Home / ସାମାଜିକ / ନିର୍ବାଚନ ପାଇଁ କଡାକଡ଼ି ଚାଲିଛି ଗାଡି ଚେକିଂ

ନିର୍ବାଚନ ପାଇଁ କଡାକଡ଼ି ଚାଲିଛି ଗାଡି ଚେକିଂ

କ

କାକଟପୁର – ତା ୨୪/୦୪/୨୦୨୪ ( ତୁଷାର ଦୀକ୍ଷିତ ) , ଆସୁଛି ସାଧାରଣ ନିର୍ବାଚନ, ଆଚରଣ ଵିଧି ଲାଗୁହୋଇଛି, ଅଞ୍ଚଳ ଭିତରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ଶୃଙ୍ଖଳିତ ନିର୍ବାଚନ ପ୍ରକ୍ରିୟା କୁ ସୁ ପରିଚାଳନା କରିବା ପାଇଁ ଅସ୍ତରଙ୍ଗ ପୋଲିସ, ନୂଆଗଡ ସାମୁଦ୍ରିକ ପୋଲିସ, ସିଆରପିଏଫ ର ସ୍ୱତନ୍ତ୍ର ଟିମ୍ ର ସହାୟତା ରେ ଅଞ୍ଚଳ ର ଅନେକ ସ୍ଥାନରେ ଗାଡି ଚେକିଂ ଜୋରଦାର ଚାଲିଛି, ଚାରିଚକିଆ ହଉ କି ୨ ଚକିଆ ଜାନ ଗାଡି କୁ ଅଟକାଇ ଡ଼ିକି ଖୋଲାଯାଇ ଟିକିନିକ ଚେକିଂ କରୁଛନ୍ତି ପୋଲିସ, ଜିଲ୍ଲା ରୁ ହଉ ଅବା ଜିଲ୍ଲା ବାହାରୁ ଆସୁଥିବା ସମସ୍ତ ଗାଡି କୁ ଚେକିଂ କରାଯାଉଛି, ନିର୍ବାଚନ ସମୟ ରେ ଏହି ଚେକିଂ ର ମୁଖ୍ୟ ଉଦ୍ଦେଶ୍ୟ ଅସାମାଜିକ କାର୍ଯ୍ୟକଳାପ କାରି, ଚୋରା ନିଶା କାରବାର ସାମଗ୍ରୀ ଚାଲାଣ, ଟଙ୍କା ପଇସା ଚାଲାଣ କୁ ଧରିବା, ଆଜି ଅସ୍ତରଙ୍ଗ ସ୍ଥିତ ଉକୁଳେଇ ନିକଟରେ ସବଇନିସପେକ୍ଟର ଦୀପକ ସାମନ୍ତସିଂହାର, ଏଏସଆଇ କୈଳାଶ ବେହେରା ଙ୍କ ନେତୃତ୍ୱ ରେ ଅସ୍ତରଙ୍ଗ ପୋଲିସ, ସିଆରପିଏଫ ର ଅସ୍ତ୍ରଶସ୍ତ୍ର ଧାରୀ ସ୍ୱତନ୍ତ୍ର ଟିମ୍ ଏହି ଯାଞ୍ଚ ସମୟ ରେ ଉପସ୍ଥିତ ରହି ପ୍ରତ୍ୟେକ ପ୍ରବେଶକାରି ଓ ବାହାରୁଥିବା ଗାଡି ର ଡ଼ିକି କୁ ଯାଞ୍ଚ କରିଥିଲେ l

c2
SPREAD YOUR LOVE WITH YOUR FRIENDS AND FAMILY

Leave a Reply