦ୍ଧ ରେଳ ଚଳା ଚଳ କରୁଥିବାରୁ ସାକ୍ଷୀଗୋପାଳ ବଜାର ରେଳ ଫାଟକ ପ୍ରାୟତଃ ବନ୍ଦ ରୁହେ ଫଳରେ ରୋଗୀଙ୍କ ଜୀବନ ସଙ୍କଟରେ ପଡ଼ିବା ସହିତ ଜନସାଧାରଣ ଏବଂ ଯାତ୍ରୀ ମାନଙ୍କୁ ବହୁତ୍ ମାତ୍ରାରେ ହଇରାଣ ହେବାକୁ ପଡୁଛି।

କିଛି ଉଠା ଦୋକାନୀଙ୍କ ପାଈଁ ସାକ୍ଷୀଗୋପାଳ ବଜାର ଦିନକୁ ଦିନ ସଂକୀର୍ଣ୍ଣ ହେଉଥିବାରୁ ଯାତାୟାତ ର ସମସ୍ୟା ମଧ୍ୟ ବଢିବାରେ ଲାଗିଛି।
ଏଥି ନିମନ୍ତେ ଅନେକ ବର୍ଷ ହେବ ଯାତ୍ରୀ ଏବଂ ଅଞ୍ଚଳ ବାସିନ୍ଦାଙ୍କ ସାକ୍ଷୀଗୋପାଳ ବଜାରରେ ରେଳ ଓଭରବ୍ରିଜ ଏବଂ ରାସ୍ତା ସମ୍ପ୍ରସାରଣ ପାଇଁ ଦାବି ରହି ଆସୁଥିଲା । ଏଥି ନିମନ୍ତେ ପ୍ରସ୍ତୁତି ଜୋରସୋର ରେ  ଆରମ୍ଭ ହୋଇଛି, ଵଜାରରେ ଜାଗା ଅଧିଗ୍ରହଣ ନିମନ୍ତେ ଆସନ୍ତା ୨୯ ତାରିଖରେ ହେବ ଜନ ଶୁଣାଣି ଏଥି ନିମନ୍ତେ  ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ତରଫରୁ ନୋଟିସ୍ ଜାରି କରାଯାଇଛି। ପେଣ୍ଠପଡା ପଞ୍ଚାୟତ ନିମନ୍ତେ ପୂର୍ବାହ୍ନ ୧୧ ଟା ସମୟରେ ପେଣ୍ଠପଡା ପଞ୍ଚାୟତ କାର୍ଯ୍ୟାଳୟରେ ଏବଂ ଜୟପୁର ପଞ୍ଚାୟତ ନିମନ୍ତେ ଅପରାହ୍ନ ୩ ଟା ସମୟରେ ବାଟ ମହାବୀର ମନ୍ଦିର ପ୍ରାଙ୍ଗଣରେ ଜନ ଶୁଣାଣି ହେବାର କାର୍ଯ୍ୟକ୍ରମ ରହିଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply