Home / ମୁଖ୍ୟ ଖବର / ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ-ଶେଖ୍ ଗୁଲଜାର୍ ଏବଂ ଶ୍ରୀଯୁକ୍ତ ରାଧାକାନ୍ତ ଦାସ ଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନୀତ

ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ-ଶେଖ୍ ଗୁଲଜାର୍ ଏବଂ ଶ୍ରୀଯୁକ୍ତ ରାଧାକାନ୍ତ ଦାସ ଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନୀତ

sekh gulzar

କଟକ: ତା ୧:୭:୨୪ (ଶାଶ୍ଵତ ଟିଭି) – କଟକ ର ଜଣାଶୁଣା ସାମାଜିକ ଅନୁଷ୍ଠାନ “ଅନ୍ତରଙ୍ଗ କଳିଙ୍ଗ” ତରଫରୁ ପ୍ରତିବର୍ଷ ଓଡ଼ିଶାର କଳାକାର, ଶିକ୍ଷାବିତ୍, ସଂସ୍କୃତି ଗବେଷକ, ସମାଜସେବୀ ମାନଙ୍କୁ ସମ୍ମାନୀତ କରାଯାଇଥାଏ। ଚଳିତ ବର୍ଷ ମଧ୍ୟ ଅନୁଷ୍ଠାନ ତରଫରୁ ଦୁଇଜଣଙ୍କୁ ସମ୍ମାନିତ କରାଯାଇଥିଲା।
ଏହି ପରିପ୍ରେକ୍ଷୀରେ ସମ୍ବର୍ଦ୍ଧିତ ହୋଇଛନ୍ତି ଦୁଇ ଜଣ ନିଷ୍ଠାପର ସାଧକ । ପ୍ରଥମେ ବାଲିପାଟଣା ଅଞ୍ଚଳର ଉଦୀୟମାନ ଯୁବ ଅଭିନେତା ତଥା ଚଳଚ୍ଚିତ୍ର ଓ ବୃତ୍ତାନ୍ତ ନିର୍ମାତା ଶ୍ରୀମାନ୍ ଶେଖ୍ ଗୁଲଜାର୍ ହୁସେନ୍ । ତାଙ୍କର ଜନ୍ମ ବାଲିପାଟଣା ଅଞ୍ଚଳର ଏକ ନିବିଡ଼ ଓ ପ୍ରଖ୍ୟାତ ପଲ୍ଲୀ ଠାରେ । ତାଙ୍କ ଅଞ୍ଚଳର ଇତିହାସ ତଥା ନିଜ ପୂର୍ବପୁରୁଷଙ୍କ ପ୍ରେରଣା ଦ୍ଵାରା ଅନୁପ୍ରାଣିତ ଶେଖ୍ ଗୁଲଜାର୍ ସର୍ବଦା ନିଜ ପ୍ରତିଭା ଓ ଏହାର କୃତିତ୍ବ ପାଇଁ ଜନ୍ମମାଟିକୁ ଆଦ୍ୟ ଶ୍ରେୟ ଦେଇଛନ୍ତି । ଓଡ଼ିଆ ଧାରାବାହିକ ‘ପ୍ରତିଶୋଧ’, ‘ଜୀବନ ରଙ୍ଗ’ ଓ ପ୍ରାମାଣିକ ଚଳଚ୍ଚିତ୍ର ‘ଜୈନ ହେରିଟେଜ୍ ଅଫ୍ ଇଣ୍ଡିଆ’ ରେ ନିଜେ ନିର୍ଦ୍ଦେଶନା ଓ ଅଭିନୟ କରିଥିଲେ । ଏଇଠୁ ପ୍ରଚ୍ଛଦ ଚିତ୍ରଶିଳ୍ପ ପାଇଁ ସେ ଅନେକ ଅଭିଜ୍ଞତା ସାଉଁଟି ଶେଷରେ ନିଜ ଜନ୍ମ ମାଟି ବାଲିପାଟଣା ପାଇଁ କାମ କରିଥିଲେ , ତାଙ୍କ ଦ୍ବାରା ପ୍ରସ୍ତୁତ ପ୍ରାମାଣିକ ବୃତ୍ତାନ୍ତ ‘ଶିଶୁ ଅନନ୍ତଙ୍କ ଗାଥା’ ଅନ୍ତର୍ଜାତୀୟ ସ୍ତରରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା । କେବଳ ସେତିକି ନୁହେଁ, ସେ ଐତିହ୍ୟ ଅନୁସନ୍ଧାନ ଓ ପୁନଃ ପ୍ରଚାର ଦିଗରେ ମହାକବି ଜୟଦେବଙ୍କ ଜୀବନ ଧାରା ଓ ତାଙ୍କ ଜନ୍ମମାଟି କେନ୍ଦୁଲି ଗ୍ରାମରେ ମଧ୍ୟ ‘ଜୟଦେବ’ ଚଳଚ୍ଚିତ୍ରଟି ଉତ୍ତୋଳନ କରିଛନ୍ତି । ସମ୍ଭବତଃ ଆଗାମୀ ଦିନମାନଙ୍କରେ ତାହା ମୁକ୍ତି ଲାଭ କରିବା ଆଶା ରଖି, ଆମେ ତାଙ୍କ ସମଗ୍ର ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି।

