ନୟାଗଡ଼,ତା-୧୪.୪.୨୬ରିଖ – ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ଓଡ଼ିଆ ନବ ବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ବଂଶୀଧର ସ୍ମୃତି ପରିଷଦ ତରଫରୁ ତଥା ବଂଶୀଧର ଇଣ୍ଟର ନ୍ୟାସନାଲ ଫାଉଣ୍ଡେସନ ଫର ପିସ୍ ଆଣ୍ଡ ଡେଭଲପମେଣ୍ଟ ଆନୁକୂଲ୍ୟରେ ବଂଶୀଧର ସାହୁଙ୍କ ଜ୍ୟେଷ୍ଠ ପୁତ୍ର ଶ୍ରୀଯୁକ୍ତ ମନୋଜ କୁମାର ସାହୁଙ୍କ ପରିଚାଳନାରେ ୩୩ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ କବିତା ପାଠୋତ୍ସବ, ନୟାଗଡ଼ ଇଟାମାଟି ବଂଶୀଧର ମହାବିଦ୍ୟାଳୟ ଠାରେ ସଭାପତି ବିଦୁଲତା ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।ସଭା ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ବଂଶୀଧର ସାହୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରା ଯାଇଥିଲା। ପ୍ରଥମେ

ହନୁମାନ ଚାଳିଶା ସୁଜାତା ସାହୁ ପାଠ କରିଥିଲେ। ଉମେଶ ଚନ୍ଦ୍ର ପଟ୍ଟନାୟକ ସଭା ପରିଚାଳନା କରିଥିବା ବେଳେ,ସଭା ସଂଯୋଜନା ଡ଼. ସୁକାନ୍ତି ମହାନ୍ତି କରିଥିଲେ। ମୁଖ୍ୟ ଅତିଥି ଭାବେ ପ୍ରମୋଦ ପଟ୍ଟନାୟକ , ମୁଖ୍ୟ ବକ୍ତା ଭାବେ ନିରାକାର ସ୍ୱାଇଁ ,ସମ୍ମାନିତ ଅତିଥି ଭାବେ ରୀନାବାଳା ସାହୁ ଓ ବିଦେଶୀ ନାୟକ ଯୋଗ ଦେଇ ବଂଶୀଧର ସାହୁଙ୍କ ଉପରେ ଓଜୋସ୍ଵିନୀ ଭାଷଣ ଦେବା ସହ କବି , କାବ୍ୟ ଓ କବିତା ବିଷୟରେ ଆଲୋଚନା କରିଥିଲେ। ଅତିଥି ମାନେ ଆମ୍ବେଦକରଙ୍କ କାର୍ଯ୍ୟ କଳାପ ତଥା ହନୁମାନଙ୍କ ଉପରେ ମଧ୍ୟ ଆଲୋକ ପାତ୍ କରିଥିଲେ। ବିଦେଶୀ ନାୟକ – ବଂଶୀଧର ସ୍ମୃତି ସାରସ୍ଵତ ସମ୍ମାନ-୨୦୨୬, ନୀଳିମା ନନ୍ଦ – ବଂଶୀଧର ସ୍ମୃତି ସାହିତ୍ୟ ସମ୍ମାନ -୨୦୨୬, ଗୋପୀନାଥ ପରିଡ଼ା – ବଂଶୀ ଧର ସ୍ମୃତି ଯୁବ ସାହିତ୍ୟ ସମ୍ମାନ ୨୦୨୬, ଅରୁଣ କୁମାର ସାହୁ – ବଂଶୀଧର ସ୍ମୃତି ପତ୍ରକାର ସମ୍ମାନ ୨୦୨୬, ରବୀନ୍ଦ୍ର ରାଉତ- ବଂଶୀଧର ସ୍ମୃତି ଗୌରବ ସମ୍ମାନ ୨୦୨୬ ଙ୍କୁ ପ୍ରଦାନ କରା ଯାଇଥିଲା। ରଙ୍ଗନାଥ ବେହେରା, କିଶୋର ସାହୁ, ସୁଜାତା ସାହୁ, ଶେଖ୍ ଅବଦୁଲ ଖାଲିକ୍, ନିର୍ମଳଚନ୍ଦ୍ର ଶୂରଦେଓ , ଗୋଲକ ବିହାରୀ ନାଏକ, ଦେବେନ୍ଦ୍ର ନାଥ ପରମ ଗୁରୁ, ଅନିତା ସ୍ୱାଇଁ, ମମତା ମଞ୍ଜରୀ ଦେବୀ, ମାଗୁଣି ଖଣ୍ଡା, ଡ଼ ସୁକାନ୍ତି ମହାନ୍ତି ଇତ୍ଯାଦି ୬୦ଜଣ କବି ସ୍ୱ କବିତା ପାଠ କରିଥିଲେ। ହରପ୍ରିୟା ଦ୍ୱିବେଦୀ ଓ କ୍ଷଣପ୍ରଭା କର କବିତା ଗୁଡ଼ିକ ସଂଯୋଜନା କରିଥିଲେ।
ଶେଷରେ ଡ଼. ସୁକାନ୍ତି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।











