Home / ମୁଖ୍ୟ ଖବର / ପୁରୀ ସହରରେ ସାର୍ବଜନିକ ଶାନ୍ତି, ଶୃଙ୍ଖଳା, ଶବ୍ଦ ନିୟନ୍ତ୍ରଣ

ପୁରୀ ସହରରେ ସାର୍ବଜନିକ ଶାନ୍ତି, ଶୃଙ୍ଖଳା, ଶବ୍ଦ ନିୟନ୍ତ୍ରଣ

whatsapp image 2025 12 15 at 13.01.23 987ed7cd

ପୁରୀ: ୧୫/୧୨/୨୦୨୫ ପୁରୀ ସହରରେ ସାର୍ବଜନିକ ଶାନ୍ତି, ଶୃଙ୍ଖଳା, ଶବ୍ଦ ନିୟନ୍ତ୍ରଣ ଏବଂ ଆଇନ ଶୃଙ୍ଖଳାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଜି ପୁରୀ ଏସ୍ପି ପ୍ରତୀକ ସିଂଙ୍କ ନିର୍ଦେଶ କ୍ରମେ ପୁରୀ ପୋଲିସ ପକ୍ଷରୁ ଡି.ଜେ. ଆସୋସିଏସନ୍, ପୁରୀ ସହ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଆୟୋଜନ କରାଯାଇଛି।

whatsapp image 2025 12 15 at 13.01.23 706f2b9a
whatsapp image 2025 12 15 at 13.01.23 706f2b9a

