Home / ସାମାଜିକ / ବନ୍ଧୁମିଳନ ଉତ୍ସବ ରେ ଉଦ୍ଘାଟନ ହେଲା ମିଶନ ସତ୍ୟବାଦୀ ପୋର୍ଟାଲ

ବନ୍ଧୁମିଳନ ଉତ୍ସବ ରେ ଉଦ୍ଘାଟନ ହେଲା ମିଶନ ସତ୍ୟବାଦୀ ପୋର୍ଟାଲ

satabadisir

ସାକ୍ଷୀଗୋପାଳ :୧୫.୩.୨୪ (ଶାଶ୍ଵତ ଟିଭି ) – ବ୍ୟକ୍ତି ନିର୍ମାଣ ତଥା ସୁସ୍ଥ ସମାଜ ଗଠନରେ ଗୁରୁଙ୍କ ଭୂମିକା ମହତ୍ୱପୂର୍ଣ୍ଣ। ଅଜ୍ଞାନର ଅନ୍ଧକାରରୁ ଆଲୋକର ମାର୍ଗରେ ପରିଚାଳିତ କରିବାରେ ଗୁରୁ ହିଁ ଶ୍ରେଷ୍ଠ ପଥପ୍ରଦର୍ଶକ ଏହାକୁ ପଥେୟ କରି ସାକ୍ଷୀଗୋପାଳ ବ୍ଲକଛକ ସ୍ଥିତ ସ୍ଵର୍ଣ୍ଣମଣ୍ଡପ ଠାରେ ସତ୍ୟବାଦୀ ର ଜଣାଶୁଣା ଶିକ୍ଷାବିତ ସତ୍ୟବାଦୀ ଦାସ ନିଜ ଚାକିରୀ ଜୀବନରୁ ଅବସର ଗ୍ରହଣ କରିବାପରେ ଅଞ୍ଚଳର ସମାଜସେବୀ, ବୁଦ୍ଧିଜୀବୀ ମାନେ ଶ୍ରୀଯୁକ୍ତ ଦାସଙ୍କ ଉଦ୍ଦେଶ୍ୟରେ ଆୟୋଜନ କରିଛନ୍ତି ବିଦାୟକାଳୀନ ସମ୍ବର୍ଦ୍ଧନା। ଉତ୍ସବ “ତସ୍ମୈଶ୍ରୀ ଗୁରବେ ନମଃ”।

