Home / ଆଧ୍ୟାତ୍ମିକ / ଶୀତଳ ଷଷ୍ଠୀ ରେ ସୋମେଶ୍ଵର ଶମ୍ଭୁଙ୍କ ବିବାହ ଉତ୍ସବ ପାଳିତ

ଶୀତଳ ଷଷ୍ଠୀ ରେ ସୋମେଶ୍ଵର ଶମ୍ଭୁଙ୍କ ବିବାହ ଉତ୍ସବ ପାଳିତ

siba bibaha

କାକଟପୁର ତା ୧୨/୦୬/୨୦୨୪ , ପୁରୀଜିଲ୍ଲା କାକଟପୁର ସ୍ଥିତ ଶ୍ରୀ ଶ୍ରୀ ସୋମେଶ୍ଵର ମହାଦେବଙ୍କ ପୀଠରେ ପବିତ୍ର ଶୀତଳଷଷ୍ଠୀ ଅବସରରେ ମଙ୍ଗଳବାର ଦିନ ପ୍ରଭୂ ସୋମେଶ୍ୱର ଏବଂ ମାତା ପାର୍ବତୀଙ୍କ ବିବାହ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥ‌ିଯୋଗୁଁ ସମଗ୍ର କାକଟପୁର ଅଞ୍ଚଳ ଉତ୍ସବମୁଖର ହୋଇପଡ଼ିଥିଲା । ମଙ୍ଗଳବାର ସକାଳୁ ହାଣ୍ଡି ମଙ୍ଗୁଳା, ଦିଅଁ ମଙ୍ଗୁଳା, ଦେବଦମ୍ପତିଙ୍କ ମହାସ୍ନାନ, ବାଟବରଣ ନୀତି ପରେ ପ୍ରଥମ ବରଣ, ଦ୍ଵିତୀୟ ବରଣ ହୋଇଥିଲା ।ପରେ ହରିବୋଲ, ହୁଳହୁଳି ଶବ୍ଦ ମଧ୍ଯରେ ଶିବ- ପାର୍ବତୀଙ୍କ ବିବାହ କାର୍ଯ୍ୟ ସମ୍ପାଦନ ହୋଇଥିଲା। ପଣ୍ଡିତ ସଞ୍ଜୟ କୁମାର ଦୀକ୍ଷିତ ବିବାହ କାର୍ଯ୍ୟ ସମ୍ପାଦନ କରିଥିବାବେଳେ ମନ୍ଦିରର ମୁଖ୍ୟ ପୂଜାପଣ୍ଡା ସୁରେଶ ଚନ୍ଦ୍ର ତ୍ରିପାଠୀ ପୁରୋହିତ କାର୍ଯ୍ୟ ତୁଲାଇଥିଲେ। ବରପିତା ଭାବେ ଅବସରପ୍ରାପ୍ତ ସାମରିକ କର୍ମଚାରୀ ମନୋରଞ୍ଜନ ପଣ୍ଡା ଓ କନ୍ୟାପିତା ଭାବେ ମନ୍ଦିରର ପୂଜକ ସନ୍ତୋଷ କୁମାର ଦୀକ୍ଷିତ ଦାୟିତ୍ଵ ନିଭାଇଥିଲେ। ଶିବ -ପାର୍ବତୀ ଙ୍କ ବିବାହ କାର୍ଯ୍ୟକ୍ରମକୁ ମା ମଙ୍ଗଳା ମନ୍ଦିର ଟ୍ରଷ୍ଟ ବୋର୍ଡର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ, ସେବାୟତ ନିଯୋଗ ଉପସଭାପତି କମଳ ଲୋଚନ ଦୀକ୍ଷିତ, ଉପଦେଷ୍ଟା କମିଟି ସଦସ୍ୟ ତୁଷାର ରଞ୍ଜନ ଦୀକ୍ଷିତ, ସମ୍ପାଦକ ପବିତ୍ର କୁମାର ଦୀକ୍ଷିତ, ଅଶୋକ କୁମାର ଦୀକ୍ଷିତ, ଆଡ଼ଭୋକେଟ ଅନିଲ କୁମାର ଦୀକ୍ଷିତ, ପୀତବାସ ଦୀକ୍ଷିତ, ହିମାଂଶୁ ଭୂଷଣ ଦୀକ୍ଷିତ,ନଳିନୀ କାନ୍ତ ଦୀକ୍ଷିତ, ହରିହର ଦୀକ୍ଷିତ, ବବୁଲ, ଟିଟୁ ଓ କୁନି ସେବକ ଜୟଶ ପ୍ରମୁଖ ପରିଚାଳନା କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply