Home / ସଂସ୍କୃତି ଓ ପରମ୍ପରା / ପାଳିତ ହେଲା ବିଶ୍ଵ ଓଡ଼ିଶୀ ସଙ୍ଗୀତ ଦିବସ – ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ନମିଳିବା ଦୁର୍ଭାଗ୍ୟଜନକ

ପାଳିତ ହେଲା ବିଶ୍ଵ ଓଡ଼ିଶୀ ସଙ୍ଗୀତ ଦିବସ – ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ନମିଳିବା ଦୁର୍ଭାଗ୍ୟଜନକ

sastriya

ସାକ୍ଷୀଗୋପାଳ, ୧। ୬ (ଶାଶ୍ଵତ ଟିଭି ) ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟରେ ପାଳିତ ହୋଇଯାଇଛି ବିଶ୍ଵ ଓଡ଼ିଶୀ ସଙ୍ଗୀତ ଦିବସ। ଏହି କାର୍ଯ୍ୟକ୍ରମ କୁ ପ୍ରଦୀପ ପ୍ରଜ୍ବଳନ କରି ଅବସରପ୍ରାପ୍ତ ପ୍ରଫେସର ବୃନ୍ଦାବନ ରଥ ଉଦଘାଟନ କରିଥିଲେ। ଓଡ଼ିଶୀ ସଙ୍ଗୀତ ଆସର ଏବଂ ଆଲୋଚନା ଚକ୍ରରେ ମହାବିଦ୍ୟାଳୟ ର ଅଧ୍ୟାପକ, ବିଦ୍ୟାର୍ଥୀ ଓ କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ। ଓଡିଶୀ, ସଙ୍ଗୀତ କ୍ଷେତ୍ରରେ ଆମ ରାଜ୍ୟର ସ୍ଵତନ୍ତ୍ର ପରିଚୟ ରହିଛି। ଓଡ଼ିଶୀ ସଙ୍ଗୀତକୁ ବିଶ୍ଵସ୍ତରରେ ପହଞ୍ଚାଇ ଥିବା ପୂଜ୍ୟ ସଙ୍ଗୀତ ଗୁରୁ ଓ ସଙ୍ଗୀତ ସାଧକ ମାନଙ୍କ ନିକଟରେ, ଓଡ଼ିଶାବାସୀ କୃତଜ୍ଞ ବୋଲି ପ୍ରଫେସର ବୃନ୍ଦାବନ ରଥ କହିଥିଲେ।

ଶ୍ରୀଜଗନ୍ନାଥ ସଂସ୍କୃତି ଓ ରାଜ ପ୍ରତିଷ୍ଠିତ ଶାସନଵାଡ ଗୁଡ଼ିକ ରେ ଓଡ଼ିଶୀ ସଙ୍ଗୀତ ଵେଶ ଜନପ୍ରିୟ ହୋଇଥିଲା। ମାତ୍ର ଓଡ଼ିଶୀ ସଙ୍ଗୀତ କୁ ଏବେବି ଶାସ୍ତ୍ରୀୟ ମାନ୍ୟତା ମିଳିନଥିବା ଦୁର୍ଭାଗ୍ୟଜନକ। ଓଡ଼ିଆଭାଷା ଏବଂ ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶୀ ସଙ୍ଗୀତକୁ ସ୍ଵତନ୍ତ୍ର ମାନ୍ୟତା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ବାରମ୍ବାର ପ୍ରସ୍ତାବ ଦେଇଛନ୍ତି। ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟରେ ସଫଳତା ହାସଲ କରିଥିବା ଗୁରୁ ଓ ସାଧକ ମାନଙ୍କୁ ଜାତୀୟ ସ୍ତରରେ ସମ୍ମାନ ମିଳିଥିଲେ ମଧ୍ୟ ଓଡିଶୀ ସଙ୍ଗୀତ କୁ ରାଜ୍ୟ ସଙ୍ଗୀତ ଦର୍ଶାଇ ଅଧିକାର ରୁ ବଞ୍ଚିତ କରାଯାଉଛି ବୋଲି ଉପସ୍ଥିତ ସଙ୍ଗୀତ ସାଧକ ମାନେ ଆଲୋଚନା ଚକ୍ରରେ ମତ ଦେଇଥିଲେ।

ଓଡ଼ିଶୀ ସଙ୍ଗୀତ ର ମ୍ୟୈଳିକତା ସମ୍ପର୍କରେ ଅଧିକ ଗବେଷଣା ଆବଶ୍ୟକ ରହିଛି ବୋଲି ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟ ର ସମ୍ପାଦକ ବଦ୍ରିନାରାୟଣ ଖୁଣ୍ଟିଆ ପ୍ରସ୍ତାବ ରଖିଥିଲେ। ଓଡ଼ିଶୀ ସଙ୍ଗୀତ ଗୁରୁ ଅଚ୍ୟୁତ ମହାରଣା, ଗୁରୁ ଅଶୋକ ସାହୁ, ଗୁରୁ ବ୍ରଜ କିଶୋର ମହାପାତ୍ର, ଗୁରୁ ଦୁର୍ଗା ପ୍ରସାଦ ମହାପାତ୍ର, ଦିଗମ୍ବର ରଥ, ଓଡ଼ିଶୀ ନୃତ୍ୟ ଗୁରୁ ଚିରସ୍ରୋତା ଖୁଣ୍ଟିଆ, ମୀରା ଦାଶ, ଗୁରୁ ବୈକୁଣ୍ଠନାଥ ସେଠୀ, ମାନସ ନାୟକ ପ୍ରମୁଖ ଓଡ଼ିଶୀ ସଙ୍ଗୀତ ଓ ବାଦ୍ୟଯନ୍ତ୍ର ପରିବେଷଣ ରେ ସହଯୋଗ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply