Home / ମୁଖ୍ୟ ଖବର / ମା ମଙ୍ଗଳା ଙ୍କୁ ଦର୍ଶନ କଲେ ଚଳଚିତ୍ର ଜଗତର ହାସ୍ୟ ଅଭିନେତା ହରି ଭାଇ

ମା ମଙ୍ଗଳା ଙ୍କୁ ଦର୍ଶନ କଲେ ଚଳଚିତ୍ର ଜଗତର ହାସ୍ୟ ଅଭିନେତା ହରି ଭାଇ

hari

କାକଟପୁର – ୧୦/୦୩/୨୦୨୪ ( ତୁଷାର ଦୀକ୍ଷିତ ) – କର୍ମ ଜଞ୍ଜାଳ ଭିତରୁ ବାହାରି ମା ମଙ୍ଗଳା ଙ୍କୁ ଦର୍ଶନ କରିବାକୁ ବାହାରି ଆସିଛନ୍ତି ସିନେ ଚଳଚିତ୍ର ଜଗତରେ ହାସ୍ୟ ଅଭିନେତା ହରି ଭାଇ,ସେ ଆଜି ଦିବା ୧୨ ଘଟିକାରେ ମା ମଙ୍ଗଳା ଙ୍କୁ ପୂଜାର୍ଚନା କରିବା ସହିତ ନିଜ ପରିବାର ପାଇଁ ଶୁଭ ମନାସିଛନ୍ତି, ଯୁବ ସେବାୟତ ଅଞ୍ଜନ କୁମାର ଦୀକ୍ଷିତ, ସୁବାସ କୁମାର ଦୀକ୍ଷିତ,ମଙ୍ଗଳା ମନ୍ଦିର ର ପୂଜା ପଣ୍ଡା ପପୁ ଦୀକ୍ଷିତ, କାନ୍ହା ଦୀକ୍ଷିତ ପ୍ରମୁଖ ଆଶ୍ରିବାଦ ମନ୍ତ୍ର ପଢି ଜେଜମାନ ର ମନସ୍କାମନା ପୂର୍ଣ୍ଣ ହେବା ପାଇଁ ଶୁଭ ମନାସିଛନ୍ତି, ପଣ୍ଡା ମାନଙ୍କ ଗହଣରେ ହରି ଭାଇ ମନ୍ଦିର ଚାରିପଟ ବୁଲି ଦେଖିଥିଲେ, ମା ମଙ୍ଗଳା ଙ୍କ ମନ୍ଦିରରକୁ ଆସି ପୂର୍ବ ଜନ୍ମ ର ଫଳ ବୋଲି କହିଛନ୍ତି, ସେପଟେ ଯୁବ ସେବାୟତ ମାନେ ଅତିଥି ଦେବୋ ଭବ ନୀତିରେ ହରିଙ୍କୁ ମାଙ୍କ ପ୍ରସାଦ ଓ ପାଦୁକା ଦେଇ ସନ୍ତୁଷ୍ଟ କରିଛନ୍ତି, ହରି ମାଙ୍କୁ ପୂଜାର୍ଚନା କଲାବେଳେ ପୂଜାରେ ବିଭୋର ହୋଇ ତାଙ୍କ ଆଖିରୁ ୨ ଟୋପା ଲୁହ ଗଳି ପଡ଼ିଥିବା କଥା ସେ କହିଛନ୍ତି, ଯଦି ତାଙ୍କୁ ମା ର ଡୋରି ଲାଗେ ତାହେଲେ ପରିବାର ଧରି ଆଉଥରେ ଆସିବେ ବୋଲି ଉପସ୍ଥିତ ଥିବା ପଣ୍ଡା ମାନଙ୍କୁ କହିଛନ୍ତି

SPREAD YOUR LOVE WITH YOUR FRIENDS AND FAMILY

Leave a Reply