ଦ୍ବିତୀୟରେ ଥିଲେ ଜଣେ ବର୍ଷୀୟାନ୍ ଶିକ୍ଷାବିତ୍ ତଥା ସାମାଜିକ ସଙ୍ଗଠକ ପୁରୀରୁ ଶ୍ରୀଯୁକ୍ତ ରାଧାକାନ୍ତ ଦାସ ମହୋଦୟ । ବୃତ୍ତିରେ ସେ ପ୍ରାଧ୍ୟାପନା କରିଥିଲେ, ଅବସରପ୍ରାପ୍ତ ଜୀବନ ତାଙ୍କର ଆହୁରି ଅନନ୍ୟ ସାଧାରଣ । ପୂଜ୍ୟ ମହାପୁରୁଷଙ୍କ ସ୍ମୃତିଚାରଣକୁ ବାସ୍ତବ ସମାଜ ଗଠନର ନିଦାନ ବୋଲି ମତ ରଖି ତାଙ୍କ ସାମୂହିକ ଉଦ୍ୟମରେ ପ୍ରତିଷ୍ଠିତ ‘ଉତ୍କଳ ସ୍ବାଭିମାନ ମଞ୍ଚ’ ତରଫରୁ ସକ୍ରିୟ ରହି ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ଚାଲିଛନ୍ତି ।
ତାଙ୍କର ସର୍ବଦା ଲକ୍ଷ୍ୟ ରହିଛି ଯେ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅନୁରୂପ ଅନୁଷ୍ଠାନଗୁଡ଼ିକ ଯଦି ନିଜ କ୍ଷେତ୍ରରେ ଓଡ଼ିଶାର ଜାତୀୟ କର୍ଣ୍ଣଧାର ରୂପେ ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଭାରତମଣି ଗୋପବନ୍ଧୁଙ୍କ ସଦୃଶ ତାଙ୍କ ନେତୃତ୍ଵର ଅଗ୍ରଦୂତ ଅନ୍ୟ ମହାମନିଷୀଙ୍କ ଗାଥା ମୂର୍ତ୍ତିମନ୍ତ ଉପାୟରେ ପହଞ୍ଚାଇ ପାରିଲେ ପୂଜ୍ୟପୂଜା ନିଶ୍ଚୟ ସାର୍ଥକ ହୋଇପାରିବ । ଏହା ଦ୍ବାରା ଯେ କେବଳ ପୂଜ୍ୟ ମହାପୁରୁଷଙ୍କ ପ୍ରଚାର ଯେ ହେବ, ତା ବ୍ୟତିରେକ ଆମ୍ଭ ସମାଜର ସମସାମୟିକ ଶିଶୁ ବର୍ଗ, ଛାତ୍ର ପିଢ଼ି ତଥା ଜନହିତୈଷୀ ଯୁବ ବର୍ଗ ନିଜ ସଭ୍ୟତାର ସ୍ତରରେ ସେମାନଙ୍କୁ ନିଜ ମାଟିର ଜ୍ଞାନ ଓ ସ୍ବାଭିମାନ ବଳରେ ପରିଚିତ କରାଇବେ । ଶ୍ରୀଯୁକ୍ତ ରାଧାକାନ୍ତ ଦାସ ଓଡ଼ିଶା ତଥା ବିଚ୍ଛିନ୍ନାଞ୍ଚଳର ୨୬୦ରୁ ଉର୍ଦ୍ଧ୍ବ ବିଦ୍ୟାଳୟରେ ଓଡ଼ିଆ ମହାମନିଷୀମାନଙ୍କର ୧୨୦୦ରୁ ଉର୍ଦ୍ଧ୍ବ ପ୍ରତିମୂର୍ତ୍ତି ସ୍ଥାପନା ପୂର୍ବକ  ପୂଜ୍ୟପୂଜାର ଅନନ୍ୟ ଉଦାହରଣ ସୃଷ୍ଟି କରି ସାରିଛନ୍ତି । ସମାନ ବିଧିରେ ସେ ଲକ୍ଷ୍ୟ କରିଛନ୍ତି, ବର୍ତ୍ତମାନ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ସମସ୍ତ ସହଭାଗୀ ପ୍ରତିଭାଧର ଓ ବରେଣ୍ୟ ମହାନାୟକଙ୍କ ମଧ୍ୟ ଅଞ୍ଚଳ ସ୍ତରରେ ସେମାନଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହେବ ।
ଦୁଇ ସାଧକଙ୍କୁ ସମ୍ବର୍ଦ୍ଧିତ ପରେ ଆଗକୁ ଓଡ଼ିଶାର ଏହିଭଳି ବ୍ୟକ୍ତି ବିଶେଷଙ୍କୁ ବାଛି ବାଛି ସମ୍ମାନୀତ କରାଯିବା ପାଇଁ ଅନୁଷ୍ଠାନ ତରଫରୁ ସୁଚନା ମିଳିଛି।

SPREAD YOUR LOVE WITH YOUR FRIENDS AND FAMILY