Home / ମୁଖ୍ୟ ଖବର / ସାକ୍ଷୀଗୋପାଳକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଘୋଷଣା

ସାକ୍ଷୀଗୋପାଳକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଘୋଷଣା

nac

ଭୁବନେଶ୍ୱର – ୧୩/୦୩/୨୦୨୪/ – (ଶାଶ୍ଵତ ଟିଭି ) – ରାଜ୍ୟ ସରକାର ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ୩୫ ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିବା ନିମନ୍ତେ ଘୋଷଣା କରିଥିବା ବେଳେ ପୁରୀ ଜିଲ୍ଲାର ଏକ ପ୍ରମୁଖ ଐତିହାସିକ ଦର୍ଶନୀୟ ସ୍ଥାନ ସତ୍ୟବାଦୀକୁ ଅନେକଦିନ ଧରି ବିଜ୍ଞାପିତ ଅଞ୍ଚଳ ଘୋଷଣା ନିମନ୍ତେ ଦାବି ହୋଇ ଆସୁଥିଲା । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ଏହାକୁ ଦୃଷ୍ଟିରେ ରଖି ତା – ୫.୩.୨୦୨୪ (ମଙ୍ଗଳବାର) ଅପରାହ୍ନ ରେ ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ଵାର ସମୁଖରେ,ସତ୍ୟବାଦୀ ସ୍ବାଭିମାନ ମଞ୍ଚ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ମଞ୍ଚର ଆବାହକ ସତ୍ୟବାଦୀ ଦାସ , ରବୀନ୍ଦ୍ରନାଥ ଷଡ଼ଙ୍ଗୀ, ନବଘନ ଶଥପଥୀ, ଦେବରାଜ ନାୟକ, ଦିଗନ୍ତ ପତି , ଚିନ୍ମୟୀ ରଥ , ସମେତ ଅନେକ ବୁଦ୍ଧିଜୀବୀ ,ସମାଜସେବୀ, ସେବାୟତ ଉପସ୍ଥିତ ଥିଲେ।

ତେବେ ଆଜି ଏହି ପ୍ରୟାସର ଅନ୍ତ ଘଟିଛି। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୩ ଟି ଜିଲ୍ଲାରେ ୨୨ ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ଏବଂ ଗଞ୍ଜାମ ର ଭଞ୍ଜନଗର ଏନଏସି କୁ ମୁନିସିପାଲିଟି କୁ ଉନ୍ନୀତ କରାଯିବା ବିଷୟ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା ଅନୁଯାୟୀ ବୌଦ୍ଧ ଜିଲ୍ଲାର ମନମୁଣ୍ଡା, ପୁରୁଣା କଟକ ଓ ବାଉଁଶୁଣି , ବଲାଙ୍ଗିର ର ଲୋଇସିଂହା ଓ ସିନ୍ଧେକେଲା, ବରଗଡର ସୋହେଲା, ବାଲେଶ୍ବର ର ବାଲିଆପାଳ ଓ ଖଇରା, ଭଦ୍ରକର ଧାମରା, ଢେଙ୍କାନାଳର ରାସୋଳ, ଜଗତସିଂହପୁରର କୁଜଙ୍ଗ କଳାହାଣ୍ଡିର ନର୍ଲା ଓ
ମଦନପୁର ରାମପୁର ଖୋର୍ଦ୍ଧାର ବୋଲଗଡ ନୟାଗଡ଼ର ଶରଣକୁଳ, ପୁରୀର ସାକ୍ଷୀଗୋପାଳ ଓ କାକଟପୁର ,ସମ୍ବଲପୁର ର ରେଙ୍ଗାଲି ଓ ବାମଣ୍ଡା ଏବଂ ସୁବର୍ଣ୍ଣପୁର ଜିଲ୍ଲାର ସୁବଳୟା ,ଉଲୁଣ୍ଡା ଓ ରାମପୁର ଆଦି ସ୍ଥାନକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପ୍ରଦାନ କରାଗଲା. 5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ୍ ଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଅବସରରେ ଜନସାଧାରଣ ଙ୍କ ପ୍ରସ୍ତାବ ଏବଂ ବିକାଶ ର ଆବଶ୍ୟକତା କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି.

ସୂଚନାଯୋଗ୍ୟ ଯେ ଜନସାଧାରଣଙ୍କ ଦାବି, କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି, ଏହି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ଅଞ୍ଚଳର ସାମଗ୍ରିକ ବିକାଶ କ୍ଷେତ୍ରରେ ନବଗଠିତ ପରିଷଦ ଗୁଡିକ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଗତ ମାସ ରେ ମୁଖ୍ୟମନ୍ତ୍ରୀ ୩୫ଟି ନୂଆ NAC ଓ ୫ ଟି ନୂଆ ନଗରପାଳିକା ଗଠନ ବିଷୟ ଘୋଷଣା କରିଥିଲେ।

ସାକ୍ଷୀଗୋପାଳ କୁ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଭାବେ ଘୋଷଣା କରାଯିବାପରେ ସାକ୍ଷୀଗୋପାଳ ବାସିନ୍ଦା ଙ୍କ ମନରେ ଖୁଶିର ଲହରୀ ଖେଳି ଯାଇଛି। ଏଥିପଛରେ ଥିବା ନେପଥ୍ୟ ନାୟକ ମାନଙ୍କୁ ଶାଶ୍ଵତ ଟିଭି ତରଫରୁ ଅନେକ ଶୁଭେଛା ।

SPREAD YOUR LOVE WITH YOUR FRIENDS AND FAMILY

One Comment

Leave a Reply