Home / ମୁଖ୍ୟ ଖବର / ଶପଥ ନେଲେ ଆଇନଜୀବୀ ସଂଘ ନୂତନ କର୍ମକର୍ତ୍ତା

ଶପଥ ନେଲେ ଆଇନଜୀବୀ ସଂଘ ନୂତନ କର୍ମକର୍ତ୍ତା

law

ସତ୍ୟବାଦୀ: ୧୬.୪.୨୪ (ଶାଶ୍ଵତ ଟିଭି)- ସତ୍ୟବାଦୀ ତହସିଲ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି ସତ୍ୟବାଦୀ ଆଇନଜୀବୀ ସଙ୍ଘର ନବ ନିର୍ବାଚିତ କର୍ମକର୍ତ୍ତା ଙ୍କ ଶପଥ ଗ୍ରହଣ ସମାରୋହ। ନୂତନ ଭାବେ ମନୋନୀତ ହୋଇଥିବା ସଭ୍ୟମାନଙ୍କ ମଧ୍ୟରେ ସଭାପତି-ବାଳକୃଷ୍ଣ ମହାପାତ୍ର, ଉପ ସଭାପତି-ଭାସ୍କର ଚନ୍ଦ୍ର ନାୟକ, ସଂପାଦକ-ଦେବଦତ୍ତ ସାମନ୍ତରାୟ, ସହ ସଂପାଦକ- ମୋହନ ଚରଣ ସାହୁ, ଯୁଗ୍ମ ସଂପାଦକ ଵିଧୁ ଭୂଷଣ ମହାନ୍ତି ଓ ଚିନ୍ମୟ କୁମାର ନାୟକ, ଏବଂ କୋଷାଧ୍ୟକ୍ଷ ସନ୍ତୋଷ ବେହେରା ଏବଂ କାର୍ଯ୍ୟକାରୀ ସଭ୍ୟ ଭାବେ ଅଜିତ କୁମାର ଚୌଧୁରୀ,ସୁନିଲ କୁମାର ନାୟକ, ଉପେନ୍ଦ୍ର ବିଶ୍ଵାଳ ଏଵଂ ଅଞ୍ଜନ କୁମାର ହୋତା ଙ୍କୁ ନିର୍ବାଚନ ଅଧିକାରୀ ରବୀନ୍ଦ୍ର କୁମାର ଦାଶ,ସମ୍ମାନନୀୟ ମୂଖ୍ୟ ଅତିଥି ଭାବେ ସତ୍ୟବାଦୀ ତହସିଲଦାର ଆଲୋକ କୁମାର ଦେହୁରୀ ଏଵଂ ଅତିରିକ୍ତ ତହସିଲଦାର ପ୍ରିୟଦର୍ଶୀ ରାଜେଶ୍ ପୁଷ୍ପ ଗୁଚ୍ଛ ଦେଇ ସ୍ଵାଗତ କରିବା ସହିତ ଶପଥ ପାଠ କରାଇ ଥିଲେ।ଉକ୍ତ ସଭାରେ ଉପସ୍ଥିତ ଥିବା ଆଇନଜୀବୀଙ୍କ ମଧ୍ୟରେ ପୂର୍ବତନ ସଭାପତି ଭଗବାନ ରଥ ଓ ସଂପାଦକ ସୁଶାନ୍ତ କୁମାର ରଥ,ଅମୂଲ୍ୟ ଚନ୍ଦ୍ର ଦାଶ, ସଭା ପରିଚାଳନା ଓ ସହଯୋଗ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply