Home / ମୁଖ୍ୟ ଖବର / ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ

ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ

whatsapp image 2026 01 03 at 8.15.22 pm

କାକଟପୁର ତା ୩/୧, ( ତୁଷାର ଦୀକ୍ଷିତ ) କାକଟପୁର ଥାନା ଅଧିନସ୍ଥ ବାଙ୍ଗୁରୀଗାଁ ଗ୍ରାମର ଶଙ୍କର ସାହୁଙ୍କ ଝିଅ ସସ୍ମିତା ସାହୁ (୨୪)ଙ୍କ ଶୁକ୍ରବାର ଦିନ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି l ମୃତ ସସ୍ମିତାଙ୍କୁ ନିଜ ଘରେ ଝୁଲନ୍ତା ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ବାଙ୍ଗୁରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ l ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ କାକଟପୁର ଥାନାକୁ ଖବର ଦେଇଥିଲେ l ଥାନା ପକ୍ଷରୁ ଏଏସଆଇ ମନୋରଞ୍ଜନ ହାତୀ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ l ସସ୍ମିତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୋଷ୍ଟମର୍ତମ ରିପୋର୍ଟ ଆସିବାପରେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ଆଇଆଇସି ବସନ୍ତ କୁମାର ସାହୁ ସୂଚନା ଦେଇଛନ୍ତି l ଏ ସଂକ୍ରାନ୍ତରେ କାକଟପୁର ଥାନାରେ ଏକ ଅପମୃତ୍ୟୁ ମାମଲା ୧/୨୦୨୬ ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି l

SPREAD YOUR LOVE WITH YOUR FRIENDS AND FAMILY

Leave a Reply