Home / ଶିକ୍ଷା / କିଷାନ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ “ଶିକ୍ଷା ସପ୍ତାହ ପାଳିତ”

କିଷାନ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ “ଶିକ୍ଷା ସପ୍ତାହ ପାଳିତ”

school

କଣାସ:ତା୨୨/୭/୨୦୨୪- (ଶାଶ୍ଵତ ଟିଭି)- ପୁରୀ ଜିଲ୍ଲା କଣାସ ବ୍ଲକ୍ ଖୁଣ୍ଟିଆବାଣପୁର ଗ୍ରାମର କିଷାନ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜୁଲାଇ ଚତୁର୍ଥ ସପ୍ତାହରେ “ଶିକ୍ଷା ସପ୍ତାହ” ମହା ସମାରୋହରେ ପାଳିତ ହୋଇଯାଇଛି। ସପ୍ତାହର ପ୍ରଥମ ଦିବସକୁ “ଶିକ୍ଷଣ ସାମଗ୍ରୀ ଦିବସ” ରୂପେ ପାଳନ କରାଯାଇଛି। ଫାଉଣ୍ଡେସନ ଷ୍ଟେଜର ପିଲାଙ୍କ ପାଇଁ ଇ-ଜାଦୁଇ ପିଟାରା ଆଧାରରେ ପିତାମାତା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ଆଙ୍ଗୁଠି ଚିତ୍ର ଓ ହସ୍ତ ଚିତ୍ର ପ୍ରସ୍ତୁତ ହୋଇଥିଲା। ଶିକ୍ଷକ ଓ ଅଭିଭାବକ ମାନେ ପିଲାମାନଙ୍କୁ ଲୋକ ଗୀତ ଓ ଲୋକ ଗଳ୍ପ ଶୁଣାଇଥିଲେ। ପ୍ରସ୍ତୁତି ପର୍ବରେ ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାମାନେ ଖାଦ୍ୟ ଓ ପନିପରିବା ସ୍ଥାନୀୟ ବଜାର ମୋ ପରିବାର ଉପରେ ଚାର୍ଟ ପ୍ରସ୍ତୁତ କରିଥିଲେ। ବିଭିନ୍ନ ଆକୃତିର ରଙ୍ଗିନ ଘନ ବସ୍ତୁ ,ଫଳ ପନିପରିବା,ପଶୁ ପକ୍ଷୀଙ୍କର ମୁଖା ପ୍ରସ୍ତୁତ କରିଥିଲେ। ମଧ୍ୟମ ବର୍ଗରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାର ପଜଲ ,ଖେଳ ସାମଗ୍ରୀ,ଖେଳନା ମୁଖା , ଷ୍ଟୋରି କାର୍ଡ ପ୍ରସ୍ତୁତ ହୋଇଥିଲା।ଏହି ବର୍ଗ ର ପିଲାମାନେ ପଢ଼ିବା ପାଇଁ ପୁସ୍ତକ ପ୍ରଦର୍ଶନୀର ବ୍ୟବସ୍ଥା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶିକ୍ଷକ ସିଦ୍ଧେଶ୍ୱର ବେହେରା ଶିକ୍ଷୟିତ୍ରୀ ଚାରୁଲତା ଦେଈ ଓ ମମତା ମୁର୍ମୁ ସହଯୋଗ କରିଥିବା ବେଳେ, ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ମଙ୍ଗରାଜ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY