Home / ସଂସ୍କୃତି ଓ ପରମ୍ପରା / କଟକରେ ଗଜପତି କପିଳେନ୍ଦ୍ର ଦେବଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଆମର ଦାବି… “ଅନ୍ତରଙ୍ଗ କଳିଙ୍ଗ”

କଟକରେ ଗଜପତି କପିଳେନ୍ଦ୍ର ଦେବଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଆମର ଦାବି… “ଅନ୍ତରଙ୍ଗ କଳିଙ୍ଗ”

antkalinga

କଟକ: ତା ୨୨.୬.୨୪ (ଶାଶ୍ଵତ ଟିଭି) – ଓଡ଼ିଶାର ଜଣାଶୁଣା ସାମାଜିକ ଅନୁଷ୍ଠାନ “ଅନ୍ତରଙ୍ଗ କଳିଙ୍ଗ” ତରଫରୁ ଓଡ଼ିଆ ଅସ୍ମିତାର ନବ ଜାଗରଣ ଉଦ୍ଦେଶ୍ୟରେ ଏକ ଉଦ୍ୟମ ଆରମ୍ଭ ହୋଇଛି l ଆମ ଓଡ଼ିଆ ଜାତିର ମଉଡ଼ମଣୀ ହେଲେ ଶ୍ରୀଜଗନ୍ନାଥ, ଆଉ ଓଡ଼ିଆ ଅସ୍ମିତାର ପ୍ରତୀକ ହେଲେ ଗଜପତି ଶ୍ରୀ କପଳେନ୍ଦ୍ର ଦେବ l ଯିଏକି ଆଜକୁ ୫୮୦ ବର୍ଷ ପୂର୍ବେ ଓଡ଼ିଶା ନାମରେ ଏକ ରାଜ୍ୟ ଆମକୁ ସମର୍ପି ଦେଇଥିଲେ l

ଦିନ ଥିଲା କଟକ ବାରବାଟୀରୁ ରାଜ୍ୟ ଶାସନ କରି ଆଗଙ୍ଗା ଗୋଦାବରୀ ଏକ ବିରାଟ ଭୂଖଣ୍ଡର ଅଧିପତି ରୂପେ ଗଜପତି କପିଳେନ୍ଦ୍ର ଦେବ କଳିଙ୍ଗ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ l କୁହାଯାଏ, ଦାକ୍ଷିଣାତ୍ୟ ବିଜୟ ପରେ ଦକ୍ଷିଣ ଭାରତର ବିଭିନ୍ନ ରାଜା ମହାରାଜାଙ୍କ ଦ୍ୱାରା ଦାନରେ ମିଳିଥିବା ସୁନା, ରୁପା, ହୀରା, ନୀଳା ଆଦି ଧନ ରତ୍ନ ୧୬ ଗୋଟି ହାତୀ ପିଠିରେ ଲଦି କଟକ ଫେରିଥିଲେ, ଆଉ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ସମସ୍ତ ଧନ ରତ୍ନ ସମର୍ପି ଦେଇ, ନିଜକୁ ଜଗନ୍ନାଥଙ୍କ ସେବକ ବା ରାଉତ ରୂପେ ପରିଚୟ ଦେଇଥିଲେ l ତାଙ୍କର ଏଇ ଅବଦାନ ଯୋଗୁ ଶ୍ରୀମନ୍ଦିର ଗର୍ଭଗୃହରେ ତଥା ଶ୍ରୀମନ୍ଦିର ସମ୍ମୁଖରେ ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସୁନାବେଶ ଆଜିବି ସମ୍ପନ୍ନ ହେଉଛି l ଆନ୍ଧ୍ର ପ୍ରଦେଶ ସୀମାଞ୍ଚଳମ୍ ସ୍ଥିତ ଶ୍ରୀବରାହ ନୃସିଂହ ମନ୍ଦିର ଗାତ୍ରରେ ଗଜପତି କପିଳେନ୍ଦ୍ର ଦେବଙ୍କ ୯ ଗୋଟି ଓଡ଼ିଆ ଶିଳାଲିପି ସହିତ ୪୦ରୁ ଉର୍ଦ୍ଧ୍ୱ ଓଡ଼ିଆ ଶିଳାଲିପି ଦେଖିବାକୁ ମିଳେ l