ଏହି ବୈଠକଟି ଡିଏସ୍ପି ସିଟି, ଶ୍ରୀ ପ୍ରଶାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ବୈଠକରେ କୁମ୍ଭାରପଡ଼ା ଥାନାର ଅଧିକାରୀ ଶ୍ରୀ ସୁଶାନ୍ତ ସାହୁ, ଟାଉନ ଥାନାର ଅଧିକାରୀ ଶ୍ରୀ ଗୋକୁଳ ରଞ୍ଜନ ଦାସ, ସମୁଦ୍ରକୂଳ ଥାନାର ଅଧିକାରୀ ଶ୍ରୀ ମାନସ ଚକ୍ର, ଏବଂ ତାଳବଣିଆ ଥାନାର ଅଧିକାରୀ ଶ୍ରୀମତୀ ଗୀତାଞ୍ଜଳି ନାୟକ ଉପସ୍ଥିତ ରହିଥିଲେ। ଏହା ସହିତ ଡି.ଜେ. ଆସୋସିଏସନ୍‌ର ସମସ୍ତ ସଭ୍ୟମାନେ ମଧ୍ୟ ବୈଠକରେ ଯୋଗଦେଇଥିଲେ।ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଲା ସହର ମଧ୍ୟରେ ବିଭିନ୍ନ ପର୍ବପର୍ବାଣୀ, ବିବାହ, ଶୋଭାଯାତ୍ରା, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ଡି.ଜେ. ବ୍ୟବହାର ସମ୍ବନ୍ଧୀୟ ନିୟମ ଓ ନିର୍ଦ୍ଦେଶିକା ଗୁଡ଼ିକୁ ସଠିକ୍ ଭାବରେ ଅନୁସରଣ କରାଯିବା। ବୈଠକରେ ଡିଏସ୍ପି ସିଟି ମୁଖ୍ୟ ବିଷୟଗୁଡ଼ିକୁ ସ୍ପଷ୍ଟ ଭାବରେ ଉପସ୍ଥାପନ କରିଥିଲେ
ମ୍ୟାଜିଷ୍ଟ୍ରେଟ୍‌ଙ୍କ ପୂର୍ବ ଅନୁମତି ଅନିବାର୍ୟ, କୌଣସି ପ୍ରକାର ଡି.ଜେ., ମାଇକ୍, ସାଉଣ୍ଡ ସିଷ୍ଟମ୍ ବ୍ୟବହାର ପୂର୍ବରୁ ସମ୍ପୃକ୍ତ ମ୍ୟାଜିଷ୍ଟ୍ରେଟ୍‌ଙ୍କ ଲିଖିତ ଅନୁମତି ନେବା ଅନିବାର୍ୟ। ଅନୁମତି ବିନା ଡି.ଜେ. ବଜାଇବା ଆଇନ ବିରୋଧୀ ଏବଂ ତାହା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।ଉଚ୍ଚ ଶବ୍ଦ (High Sound) ପୂର୍ଣ୍ଣ ଭାବେ ନିଷିଦ୍ଧ, ନିର୍ଦ୍ଧାରିତ ଶବ୍ଦ ମାପକ ମାନଦଣ୍ଡକୁ ଅତିକ୍ରମ କରି ଉଚ୍ଚ ସ୍ୱରରେ ଡି.ଜେ. ବଜାଇବା ଉପରେ ପୂର୍ଣ୍ଣ ନିଷେଧ ରହିବ। ଏହା ଦ୍ୱାରା ବୃଦ୍ଧ, ରୋଗୀ, ଶିଶୁ ଓ ଛାତ୍ରଛାତ୍ରୀମାନଙ୍କୁ ଅସୁବିଧା ହେଉଥିବାରୁ ପୋଲିସ ପ୍ରଶାସନ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିବ। କୌଣସି ପ୍ରକାର ଆତଶବାଜି ବ୍ୟବହାର ନିଷେଧ
କାର୍ଯ୍ୟକ୍ରମ ସମୟରେ ଡି.ଜେ. ସହ ଆତଶବାଜି ବା ବିସ୍ଫୋରକ ବ୍ୟବହାର କରିବାକୁ ସଂପୂର୍ଣ୍ଣ ଭାବେ ନିଷେଧ କରାଯାଇଛି। ଏହା ଦ୍ୱାରା ଅଗ୍ନିକାଣ୍ଡ ଓ ଜୀବନହାନିର ସମ୍ଭାବନା ଥାଏ। ରାତି ୧୦ଟା ପରେ ସାଉଣ୍ଡ ସିଷ୍ଟମ୍ ବନ୍ଦ
ସରକାରୀ ନିର୍ଦ୍ଦେଶ ଅନୁଯାୟୀ ରାତି ୧୦.୦୦ଟା ପରେ କୌଣସି ପ୍ରକାର ସାଉଣ୍ଡ ସିଷ୍ଟମ୍, ଡି.ଜେ. ବା ମାଇକ୍ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ ରହିବ। ବୈଠକରେ ଉପସ୍ଥିତ ସମସ୍ତ ଡି.ଜେ. ଆସୋସିଏସନ୍ ସଦସ୍ୟମାନେ ପୁରୀ ପୋଲିସଙ୍କ ନିର୍ଦ୍ଦେଶିକାକୁ ସମ୍ପୂର୍ଣ୍ଣ ଭାବରେ ମାନିବା ଏବଂ ଆଇନ ଶୃଙ୍ଖଳା ରକ୍ଷାରେ ପୋଲିସକୁ ସହଯୋଗ କରିବା ପାଇଁ ଆଶ୍ୱାସନ ଦେଇଥିଲେ। ପୁରୀ ପୋଲିସ ପକ୍ଷରୁ ସମସ୍ତ ଆୟୋଜକ, ଡି.ଜେ. ସଂଚାଳକ ଓ ସାଧାରଣ ଜନତାଙ୍କୁ ଅନୁରୋଧ କରାଯାଉଛି ଯେ, ସହରର ଶାନ୍ତି, ସୁରକ୍ଷା ଓ ସାମୁହିକ ସୁବିଧାକୁ ଦୃଷ୍ଟିରେ ରଖି ସମସ୍ତ ନିୟମ ଓ ନିର୍ଦ୍ଦେଶିକାକୁ ଅନୁସରଣ କରନ୍ତୁ। ନିୟମ ଉଲ୍ଲଂଘନ କରିଥିବା ବ୍ୟକ୍ତି ବା ସଂସ୍ଥା ବିରୁଦ୍ଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଯଦି କୌଣସି ସ୍ଥାନରେ କେହି ନିୟମ ଉଲଘଂନ କରୁଛନ୍ତି ତୁରନ୍ତ ୧୧୨ ରେ ଯୋଗାଯୋଗ କରିବାକୁ ଅନୁରୋଧ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply