Home / ମୁଖ୍ୟ ଖବର / ଶ୍ରୀରାଧା ଜନ୍ମ ମହୋତ୍ସବ ର ପ୍ରସ୍ତୁତି ବୈଠକବିଭିନ୍ନ ରାଜ୍ୟର କଳାସଂସ୍କୃତିର ଝଲକ ଦେଖିବେ ଦର୍ଶକ

ଶ୍ରୀରାଧା ଜନ୍ମ ମହୋତ୍ସବ ର ପ୍ରସ୍ତୁତି ବୈଠକବିଭିନ୍ନ ରାଜ୍ୟର କଳାସଂସ୍କୃତିର ଝଲକ ଦେଖିବେ ଦର୍ଶକ

radhastami

ସାକ୍ଷୀଗୋପାଳ: ୩୦.୬.୨୪ (ଶାଶ୍ଵତ ଟିଭି) – ଶ୍ରୀରାଧା ଜନ୍ମ ମହୋତ୍ସବ ୨୦୨୪ ନିମନ୍ତେ ରବିବାର ଶ୍ରୀ ଶ୍ରୀ ସାକ୍ଷୀଗୋପାଳ ସିଂହଦ୍ଵାର ଭଜନ କମିଟି ସଭଗୃହରେ ଅନୁଷ୍ଟିତ ହୋଇଯାଇଛି ପ୍ରଥମ ପ୍ରସ୍ତୁତି ବୈଠକ। ଅନୁଷ୍ଠାନ ର ଉପଦେଷ୍ଟା ସୁକାନ୍ତ କିଶୋର ସାମନ୍ତରାୟ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ଆସନ୍ତା ସେପ୍ଟେମ୍ୱର ୧୧ ତାରିଖ ରେ ଶ୍ରୀରାଧା ଜନ୍ମ ମହୋତ୍ସବ କିପରି ମହା ଆଡ଼ମ୍ବରରେ ପାଳନ କରାଯିବ ଆଲୋଚନା କରଯାଇଥିଲା।
ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ସେପ୍ଟେମ୍ବର ୯ ତାରିଖ, ୧୦ ତାରିଖ ଏବଂ ୧୧ ତାରିଖ ତିନିଦିନ ଧରି ଆୟୋଜିତ ଏହି ଉତ୍ସବରେ ପଞ୍ଚକୁଣ୍ଡିୟ ଯଜ୍ଞ ସହିତ, ବାଳଗୋପାଳ ଭୋଜି, ସ୍କୁଲ୍ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା, ସଙ୍କୀର୍ତ୍ତନ ସମାବେଶ, ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ ସମାରୋହ ସହିତ ଚଳିତ ବର୍ଷର ମୂଖ୍ୟ ଆକର୍ଷଣ ରହିବ ବୃନ୍ଦାବନ ରାସ ଏବଂ ବିଭିନ୍ନ ରାଜ୍ୟର କଳା ସଂସ୍କୃତିର ଝଲକ।

radhastami1

ଅନୁଷ୍ଠାନ ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଉନ୍ମୋଚନ ହେବ ସ୍ମରଣିକା ଶ୍ରୀ ରାଧା, ଏଥି ନିମନ୍ତେ ଅଞ୍ଚଳର କବି ଏବଂ ଲେଖକ ମାନଙ୍କ ଠାରୁ ଜୁଲାଇ ମାସ ୨୫ ତାରିଖ ସୁଦ୍ଧା ଲେଖା ପ୍ରଦାନ କରିବାକୁ ଆହ୍ଵାନ କରାଯାଉଅଛି। ଏହି ଅବସରରେ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ନାରାୟଣ ପାତ୍ର ଙ୍କ ପରାମର୍ଶ କ୍ରମେ ଏକ ନୂତନ ଫେସବୁକ୍ ପେଜ Sri Radha Janma Mahotsav Sakhigopal ଉନ୍ମୋଚନ ହୋଇଥଲା , ଏହା ମାଧ୍ୟମରେ ଆଗକୁ ସମସ୍ତ କାର୍ଯ୍ୟକ୍ରମ ଭକ୍ତମାନେ Live ଦେଖିପାରିବେ। ଆଜିର ପ୍ରଥମ ପ୍ରସ୍ତୁତି ବୈଠକ ରେ ଅନୁଷ୍ଠାନ ର ସମ୍ପାଦକ ଦିବାକର ମହାପାତ୍ର ସଦସ୍ୟ ପ୍ରଫୁଲ୍ଲ କୁମାର ପଣ୍ଡା, ବିଶ୍ଵନାଥ ମହାପାତ୍ର, ଜିତେନ୍ ମହାପାତ୍ର , ସିଂହାରୀ ଆଲୋକ ଖୁଣ୍ଟିଆ, ଦେବଦତ୍ତ ସାମନ୍ତରାୟ, ବାଳକୃଷ୍ଣ ମହାପାତ୍ର,ବିକ୍ରମ କୁମାର ପାତ୍ର , ଉମାଶଙ୍କର ପଣ୍ଡା, ମନୋରଞ୍ଜନ ସାହୁ ପ୍ରମୁଖ ସାମିଲ୍ ହୋଇ ନିଜର ମତ ପ୍ରକାଶ କରିଥିଲେ।


SPREAD YOUR LOVE WITH YOUR FRIENDS AND FAMILY