antkalinga1

ଆମ ଗୌରବୋଜ୍ୱଳ ଇତିହାସ ଓ ଅସ୍ମିତାର ପ୍ରତୀକ ଗଜପତି ଶ୍ରୀ କପିଳେନ୍ଦ୍ର ଦେବଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ବୀରଭୂମି କଟକ ମାଟିରେ ସ୍ଥାପନ କରିବା ଉଦ୍ଦେଶ୍ୟରେ ଅନୁଷ୍ଠାନ ତରଫରୁ ଏଇ ପ୍ରୟାସ ଆରମ୍ଭ କରାଯାଇଛି l ଏହି ପ୍ରୟାସକୁ ସଫଳ କରିବା ନିମନ୍ତେ କଟକର ତତ୍କାଳୀନ ଜିଲ୍ଲାପାଳ ଶ୍ରୀଯୁକ୍ତ ବିନୀତ୍ ଭାରଦ୍ୱାଜ , ନଗରପାଳ ଶ୍ରୀଯୁକ୍ତ ସୁବାସ ସିଂହ ମହୋଦୟ,ସାଂସଦ ଶ୍ରୀଯୁକ୍ତ ଭର୍ତ୍ତୃହରି ମହତାବ, ବାରବାଟୀ କଟକର ବିଧାୟିକା ଶ୍ରୀମତୀ ସୋଫିଆ ଫିର୍ଦୋଶଙ୍କୁ ଭେଟି ନିବେଦନପତ୍ର ସହିତ ଭୁବନେଶ୍ୱରର କପିଳେଶ୍ଵର ମନ୍ଦିର ଗାତ୍ରରେ ଥିବା ଗଜପତିଙ୍କ ପ୍ରତିମୂର୍ତ୍ତିର ଏକ ଛବି ଅର୍ପଣ କରାଯାଇଛି l
ଆଗକୁ ଏହି ଉଦ୍ୟମକୁ ଆହୁରି ପ୍ରଖର କରିବା ଉଦ୍ଦେଶ୍ୟରେ ଗତ ଦୋଳପୂର୍ଣ୍ଣମୀରୁ ସାରା ଓଡ଼ିଶାରେ ଆରମ୍ଭ କରାଯାଇଥିବା ଦସ୍ତଖତ ଅଭିଯାନ ସମ୍ପୂର୍ଣ୍ଣ ପରେ ଏହି ସମ୍ମିଳିତ ଦସ୍ତଖତକୁ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ତଥା ଓଡ଼ିଶାର ରାଜ୍ୟପାଳଙ୍କ ନିକଟକୁ ପଠାଇବା ପାଇଁ ଅନୁଷ୍ଠାନ ତରଫରୁ ପ୍ରାୟାସ କରାଯାଉଛି l

antkalinga2

ଆଗାମୀ ଦିନରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଦାବୀ ଜଣାଇବା ସହିତ ଓଡ଼ିଆ ଜାତିର ବୀର ପୁରୁଷଙ୍କ ବିଷୟରେ ଅଧିକରୁ ଅଧିକ ଅବଗତ କରାଇବା ନିମନ୍ତେ ପାଠ୍ୟ ପୁସ୍ତକରେ ସେମାନଙ୍କ ବିଷୟମାନ ସ୍ଥାନୀତ କରିବା ପାଇଁ ମଧ୍ୟ ସରକାରଙ୍କ ନିକଟରେ ଦାବୀ କରାଯିବ ବୋଲି ସାମାଜିକ ଅନୁଷ୍ଠାନ ” ଅନ୍ତରଙ୍ଗ କଳିଙ୍ଗ ” ତରଫରୁ ସୂଚନା ମିଳିଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply