Home / ଶିକ୍ଷା / ମାଗଣାରେ ମିଳିବ ଇଞ୍ଜିନିୟରିଙ୍ଗ କୋଚିଂ

ମାଗଣାରେ ମିଳିବ ଇଞ୍ଜିନିୟରିଙ୍ଗ କୋଚିଂ

engineeering

ସତ୍ୟବାଦୀ: ତା ୧୧.୫.୨୪ (ଶାଶ୍ଵତ ଟିଭି ) ଭାରତ ବିକାଶ ପରିଷଦ ଓ ସିଗ୍ମା ଏକାଡେମୀ ତରଫରୁ ଆୟୋଜିତ ହୋଇଯାଇଛି +2 ବିଜ୍ଞାନ ବୃତ୍ତି ପରୀକ୍ଷା । ସରକାରୀ ବିଦ୍ୟାଳୟରେ ପଢ଼ି ଦଶମ ପରୀକ୍ଷା ଦେଇଥିବା ଆର୍ଥିକ ଅନଗ୍ରସର ମେଧାବୀ ଛାତ୍ର ଛାତ୍ରୀ, ଯେଉଁମାନେ +2 ବିଜ୍ଞାନ ସହ ଇଞ୍ଜିନିୟରିଙ୍ଗ ପ୍ରବେଶିକା ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ସିଗ୍ମା ଏକାଡେମି ତରଫରୁ ଭାରତ ବିକାଶ ପରିଷଦ, ସତ୍ୟବାଦୀ ଶାଖା ସହଯୋଗରେ ଏକ ବୃତ୍ତି ଚୟନ ପରୀକ୍ଷା ଶନିବାର ଦିନ ସତ୍ୟବାଦୀ ବାଳକ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି l ଯେଉଁ ଛାତ୍ର ଛାତ୍ରୀ ଚୟନ ହେବେ, ସେମାନଙ୍କୁ ଭୁବନେଶ୍ୱରରେ ରହିବା, ଖାଇବା ସହ ଇଞ୍ଜିନିୟରିଙ୍ଗ କୋଚିଂ ମାଗଣାରେ ଯୋଗାଇ ଦିଆଯିବ ବୋଲି ସିଗ୍ମା ଏକାଡେମୀ ର ମୁଖ୍ୟ ସଫ୍ଟୱେୟାର ଇଞ୍ଜିନୀଅର ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ମିଶ୍ର ଏବଂ କୃଷି ବିଜ୍ଞାନୀ ପ୍ରଶାନ୍ତ କୁମାର ମିଶ୍ର ଉଦବୋଧନ ଦେଇ କହିଥିଲେl 

engineeering1

ଭାରତ ବିକାଶ ପରିଷଦ ର ରାଜ୍ୟ ସଭାପତି ସତ୍ୟବାଦୀ ଦାଶ, ମିଡ଼ିଆ ପ୍ରଭାରୀ ନିହାର ରଞ୍ଜନ ସ୍ୱାଇଁ, ସଚିବ ନବଘନ ଶତପଥୀ, ଅର୍ଥ ସଚିବ ବିଜୟ କୁମାର ପରିଡା, ସେବା ସଚିବ ଲିଙ୍ଗରାଜ ସାହୁ, ସଂସ୍କାର ସଚିବ ବିଭୁ ପ୍ରସାଦ ମହାପାତ୍ର, ମାନସ ରଞ୍ଜନ ପଟ୍ଟନାୟକ, ତପସ୍ୱିନୀ ଦାସ, ଦେବାଶିଷ ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରିଥିଲେ l ଉକ୍ତ ବୃତ୍ତି ଚୟନ ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ପୁରୀ, ଚନ୍ଦନପୁର, ସତ୍ୟବାଦୀ, କଣାସ, ପିପିଲି, ଡେଲାଙ୍ଗ , ବଳଙ୍ଗା, ନିମାପଡା ଆଦି ଅଞ୍ଚଳରୁ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply