Home / ସ୍ୱାସ୍ଥ୍ୟ / ରକ୍ତଦାନ କରି ଜୀବନ ବଞ୍ଚିବାର ଆହ୍ବାନ ଦେଲେ ପ୍ରଣବ ପ୍ରକାଶ

ରକ୍ତଦାନ କରି ଜୀବନ ବଞ୍ଚିବାର ଆହ୍ବାନ ଦେଲେ ପ୍ରଣବ ପ୍ରକାଶ

img 20240427 wa0009

ସମ୍ବଲପୁର: ୨୭.୪.୨୪ (ଶାଶ୍ଵତ ଟିଭି ) ଦୁଇଦିନ ପୂର୍ବର ଘଟଣା, ସମ୍ବଲପୁରରେ ନିର୍ବାଚନୀ ପ୍ରଚାର ସମୟରେ ଗ୍ରୀଷ୍ମପ୍ରବାହ ସାଙ୍ଗକୁ କଠୋର ପରିଶ୍ରମ ପରେ ମଧ୍ୟ ରକ୍ତ ଦାନ କରି ଜୀବନ ବଞ୍ଚାଇବାର ବାର୍ତ୍ତା ଦେଇଛନ୍ତି ସମ୍ବଲପୁର ଲୋକସଭା ଆସନ ରୁ ବିଜୁଜନତା ଦଳର ପ୍ରାର୍ଥୀ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ। ଚଳିତ ଗ୍ରୀଷ୍ମ ଋତୁ ତଥା ବର୍ତ୍ତମାନର ନିର୍ବାଚନୀ ମାହୋଲରେ ସବୁ ଦଳ ବ୍ୟସ୍ତ ଥିବା ବେଳେ ସମ୍ବଲପୁରରେ ଉତ୍କଟ ରକ୍ତାଭାବକୁ ଲକ୍ଷ୍ୟ କରି ସମ୍ବଲପୁର ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଶା ମୋ ପରିବାର ସୌଜନ୍ୟରୁ ଏକ ଜରୁରୀକାଳୀନ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି। ଏହି ଶିବିରରେ ନିଜେ ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ରକ୍ତଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ “ପ୍ରତିଟି ଜୀବନ ମୁଲ୍ୟବାନ” ଉକ୍ତିକୁ ସାର୍ଥକ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜୁ ଜନତା ଦଳ ସବୁ ସମୟ ଅସମୟରେ ଲୋକଙ୍କ ସହ ରହେ ଏହା ଶ୍ରେଷ୍ଠ ପ୍ରମାଣ।ଏହି ଶିବିରରେ ଅତିଥି ଭାବେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ବଲପୁର ବିଧାନସଭା ପ୍ରାର୍ଥୀ ରୋହିତ ପୂଜାରୀ, ଜିଲ୍ଲା ଯୁବ ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ଜିଲ୍ଲା ଛାତ୍ର ସଭାପତି ସୁଭ୍ରାଶୁଂ ପାଢ଼ୀ, ଓଡିଶା ମୋ ପରିବାର ଜିଲ୍ଲା ସଂଯୋଜିକା କବିତା ପୁରୋହିତ, ରାଜ୍ୟ ଛାତ୍ର କାର୍ଯ୍ୟକାରୀ ସଭାପତି ରାଜେଶରାଜ ସ୍ବାଇଁ, ସମ୍ବଲପୁର ଜୋନ୍ ସାଧାରଣ ସଂପାଦକ ସୁଧିର ପଣ୍ଡା, ସମ୍ବଲପୁର ନିର୍ବାଚନୀ କୋଅର୍ଡିନେଟର ଦେବୀ ଲେଙ୍କା, ଜିଲ୍ଲା ଯୁବ ଉପସଭାପତି ମଞ୍ଜୁ ଓରାମ, ଜିଲ୍ଲା ଯୁବ ସମ୍ପାଦକ ଉତ୍ତମ ବାଗଙ୍କ ସହ ଅନ୍ୟ ସମସ୍ତ ନେତୃ ବୃନ୍ଦ ସହଯୋଗ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply