Home / ମୁଖ୍ୟ ଖବର / ସର୍ବଭାରତୀୟ ସମ୍ମିଳିତ କର୍ମଜୀବି ସାମ୍ବାଦିକ ସଙ୍ଘ ପକ୍ଷରୁ ରାଜ୍ୟ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ-ସୁଦର୍ଶନ ପାଇଲେ ଶ୍ରେଷ୍ଠ ସମାଜସେବୀ ପୁରସ୍କାର

ସର୍ବଭାରତୀୟ ସମ୍ମିଳିତ କର୍ମଜୀବି ସାମ୍ବାଦିକ ସଙ୍ଘ ପକ୍ଷରୁ ରାଜ୍ୟ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ-ସୁଦର୍ଶନ ପାଇଲେ ଶ୍ରେଷ୍ଠ ସମାଜସେବୀ ପୁରସ୍କାର

whatsapp image 2026 02 27 at 6.40.56 pm

କାକଟପୁର ତା ୨୭/୨,(ତୁଷାର ଦୀକ୍ଷିତ )ଅର୍ଗାନାଇଜେସନ୍ ଅଫ୍ ୟୁନାଇଟେଡ୍ ୱାର୍କିଂ ଜର୍ଣ୍ଣାଲିଷ୍ଟ (ଆଇଓୟୁଡବ୍ଲ୍ୟୁଜେ) ପକ୍ଷରୁ ରାଜ୍ୟ ସ୍ତରୀୟ କାର୍ଯ୍ୟକାରୀ ସମ୍ମିଳନୀ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l ଏଥିସହ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସମ୍ପାଦକ କାଉନସିଲ ଏବଂ ଡିଜିଟାଲ ମିଡ଼ିଆ ଉପରେ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି l

image
image


ଏହି ଅବସରରେ କାକଟପୁର ଅଞ୍ଚଳର ଯୁବ ସମାଜସେବୀ ତଥା ଜଗତସିଂହପୁର ସାଂସଦଙ୍କ ପୁରୀଜିଲ୍ଲା ପ୍ରତିନିଧି ଭାବେ ଦାୟିତ୍ୱ ନେଇଥିବା ଯୁବ ନେତୃତ୍ୱ ସୁଦର୍ଶନ ସ୍ୱାଇଁ ଶ୍ରେଷ୍ଠ ସମାଜସେବୀ ପୁରସ୍କାର ପାଇବାପାଇଁ ଯୋଗ୍ୟବିବେଚିତ ହୋଇଛନ୍ତି l ଶ୍ରୀଯୁକ୍ତ ସ୍ୱାଇଁ ଟାଟା ଷ୍ଟିଲ ପରି ଏକ ନାମୀ ଦାମୀ କମ୍ପାନୀରେ ୨୦୦୮ ରୁ ୨୦୨୩ ପର୍ଯ୍ୟନ୍ତ ୟୁନିଟ୍ ମ୍ୟାନେଜେର ଭାବେ କାର୍ଯ୍ୟ କରି ଅନେକ ପ୍ରଶଂସା ଓ ପୁରସ୍କାର ପାଇଥିବା ବେଳେ ୨୦୨୨ ପରେ ପ୍ରତ୍ୟେକ୍ଷ ଭାବେ ବିଜେପି ରାଜନୀତିରେ ସକ୍ରିୟ ରହି ଦଳକୁ କାକଟପୁର ନିର୍ବାଚନ ମଣ୍ଡଳୀ ରେ ସୁଦୃଢ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ୨୦୨୩ ରେ ନିଜର ବୃତ୍ତିଗତ କାର୍ଯ୍ୟରୁ ଅବସର ନେଇ ସମାଜ ସେବା ସହିତ କାକଟପୁର ବିଜେପି ପାଇଁ କାର୍ଯ୍ୟ କରିଆସୁଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବିଜେପିର ରାଜ୍ୟ ପ୍ରବକ୍ତା ସଜନ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଆଇଓୟୁଡବ୍ଲ୍ୟୁଜେର ସର୍ବଭାରତୀୟ ସଭାପତି ଡ଼. ପୀତବାସ ମିଶ୍ର ଏଥିରେ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଅଭିଭାଷଣ ରଖିଥିଲେ l ସେ ତାଙ୍କ ବକ୍ତବ୍ୟରେ ଗଣ ମାଧ୍ୟମର ଦାୟିତ୍ୱ, ସମସ୍ୟା, ସମ୍ପର୍କରେ ଆଲୋଚନା କରି ସମସ୍ତେ ଐକବଦ୍ଧ ଭାବେ ଦାବି ଉପସ୍ଥାପନା ପାଇଁ ଆହ୍ୱାନ କରିଥିଲେ l ସମ୍ମାନୀତ ଅତିଥି ଭାବେ ଜର୍ଣ୍ଣାଲିଜମ ବିଭାଗ ଅଧ୍ୟାପକ ଡ଼. ଭି. ଆର. ରାଜୁ, ଉତ୍କଳ ସାମ୍ବାଦିକ ସଙ୍ଘ ରାଜ୍ୟ ସଭାପତି ବିଭୁତି ଭୂଷଣ କର,ବରିଷ୍ଠ ସାମ୍ବାଦିକ ସନତ ମିଶ୍ର, ଅଶୋକ ପଣ୍ଡା, ଅବସରପ୍ରାପ୍ତ ଆଇ ଆର ଏସ ଅଧିକାରୀ ଡ଼ କୃଷ୍ଣ ଚନ୍ଦ୍ର ବଳ, ପୂର୍ବତନ ରେଳବାଇ ସିପିଆର ରବି ମହାପାତ୍ର, ଓୟୁ ଡବ୍ଲୁ ଜେ ରାଜ୍ୟ ସଭାପତି ଭାଗବତ ତ୍ରିପାଠୀ, ଭୁବନେଶ୍ୱର ୟୁନିଟି ସଭାପତି ହୃଷିକେଶ ମହାନ୍ତି, ରାଜ୍ୟ ସଂଯୋଜକ ଅର୍ଜୁନ ମୁଦୁଲି, ସୁଲେଖକ ମାନସ ମହାପାତ୍ର ପ୍ରମୁଖ ଯୋଗ ଦେଇ ଥିଲେ l ଓୟୁଡବ୍ଲୁଜେର ରାଜ୍ୟ ସଭାପତି ଭାଗବତ ତ୍ରିପାଠୀ ସାମ୍ବାଦିକ ମାନଙ୍କ ସମସ୍ୟା ସମ୍ପର୍କ ରେ ଆଲୋକପାତ କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply