Home / ମୁଖ୍ୟ ଖବର / ସ୍ନାନ ପୂର୍ଣ୍ଣିମାରରେ “ଆପଣଙ୍କ ସେବାରେ” ସମାଜ ସେବୀ

ସ୍ନାନ ପୂର୍ଣ୍ଣିମାରରେ “ଆପଣଙ୍କ ସେବାରେ” ସମାଜ ସେବୀ

manoj1

ପୁରୀ : ତା ୨୨.୬.୨୪ – ଆଜି ପବିତ୍ର ସ୍ନାନପୁର୍ଣିମା ତିଥିରେ ସ୍ନାନ ବେଦୀ ରେ ଚତୁର୍ଦ୍ଧା ମୂର୍ତ୍ତୀ ଙ୍କ ସ୍ନାନ ଯାତ୍ରା ଅବସରରେ ପୁରୀ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ଆପଣଙ୍କ ସେବାରେ” ତରଫରୁ ଅଗଣିତ ଦର୍ଶନାର୍ଥୀ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ବିବିଧ ସେବା ମାନ ଅନୁଷ୍ଠାନ ର ସଦସ୍ୟା ଓ ସଦସ୍ୟ ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା l ଆଜି ଭଳି ଭିଡ଼ ଦିନ ରେ ମହାପ୍ରସାଦ ପାଇବା କଷ୍ଟକର ମନେ ହେଉଥିବା ବେଳେ ଅନୁଷ୍ଠାନ ତରଫରୁ ସିଂହ ଦ୍ୱାରା ସମ୍ମୁଖରେ ଟଙ୍କ ତୋରାଣି ବଣ୍ଟନ ଦ୍ୱାରା ଭକ୍ତ ମାନଙ୍କୁ ଆପାୟିତ କରାଯାଇଥିଲା l

manoj2

ପ୍ରଚଣ୍ଡ ଗୁଳୁଗୁଳି ରୁ ରକ୍ଷା ନିମନ୍ତେ ସ୍ପ୍ରେ ମାଧ୍ୟମରେ ଜଳ ସିଞ୍ଚନ ଓ ଭିଡ ନିୟନ୍ତ୍ରଣ ମଧ୍ୟ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସଦସ୍ୟ ମନୋଜ ରଥ,ସୁଦର୍ଶନ ସାହୁ, ରଞ୍ଜେଷ ସାହୁ, ଚିତ୍ତରଞ୍ଜନ ବିଶ୍ୱାଳ, ଦେବେନ୍ଦ୍ର ମହାରଣା, ବିରଞ୍ଚି ମିଶ୍ର, ଦେବାନନ୍ଦ ମିଶ୍ର, ଜଗଦୀଶ ପ୍ରଧାନ, ଗୌରବ ପାସୋରିଆ, କୃଷ୍ଣ ନାରାୟଣ ମିଶ୍ର ସୌମ୍ୟଶ୍ରୀ ଆଶୀର୍ବାଦମ, ସଞ୍ଜୟ, ସତ୍ୟନାରାୟଣ, ମାନସ, କୁଲୁ,, ଜଗନ୍ନାଥ ରେଡି, ବିନୋଦ ସେନାପତି, ଦେବୀ ପ୍ରସାଦ ବ୍ରହ୍ମl,ଶିଶୁ ସଦସ୍ୟ ଓମ ପ୍ରସାଦ ସେନାପତି ସଦସ୍ୟା ଅର୍ଚନା ମିଶ୍ର, ରଞ୍ଜୁଲତା ସାବତ, ସୁଲେଖା ମିଶ୍ର, ସୁଶ୍ରୀ ଦୀପ୍ତିମୟୀ ଓ ସହଯୋଗୀ ଅନୁଷ୍ଠାନ ଭାବେ ସଂଜୀବନୀ ଅନୁଷ୍ଠାନ, ବାଲିଗୁଆଳି ର ସୌମ୍ୟକାନ୍ତ ପ୍ରଧାନ ଓ ସାଥି ସୁନ୍ଦର ଆଉ ଶୃଙ୍ଖଳିତ ଢଙ୍ଗରେ ପରିଚାଳନା କରିଥିଲେ 

manoj3
SPREAD YOUR LOVE WITH YOUR FRIENDS AND FAMILY

Leave a Reply