ସତ୍ୟବାଦୀ : ତା ୨୮.୪.୨୪ (ଶାଶ୍ଵତ ଟିଭି) – ଆଧୁନିକ ଓଡ଼ିଶାର ନିର୍ମାତା ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ଅବସରରେ ସତ୍ୟବାଦୀ ଆଇନଜୀବି ସଂଘ ତରଫରୁ ସତ୍ୟବାଦୀ ତହସିଲ ସଭା ଗୃହ ମଧ୍ୟରେ ମଧୁବାବୁଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ସଭାରେ ମୂଖ୍ୟ ଅତିଥି ଭାବରେ ବରିଷ୍ଟ ଆଇନଜୀବୀ ପୁଷ୍କର ମହାପାତ୍ର, ସମ୍ମାନନୀୟ ଅତିଥି ଭାବରେ ସତ୍ୟବାଦୀ ତହସିଲଦାର ଆଲୋକ କୁମାର ଦେହୁରୀ ଓ ବରିଷ୍ଟ ଆଇନଜୀବୀ ଗୁଣ୍ଡୁଚି ବରାଳ ପ୍ରମୁଖ ଯୋଗ ଦେଇ ମଧୁବାବୁଙ୍କ ଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ତାଙ୍କ ଜୀବନ ଦର୍ଶନ ବିଷୟରେ ଆଲୋକପାତ କରିଥିଲେ ।
ଉକ୍ତ ସଭାରେ ସଂଘର ସଭାପତି ବାଳକୃଷ୍ଣ ମାହାପାତ୍ର ସଭାପତିତ୍ୱ କରିଥିବା ବେଳେ ସଂଘର ସମ୍ପାଦକ ଦେବଦତ୍ତ ସାମନ୍ତରାୟ ସଂପାଦକୀୟ ବିବରଣୀ ପାଠ କରି ଆଗମୀ ଦିନରେ ସଂଘର ସ୍ଥାୟୀ ଗୃହ କିପରି କରାଯିବା ସେ ବିଷୟରେ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସଙ୍ଘର ଉପସଭାପତି ଭାସ୍କର ନାୟକ ମଧୁବାବୁଙ୍କ ଓକିଲାତି ଜୀବନର କାହାଣୀ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ସଂଘର ଯୁଗ୍ମ ସମ୍ପାଦକ ବିଧୁଭୂଷଣ ମାହାନ୍ତି ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରି ପ୍ରଦୀପ ପ୍ରଜ୍ଵଳନ ଓ ମାଲ୍ୟାର୍ପଣ କାର୍ଯ୍ୟରେ ସହଯୋଗ କରିଥିଲେ ।
ଆଜିର ସଭାରେ ଆଇନଜୀବୀ ଗୁଣ୍ଡୁଚି ବରାଳ ଙ୍କ ଦ୍ଵାରା ଲିଖିତ ସାକ୍ଷୀଗୋପାଳଙ୍କ ଉପରେ ଆଧାରିତ ପୁସ୍ତକକୁ ସଭାପତି ବାଳକୃଷ୍ଣ ମହାପାତ୍ର ଏବଂ ଓକିଲ ସଂଘର ସଦସ୍ୟ ମାନେ ଉନ୍ମୋଚନ କରିଥିଲେ। ଆଇନଜୀବି ସୁଶାନ୍ତ କୁମାର ରଥ, ଭଗବାନ ରଥ, ଅମ୍ବିକା ଶଙ୍କର ମହାପାତ୍ର, ଅଜିତ ଚୌଧୁରୀ, ସନ୍ତୋଷ ବେହେରା, ରବୀନ୍ଦ୍ର ଦାଶ,ଅଞ୍ଜନ କୁମାର ହୋତା, ଚିନ୍ମୟ ନାୟକ, ସୁନିଲ ନାୟକ, ଉପେନ୍ଦ୍ର ବିଶ୍ଵାଳ, ମୋହନ ଚରଣ ସାହୁ ଆଦି ଉପସ୍ଥିତ ରହି ଆଜିର ସଭାକୁ ସରସ ସୁନ୍ଦର ଭାବେ ଅୟୋଜନ ଏବଂ ପରିଚାଳନା କରିଥିଲେ।











