Home / ସ୍ୱାସ୍ଥ୍ୟ / ଫାଟୁଆ ରୋଗ ସଚେତନତା ପାଇଁ ପଥପ୍ରାନ୍ତ ଘୋଡାନାଚ

ଫାଟୁଆ ରୋଗ ସଚେତନତା ପାଇଁ ପଥପ୍ରାନ୍ତ ଘୋଡାନାଚ

phatua

କାକଟପୁର -,୧/୮/୨୦୨୪ -(ତୁଷାର ଦୀକ୍ଷିତ )- ଗାଈ ହେଉଛି ଭାରତ ବର୍ଷ ର ଏକ ପ୍ରମୁଖ ଗୃହପାଳିତ ପଶୁ ସମ୍ପଦ, ଗାଈ ପରିବେଶ ପାଇଁ ଯେତିକି ଆବଶ୍ୟକ ସେତିକି ମଧ୍ୟ ସଭ୍ୟତା ପାଇଁ, ହିନ୍ଦୁଧର୍ମ ରେ ଗାଈ କୁ ଗୋମାତା ରୂପେ ପୂଜା କରାଯାଏ, କିନ୍ତୁ ଗାଈ ମାନଙ୍କ ର ଏକ ସଂକ୍ରମିତ ରୋଗ ଯାହାକୁ ଫାଟୁଆ ରୋଗ କୁହାଯାଏ, ବିଶେଷ କରି ଏହି ବର୍ଷା ଋତୁ ସମୟ ରେ ଦୃଶ୍ୟମାନ ହୁଏ, ଏହି ଫାଟୁଆ ରୋଗ ରେ ଗୋରୁ ଗାଈ ଆକ୍ରାନ୍ତ ହୁଅନ୍ତି, ଅନେକ ସମୟ ରେ ଏହି ଫାଟୁଆ ପାଇଁ ଅନେକ ଗୋରୁ ଗାଈ ମୃତ୍ୟୁ ମୁଖରେ ମଧ୍ୟ ପଡନ୍ତି, ଏହା ପାଇଁ ଆମ ଭିତରେ ଏକ ସଚେତନତା ର ଆବଶ୍ୟକ ରହିଛି ସେଥିପାଇଁ ଏହାକୁ ଦୃଷ୍ଟି ରେ ରଖି ଓଡିଶା ସରକାର ଙ୍କ ମସ୍ଚ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ତରଫରୁ ଅସ୍ତରଙ୍ଗ ବ୍ଲକ ମାଣ୍ଡୁକି ପଞ୍ଚାୟତ ମେଲଣ ପଡିଆ ନିକଟରେ ଏକ ପଥପ୍ରାନ୍ତ ଘୋଡା ନାଚ ଅନୁଷ୍ଠିତ ହୋଇଛି, ଏହି ନାଟକ ମାଧ୍ୟମ ରେ ପଶୁ ପାଳକ ଙ୍କ ମଧ୍ୟ ରେ ଏକ ସଚେତନତା ବାର୍ତ୍ତା ସୃଷ୍ଟି କରାଯାଇଛି, ଫାଟୁଆ ରୋଗ ର କାରଣ ଓ ନିରାକାରଣ ଉପରେ ଘୋଡା ନାଚ ମାଧ୍ୟମ ରେ ସଚେତନତା କରାଯାଇଛି, ଫାଟୁଆ ଟୀକା ନେଇ କିପରି ଏହି ରୋଗ ପାଇଁ ଗାଈ ଗୋରୁ ସୁସ୍ଥ ରହିବେ ଓ ତା ସହିତ ଆବଶ୍ୟକ ସ୍ଥଳେ ୧୯୬୯/୧୫୫୩୩୩ ଟୋଲ ଫ୍ରି ନମ୍ବର ରେ ପ୍ରାଣୀ ଧନ ଅନୁଷ୍ଠାନ କୁ ଦେୟମୁକ୍ତ ଭାବେ ଯୋଗାଯୋଗ କରିବେ ସେଥିପାଇଁ ପରାମର୍ଶ ଦିଆଯାଇଛି, ଏହି କାର୍ଯ୍ୟକ୍ରମ ରେ ଅସ୍ତରଙ୍ଗ ପ୍ରାଣୀ ସମ୍ପଦ ବିଭାଗ ର ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଶୁଭଶ୍ରୀ ପ୍ରଧାନ, ଅତିରିକ୍ତ ଚିକିତ୍ସା ଅଧିକାରୀ ରାଜେଶ ମହାପାତ୍ର, ଓ କର୍ମଚାରୀ ସୁମନ ଜେନା ଉପସ୍ଥିତ ରହି ସମସ୍ତଙ୍କୁ ସଚେତନତା କରାଇବା ସହ ଏହି ଋତୁ ରେ ଗାଈ ଗୋରୁ ଙ୍କୁ କିପରି ସୁରକ୍ଷିତ ରଖିବେ ସେଥିପାଇଁ ଉପସ୍ଥିତ ଜନସାଧାରଣ ମାନଙ୍କୁ ପରାମର୍ଶ ଦେଇଛନ୍ତି l

SPREAD YOUR LOVE WITH YOUR FRIENDS AND FAMILY