Home / ମୁଖ୍ୟ ଖବର / ୨୫ତମ ମା ତାରିଣୀ କପ ସୁପର ୨୦ ଓଭରରେ କଟକକୁ ହରାଇ ଜଗତସିଂହପୁର ବିଜୟୀ

୨୫ତମ ମା ତାରିଣୀ କପ ସୁପର ୨୦ ଓଭରରେ କଟକକୁ ହରାଇ ଜଗତସିଂହପୁର ବିଜୟୀ

କାକଟପୁର ଅସ୍ତରଙ୍ଗ ଠାରେ ମା ତାରିଣୀ ସ୍ପୋର୍ଟିଂ କ୍ଲବ୍ ଦ୍ୱାରା ଆୟୋଜିତ ୨୫ତମ ତାରିଣୀ କପ ଚୌଧୁରୀ ଷ୍ଟାଡିୟମରେ କଟକକୁ ହରାଇ ଜଗତସିଂହପୁର ବିଜୟୀ ହୋଇଛି। ବୁଧବାର ଦିନ ଆୟୋଜିତ ମ୍ୟାଚରେ ଜାତକ ଏଲେଭେନେ କଟକ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ଉଇକେଟ ହରାଇ ୧୪୮ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଏସ ସି ଏସ ଜଗତସିଂହପୁର ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୧୪୮ ରନ କରିବା ପରେ ମ୍ୟାଚ ଟାଇ ହୋଇଥିଲା ଏବଂ ସୁପର ଓଭର ଖେଳା ଯାଇଥିଲା ସୁପର ଓଭରରେ ୨ଉଇକେଟ ହରାଇ ୨୦ ରନ କରିଥିଲା।ଜବାବରେକଟକ ୧୮ ରନ କରି ପରାଜୟ ବରଣ କରିଥିଲା।ଦୀପ୍ତି ରଞ୍ଜନ ବିଶ୍ଵାଳଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇ ୧ ହଜାର ଟଙ୍କା ସହ ଟ୍ରଫି ଦିଆଯାଇଥିଲା।ମ୍ୟାଚ ପରିଚାଳନା ଦାୟିତ୍ୱରେ ସୁରେଶ ତ୍ରିପାଠୀ, କୁମାର ବାପି ଥିବା ବେଳେ ତୃତୀୟ ଅମ୍ପେୟାର ଭାବେ ରମାରଞ୍ଜନ ମହାନ୍ତି ଥିଲେ। ତାରିଣୀ ସ୍ପୋର୍ଟିଂ କ୍ଲବ୍ରର ସଭାପତି ମନୋଜ ବିଶ୍ୱାଳ ,କ୍ରୀଡା ସମ୍ପାଦକ ସମୀର କୁମାର କର ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply