Home / ମୁଖ୍ୟ ଖବର / ରଣପୁର ଜଗନ୍ନାଥ ମନ୍ଦିର ଦର୍ଶନ କରି ସେବାୟତଙ୍କ ସହିତ ଆଲୋଚନା କଲେ ଅଲ୍ ଓଡ଼ିଶା ମନ୍ଦିର ସେବାୟତ ସଂଘ ସଦସ୍ୟ

ରଣପୁର ଜଗନ୍ନାଥ ମନ୍ଦିର ଦର୍ଶନ କରି ସେବାୟତଙ୍କ ସହିତ ଆଲୋଚନା କଲେ ଅଲ୍ ଓଡ଼ିଶା ମନ୍ଦିର ସେବାୟତ ସଂଘ ସଦସ୍ୟ

ranpur

ରଣପୁର – ୨୪.୪.୨୪ – ଆଜି ପୂର୍ବାହ୍ନରେ ଅଲ୍ ଓଡ଼ିଶା ମନ୍ଦିର ସେବାୟତସଂଘ ତରଫରୁ ରଣପୁର ଜଗନ୍ନାଥ ମନ୍ଦିର ଦର୍ଶନ ସହିତ ସେବାୟତ ମାନଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲେଚନା କରିଛନ୍ତି ପ୍ରତିନିଧି ମଣ୍ଡଳୀ। ଓଡ଼ିଶାର ସେବାୟତ ମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହିତ ସଭିଙ୍କୁ ସଂଗଠିତ କରିବା ପାଇଁ ସଂଘ ତରଫରୁ ଆରମ୍ଭ ହୋଇଛି ପ୍ରାୟାସ।

1

ଓଡ଼ିଶାର ସମସ୍ତ ଜିଲ୍ଳାର ଦେବୋତ୍ତର ବିଭାଗ ଅଧୀନ ରେ ଥିବା ପ୍ରମୁଖ ମନ୍ଦିର ମାନଙ୍କୁ ଗସ୍ତକରି ସେହି ମନ୍ଦିର ଏବଂ ସେବାୟତ ମାନଙ୍କ ସମସ୍ୟା ବିଷୟରେ ସଂଘ ତରଫରୁ ଆଲେଚନା କରାଯାଉଛି। 

3

ଆଜି ଅଲ୍ ଓଡ଼ିଶା ମନ୍ଦିର ସେବାୟତ ସଂଘ ତରଫରୁ ପ୍ରତିନିଧି ମାନଙ୍କ ମଧ୍ୟରେ ସଭାପତି କାମେଶ୍ୱର ତ୍ରୀପାଠୀ, ସମ୍ପାଦକ ସିଂହାରୀ ଆଲୋକ ଖୁଣ୍ଟିଆ, ସଦସ୍ୟ ହରିବନ୍ଧୁ କର ପ୍ରମୁଖ ରଣପୁର ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ସେବାୟତ ମାନଙ୍କ ସହିତ ବିଭିନ୍ନ ପ୍ରସଂଗକୁ ନେଇ ଆଲେଚନା କରିଥିଲେ। 

4

ଏହି ଅବସରରେ ରଣପୁର ଜଗନ୍ନାଥ ମନ୍ଦିରର ସେବାୟତ ମାନଙ୍କ ମଧ୍ୟରେ ପ୍ରଫୁଲ୍ଲ କୁମାର ନନ୍ଦ, ଗୋପାଳ ତ୍ରୀପାଠୀ, ବାସୁଦେବ ନନ୍ଦ, ସଦାଶିବ ନନ୍ଦ, ପ୍ରେମା ନନ୍ଦ, ପ୍ରଶାନ୍ତ ନନ୍ଦ, ବ୍ରଜ ସୁନ୍ଦର୍ ନନ୍ଦ, କୃଷ୍ଣ ଚନ୍ଦ୍ର ପଣ୍ଡା, ମାନସ ତ୍ରୀପାଠୀ, ସନ୍ତୋଷ ନନ୍ଦ, ଶିବୁ ପଢ଼ିଆରୀ ପ୍ରମୁଖ ଉପସ୍ଥିତି ରହି ପ୍ରତିନିଧି ମଣ୍ଡଳୀଙ୍କୁ ସ୍ଵାଗତ କରିବା ସହିତ ଆଲୋଚନାରେ ଅଂଶଗ୍ରହଣ କରି ଶେଷରେ ସମସ୍ତେ ମିଶି ପ୍ରାସାଦ ସେବନ କରିଥିଲେ।

2
SPREAD YOUR LOVE WITH YOUR FRIENDS AND FAMILY

Leave a Reply