Home / ସ୍ୱାସ୍ଥ୍ୟ / ଭାରତ ବିକାଶ ପରିଷଦ ଓ ଜନକଲ୍ୟାଣ ଔଷଧାଳୟ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଭାରତ ବିକାଶ ପରିଷଦ ଓ ଜନକଲ୍ୟାଣ ଔଷଧାଳୟ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

camp1

ସାକ୍ଷୀଗୋପାଳ: ତା ୨୪.୩.୨୪ (ଶାଶ୍ଵତ ଟିଭି) ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି “ଭାରତ ବିକାଶ ପରିଷଦ”, ସତ୍ୟବାଦୀ ଶାଖା ସହଯୋଗରେ ଏବଂ ଜନକଲ୍ୟାଣ ଔଷଧାଳୟ ଆନୁକୂଲ୍ୟରେ ସତ୍ୟବାଦୀ ବ୍ଲକ ଛକ ବାଟ ମହାବୀର ମନ୍ଦିର ସାମ୍ନା ମହାବୀର କଲୋନୀରେ ଅବସ୍ଥିତ ଜନ କଲ୍ୟାଣ ଔଷଧାଳୟ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର l ସମସ୍ତ ଅତିଥିମାନଙ୍କ ଗହଣରେ ମେଡ଼ିସିନ ଓ ଡାଇବେଟିସ ବିଶେଷଜ୍ଞ ଡାକ୍ତର ସମ୍ବିତ ସ୍ୱାଇଁ ଉକ୍ତ ସ୍ୱାସ୍ଥ୍ୟ ଶିବିର କୁ ଉଦଘାଟନ କରିଥିବାବେଳେ ମେଡ଼ିସିନ ଓ ହୃଦରୋଗ ବିଶେଷଜ୍ଞ ଡାକ୍ତର ଆନନ୍ଦ କୁମାର ତ୍ରିପାଠୀ ଏବଂ ଫାର୍ମାସିଷ୍ଟ ଅଜୟ କୁମାର ନନ୍ଦ ଉପସ୍ଥିତ ରହି ଶତାଧିକ ରୋଗୀ ଙ୍କୁ ଚିକିତ୍ସା ପ୍ରଦାନ କରିଥିଲେ l ଏଠାରେ ମାଗଣାରେ ବିଭିନ୍ନ ପ୍ରକାର ରକ୍ତ ପରୀକ୍ଷା ମଧ୍ୟ କରାଯାଇ ରୋଗୀଙ୍କୁ ସଚେତନ କରାଯାଇଥିଲା l

ଭାରତ ବିକାଶ ପରିଷଦ, ଓଡିଶା ପୂର୍ବପ୍ରାନ୍ତର ସଭାପତି ସତ୍ୟବାଦୀ ଦାସ, ଓଡିଶା ପୂର୍ବପ୍ରାନ୍ତର ମିଡ଼ିଆ ପ୍ରଭାରୀ ନିହାର ରଞ୍ଜନ ସ୍ୱାଇଁ, ସତ୍ୟବାଦୀ ଶାଖାର ସଭାପତି ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ସଚିବ ନବଘନ ଶତପଥି, ଅର୍ଥ ସଚିବ ବିଜୟ କୁମାର ପରିଡା, ପୃଷ୍ଠ ପୋଷାକ ସୁନାକାର ପତି, ଉପସଭାପତି ଵିଷ୍ଣୁ ମହାରଣା ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ରେ ସହଯୋଗ କରିଥିଲେ l

ସ୍ୱାସ୍ଥ୍ୟ ସେବା ପ୍ରମୁଖ ଅମୀୟ କୁମାର ସ୍ୱାଇଁଙ୍କ ତତ୍ୱାବଧାନରେ ଆୟୋଜିତ ଏହି ସ୍ୱାସ୍ଥ୍ୟ ଶିବିର କୁ ସଂଗଠନ ସଚିବ ସୁନୀଲ କୁମାର ବେହେରା, ମହିଳା ସଂଯୋଜିକା ରିତା ତ୍ରିପାଠୀ, ସୁଶାନ୍ତ ରଥ, ଦେବରାଜ ନାୟକ, ପ୍ରଫୁଲ୍ଲ ପଣ୍ଡା, ବ୍ରଜ କିଶୋର ପାଇକରାୟ, ମନୋରଞ୍ଜନ ମିଶ୍ର, ବ୍ରହ୍ମନନ୍ଦ ମହାରଣା, ରମେଶ ଚନ୍ଦ୍ର ପଣ୍ଡା, ସ୍ୱାଧୀନ ଶତପଥି, ରବିନ୍ଦ୍ର ନାଥ ଶତପଥି, ବନ୍ଦନା ଦାଶ, ଅଜୟ ତ୍ରିପାଠୀ, ସିଂହାରୀ ଆଲୋକ ଖୁଣ୍ଟିଆ, ଅମର ଶତପଥି, ଦେବାଶିଷ ମିଶ୍ର ଓ ସଂଗ୍ରାମ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସୁଚାରୁରୂପେ ପରିଚାଳନା କରିଥିଲେ ll

 

whatsapp image 2024 03 24 at 22.23.15 97211da6
SPREAD YOUR LOVE WITH YOUR FRIENDS AND FAMILY

Leave a Reply