Home / ମୁଖ୍ୟ ଖବର / ପିଲାଚୋରି ସନ୍ଦେହରେ ବୃଦ୍ଧ ଙ୍କୁ ନିସ୍ତୁକ ମାଡ

ପିଲାଚୋରି ସନ୍ଦେହରେ ବୃଦ୍ଧ ଙ୍କୁ ନିସ୍ତୁକ ମାଡ

pilachora

ସାକ୍ଷୀଗୋପାଳ: ୨୪.୩.୨୪ (ଶାଶ୍ଵତ ଟିଭି) – ଗତ ଶନିବାର ଦିନ ଘଟଣା ପିଲା ଚୋର ସନ୍ଦେହ କରି ଜନୈକ ବୃଦ୍ଧ ବ୍ୟକ୍ତି ଙ୍କୁ  ନିସ୍ତୁକ ମାଡ଼ ମାରି ଗୁରୁତର ଆହତ କରିବା ଘଟଣା ସତ୍ୟବାଦୀ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଆକ୍ରମଣ ପରେ ଆହତ ବୃଦ୍ଧଙ୍କୁ ଉଦ୍ଧାର କରି ସାକ୍ଷୀଗୋପାଳ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା  l ଏହି ଘଟଣାକୁ ଗୁରୁତର ଭାବେ ନେଇ ସତ୍ୟବାଦୀ ଆଇଆଇସି ଉମେଶ ଚନ୍ଦ୍ର ସାହୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲେ ।
ଘଟଣା ଅନୁଯାୟୀ ଜଗତସିଂହପୁର ଜିଲ୍ଲା ଚାରିପୋଲିଆ ଗ୍ରାମର କୈଳାଶ ଚନ୍ଦ୍ର ଦାସ  ତାଙ୍କ ଶ୍ୱଶୁର ଘର  ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସୁଆଁଲୋ ଗ୍ରାମକୁ ଆସୁଥିଲେ l ସାକ୍ଷୀଗୋପାଳ ଠାରୁ ଜୈନିକ ବାଇକ ଆରୋହୀ ତାଙ୍କୁ ବାଇକରେ ସୁଆଁଲୋ ନେଇଥିଲେ l ମାତ୍ର ସୁଆଁଲୋ ପରିବର୍ତ୍ତେ ତାଙ୍କୁ ଢୋଲ ବିରଞ୍ଚି ଦାସ ପୁର ଠାରେ ଛାଡି ଦେଇଥିଲେ l ପରେ କିଛି ଲୋକ ତାଙ୍କୁ ପିଲା ଚୋର ସନ୍ଦେହ କରି ମାଡ଼ମାରି ଆହତ କରିଥିଲେ l ଖବର ପାଇ  ସୁଆଁଲୋ ଗ୍ରାମରୁ ଏହି ବୃଦ୍ଧଙ୍କ  ସମ୍ପର୍କୀୟ ରମେଶ ଚନ୍ଦ୍ର  ବେହେରା ଓ ଅନ୍ୟମାନେ ତାଙ୍କୁ ଗବକୁଣ୍ଡ ନିକଟରୁ ଉଦ୍ଧାର କରିଥିଲେ l ଗୁରୁତର ଆହତ  ଦାସଙ୍କୁ ଚିକିତ୍ସା ନିମନ୍ତେ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l 

ଏ ସମ୍ପର୍କରେ ସତ୍ୟବାଦୀ ଥାନାରେ  ଅଭିଯୋଗ  ପରେ ସତ୍ୟବାଦୀ ପୋଲିସ ତରଫରୁ  ୯୭ / ୨୪ ରେ ଏକ ମାମଲା ରୁଜ୍ଜୁ କରାଯାଇଛି । ଘଟଣାର ସମସ୍ତ ଦିଗକୁ ପୋଲିସ ତଦନ୍ତ କରୁଥିବା ବେଳେ ସତ୍ୟବାଦୀ ଥାନା ପରଜାପଡା ର ଅଭିଯୁକ୍ତ ସନ୍ତୋଷ କୁମାର ସାହୁକୁ ପୋଲିସ ଗିରଫ କରିଛି । ପିଲାଚୋର ଘଟଣା ସମ୍ପୂର୍ଣ୍ଣ ଗୁଜବ । ଅଞ୍ଚଳରେ କୌଣସି ଅଜଣା ବ୍ୟକ୍ତି ଦେଖିଲେ ଥାନା କିମ୍ବା ୧୧୨ କୁ ଫୋନ କରିବା ପାଇଁ ବାରମ୍ବାର ପୋଲିସ ପକ୍ଷରୁ ପ୍ରଚାର କରାଯାଉଥିବା ବେଳେ ସମ୍ପୃକ୍ତ ବେକ୍ତିଙ୍କୁ ମାନସିକ କିମ୍ବା ଶାରୀରିକ ନିର୍ଯ୍ୟାତନା ଦେବା ଆଇନି ସନ୍ନମତ ନୁହେଁ ଓ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ ଉମେଶ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply