Home / ମୁଖ୍ୟ ଖବର / ଶ୍ରୀରାମଚନ୍ଦ୍ର ପୁର ରେ ଅନୁଷ୍ଠିତ ହେଲା ଆଚାର୍ଯ୍ୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

ଶ୍ରୀରାମଚନ୍ଦ୍ର ପୁର ରେ ଅନୁଷ୍ଠିତ ହେଲା ଆଚାର୍ଯ୍ୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

turnament

ସାକ୍ଷୀଗୋପାଳ : ୨୬.୩.୨୪ (ଶାଶ୍ଵତ ଟିଭି ) – ଦୋଳପୂର୍ଣ୍ଣମୀ ପର୍ବ ଅବସରରେ ସାକ୍ଷୀଗୋପାଳ ଶ୍ରୀରାମଚନ୍ଦ୍ର ପୁର ଗ୍ରାମରେ ଅନୁଷ୍ଟିତ ହୋଇଯାଇଛି ୫୨ ତମ ଆଚାର୍ଯ୍ୟ ସ୍ମାରକୀ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ୨୦୨୪ । ଚଳିତ ବର୍ଷ ଆଚାର୍ଯ୍ୟ ଯୁବ ପରିଷଦର ଏହି କ୍ରୀଡ଼ା ସମାରୋହରେ ଶ୍ରୀକ୍ଷେତ୍ର ଭଲିବଲ୍ କ୍ଲବ, ପୁରୀ କ୍ଲୁବ୍, ଖୋର୍ଦ୍ଧା ଭଲିବଲ କ୍ଲବ, ରେନବୋ କ୍ଲବ ଭୁବନେଶ୍ଵର ଅଂଶଗ୍ରହଣ କରିଥିଲେ। ଆଚାର୍ଯ୍ୟ ହରିହର ଦାସଙ୍କ ସ୍ମୃତିରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ରେ ରେନ ବୋ କ୍ଲବ୍ ପୁରୀ କ୍ଲବ୍ କୁ ୨-୦ ରେ ପରାଜିତ କରି ଚାମ୍ପିଅନ ହୋଇଥିଲେ।

ଟୁର୍ଣ୍ଣାମେଣ୍ଟ ର ସମସ୍ତ ମ୍ୟାଚ କୁ ଜାତୀୟ ସ୍ତରୀୟ ରେଫରୀ ତ୍ରିଲୋଚନ ଦାସ ଏବଂ ବିଦ୍ୟୁତ୍ ଭୂଷଣ ରଥ ପରିଚାଳନା କରିଥିଲେ।
ଆଜିର ଟୁର୍ଣ୍ଣାମେଣ୍ଟର ବିଜେତା ଦଳକୁ ମୂଖ୍ୟ ଅତିଥି ଭାବେ ଯୁବ ନେତା ଓମ୍ ପ୍ରକାଶ ମିଶ୍ର, ଅନୁଷ୍ଠାନର ସଭାପତି ଅଜିତ କୁମାର ନନ୍ଦ, ସମ୍ପାଦକ ପ୍ରଣବ ପ୍ରକାଶ ମିଶ୍ର ଏବଂ ଉପଦେଷ୍ଟା ପ୍ରଭାକର ତ୍ରୀପାଠୀ ଉପସ୍ଥିତ ରହି ବିଜୟ ଟ୍ରଫି ପ୍ରଦାନ କରି ସମ୍ମାନୀତ କରିଥିଲେ।
ଶେଷରେ ଭୁବନେଶ୍ବର ର GPN Dance Group ର କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ

SPREAD YOUR LOVE WITH YOUR FRIENDS AND FAMILY

Leave a Reply