୧୯୮୪ ମସିହାରୁ ନିଜ ଚାକିରୀ ଜୀବନ ଆରମ୍ଭ କରି ଶ୍ରୀଯୁକ୍ତ ଦାସ ଡେଲାଙ୍ଗ ବ୍ଲକ ଧାନକେରା ପଞ୍ଚାୟତ କପିଳେଶ୍ଵରର ହାଇସ୍କୁଲରୁ ପ୍ରଧାନଶିକ୍ଷକ ଭାବରେ ଅବସର ଗ୍ରହଣ କରିବା ପରେ ସତ୍ୟବାଦୀଅଞ୍ଚଳର ଜନସାଧାରଣ ଙ୍କ ସେବା ଉଦ୍ଦେଶ୍ୟ ରଖି ରାଜନୀତିରେ ପ୍ରବେଶ କରିବେ ବୋଲି ଚର୍ଚ୍ଚା ଜୋର୍ ଧରିଛି । ସୁଚନା ଅନୁସାରେ ଶ୍ରୀଯୁକ୍ତ ଦାସ ବିଗତ ଦିନରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ସେବା, ଗୋପବନ୍ଧୁ ମିଶନ, କ୍ଲବ ସତ୍ୟବାଦୀ, ଭାରତ ବିକାଶ ପରିଷଦର ଅଂଶ ବିଶେଷ ହୋଇ ବର୍ଷ ବର୍ଷ ଧରି ଜନସାଧାରଣ ଙ୍କ ସେବା କରିଆସୁଛନ୍ତି। ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ନିଜ ଚାକିରୀ ଜୀବନ ସମୟରେ ଗୋପବନ୍ଧୁ ମିଶନ ପ୍ରତିଷ୍ଠା କରି ଦଶବର୍ଷ ଧରି ହଷ୍ଟେଲ ମାଧ୍ୟମରେ ବର୍ଷକୁ ୧୦୦ ଜଣ ଛାତ୍ରଙ୍କୁ ନିଃଶୁଳ୍କ ଶିକ୍ଷାଦାନର ବ୍ୟବସ୍ଥା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ତଥା ଗୁରୁ ଭାବେ ଦାମୋଦର ମହାପାତ୍ର, ବନମାଳୀ ବେହେରା, ଚନ୍ଦ୍ର ଶେଖର ତ୍ରିପାଠୀ, ବୃନ୍ଦାବନ ଚନ୍ଦ୍ର ରଥ, ସତ୍ୟବାଦୀ ଦାସ, ଗଦାଧର ନନ୍ଦ, ଓ ନିରୁପମା ରଥ । ଯୋଗ ଦେଇଥିଲେ, ଏହି ଅବସରରେ କଣ୍ଠଶିଳ୍ପୀ ମନୋଜ ମାଟି ଓ ସତ୍ୟପ୍ରଜ୍ଞା ଗୁରୁ ବନ୍ଦନା ଗାନ କରିଥିଲେ, ଏବଂ ଗୁରୁ ମାନଙ୍କୁ ଉପଢ଼ୋକନ ଓ ତୁଳସୀଚାରା ଦେଇ ଶିକ୍ଷକ ସତ୍ୟବାଦୀ ଦାସ ସମ୍ମାନୀତ କରିଥିଲେ, ଅତିଥି ପରିଚୟ ସହିତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ତପସ୍ୱିନୀ ଦାସ ଓ ସିଂହାରୀ ଆଲୋକ ଖୁଣ୍ଟିଆ । ଗୁରୁ ଶିଷ୍ୟ ମାନଙ୍କ ମଧ୍ୟରେ ଥିବା ସ୍ନେହ ସମ୍ପର୍କ କୁ ନେଇ ନିଆରା ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ।

ଗୁରୁ ଓ ଶିଷ୍ୟ ମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଏକ ଭଗବାନ ଙ୍କ ଅଶିର୍ବାଦ ବୋଲି ଆଲୋଚନା ହୋଇଥିଲା, ଏଥିରେ ପ୍ରଫେସର ଅଶୋକ କୁମାର ମହାପାତ୍ର,ବ୍ଲକ ଅଧକ୍ଷ ସୁନୀଲ କୁମାର ପଣ୍ଡା,ସତ୍ୟବାଦୀ ର ପୂର୍ବତନ ବିଧାୟକ ରମା ବଳିୟାର ସିଂ, ଜୟଶ୍ରୀ ମହାପାତ୍ର , ଦେବ ଲୋଭାନ, ରାମଶଙ୍କର ନନ୍ଦ ଓମ ପ୍ରକାଶ ମିଶ୍ର, ନିହାର ରଞ୍ଜନ ସ୍ୱାଇଁ, ଙ୍କ ସହିତ ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସତ୍ୟବାଦୀ ସାର ଙ୍କୁ ଭଲ ପାଉଥିବା ଯୁବକ ଓ ଗଣ ମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ।

ଅଞ୍ଚଳର ପ୍ରତ୍ୟେକ ବର୍ଗର ଲୋକଙ୍କ ସମର୍ଥନକୁ ନଜରକୁ ନେଇ ଶ୍ରୀଯୁକ୍ତ ସତ୍ୟବାଦୀ ଦାସ ଆଗକୁ ମିଶନ ସତ୍ୟବାଦୀ ଅନୁଷ୍ଠାନ ମାଧ୍ୟମରେ ଜନସାଧାରଣ ଙ୍କ ସେବାରେ ନିଜକୁ ନିୟୋଜିତ କରି ସତ୍ୟବାଦୀ ରେ ସକ୍ରିୟ ରାଜନୀତିରେ ପ୍ରବେଶ କରିବେ ବୋଲି ଆଭାସ ମିଳିଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply