Home / ରାଜନୀତି / ବିଜେପି ଛାଡ଼ି ବିଜେଡ଼ିରେ ଯୋଗଦେଲେ ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ

ବିଜେପି ଛାଡ଼ି ବିଜେଡ଼ିରେ ଯୋଗଦେଲେ ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ

bjd

ଭୁବନେଶ୍ୱର : ତା ୧୬.୫.୨୪ (ଶାଶ୍ଵତ ଟିଭି) – ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜେପି ମୁଖପାତ୍ର ରମାରଞ୍ଜନ ବଳିୟାରସିଂହଙ୍କ ସହ ବହୁ ନିର୍ବାଚିତ ପ୍ରତିନିଧି ଓ ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ବରିଷ୍ଠ ସାଧାରଣ ସମ୍ପାଦକ, ପୂର୍ବତନ ମନ୍ତ୍ରୀ, ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ୨୦୨୪ ସତ୍ୟବାଦୀ ବିଜେଡି ବିଧାୟକ ପ୍ରାର୍ଥୀ ସଂଜୟ ଦାସବର୍ମା ଓ ରାଜ୍ୟସଭା ସାଂସଦ ଶୁଭାଶିଶ ଖୁଣ୍ଟିଆଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ରମାରଞ୍ଜନ ବଳିୟାରସିଂହଙ୍କୁ ଡକ୍ଟର ପାତ୍ର, ଶ୍ରୀ ଦାସବର୍ମା ଓ ଶ୍ରୀ ଖୁଣ୍ଟିଆ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର କହିଥିଲେ ।

bjdplus

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ରମାରଞ୍ଜନ ବଳିୟାରସିଂହ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ସତ୍ୟବାଦୀ ହେଉଛି ପଞ୍ଚସଖାର ମାଟି । ସତ୍ୟବାଦୀରେ ଓଡିଆ ବିଶ୍ୱବିଦ୍ୟାଳୟ ହୋଇଛି । ଗୋପବନ୍ଧୁ ଦାଶଙ୍କ ଜନ୍ମପୀଠର ନବୀକରଣ ହୋଇଛି । ଏହା ଓଡିଆ ଜାତିର ମାନ ବଢାଇଛି । କିନ୍ତୁ ଅନ୍ୟପଟେ ଭାରତୀୟ ଜନତା ପାର୍ଟି ସତ୍ୟବାଦୀ ଜନସାଧାରଣଙ୍କ ଆଶା, ଆକାଂକ୍ଷାଙ୍କୁ ପ୍ରତାରିତ କରିଛି । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି । ଦଳରେ ମୋତେ ଓ ମୋ ସହ ଯୋଗ ଦେଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।
ଏହି ମିଶ୍ରଣ ପର୍ବରେ ନନ୍ଦକିଶୋର ମାନସିଂହ, ବିଭୂତି ବରାଳ, ଅମର ଶତପଥୀ, ଦୁର୍ଗା ପ୍ରସାଦ ମିଶ୍ର, ନନ୍ଦ କିଶୋର, ଭାସ୍କର ମିଶ୍ର, ରଶ୍ମିରଞ୍ଜନ ଦାସ, ପୁରୁଷୋତ୍ତମ ବିଶ୍ୱାଳ, ମନୋରଞ୍ଜନ ବରାଳ, ପ୍ରହଲ୍ଲାଦ ସାହୁ, ଅମ୍ବିକା ବେହେରା, ତପନ ବେହେରା, ଉର୍ମିଳା ପରିଡା, ଅଭୟ ବଳିୟାରସିଂହ, ଦୁଃଶାସନ ସାହୁ, ଆନନ୍ଦ୍ରେ ଦାଶ, ବିଷ୍ଣୁପ୍ରସାଦ ଜେନା, ପଞ୍ଚାନନ ରାଉତ, ସତ୍ୟକୁମାର ବେହେରା, ପାର୍ବତୀ ମାନସିଂହ, ଅଚ୍ୟୁତାନନ୍ଦ ଜେନା, ସତ୍ୟଭାମା ମାନସିଂହ, ମନୋଜ ସାହୁ, ଗୋପାଳ ପ୍ରଧାନ ଓ ବିଷ୍ଣୁପ୍ରସାଦ ଜେନାଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ । ଆଗକୁ ସତ୍ୟବାଦୀ ବିଜେଡ଼ି ପ୍ରାର୍ଥୀ ସଞ୍ଜୟ କୁମାର ଦାସବର୍ମାଙ୍କ ହାତକୁ ଟାଣକରି ବହୁତ୍ ସଂଖ୍ୟାରେ ଜୟଯୁକ୍ତ କରିବାପାଇଁ ଉତ୍ସାହିତ ହୋଇ କହିଛନ୍ତି ନୂତନ ଭାବରେ ଯୋଗଦାନ କରିଥିବା କର୍ମୀମାନେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply