Home / ମୁଖ୍ୟ ଖବର / ରୋଟାରୀ କ୍ଲବ ତରଫରୁ ସତ୍ୟବାଦୀ ରେ ବଉଳ ଚାରା ବଣ୍ଟନ

ରୋଟାରୀ କ୍ଲବ ତରଫରୁ ସତ୍ୟବାଦୀ ରେ ବଉଳ ଚାରା ବଣ୍ଟନ

baula

ସତ୍ୟବାଦୀ: ତା ୧୭.୮.୨୪ – (ଶାଶ୍ଵତ ଟିଭି) – ଆଜି ରୋଟାରୀ କ୍ଲବ ଅଫ୍ ଶ୍ରୀ ଜଗନ୍ନାଥ ଧାମ,ପୁରୀ ଆନୁକୂଲ୍ୟରେ ଏକ ଅଭିନବ ପ୍ରୟାସ ଦ୍ବାରା ସାକ୍ଷୀଗୋପାଳ ସ୍ଥିତ ସତ୍ଯବାଦୀ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ବିଦ୍ୟାଳୟରେ  ବଉଳ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ରୋଟାରୀ କ୍ଲବ ତରଫରୁ ପ୍ରତି ବିଦ୍ଯାର୍ଥୀ ଓ ତାଙ୍କ ଅଭିଭାବକଙ୍କୁ ଗୋଟିଏ ଲେଖାଏଁ  ଚାରାଗଛ ପ୍ରଦାନ କରାଯାଇ ତାକୁ  ବଞ୍ଚାଇ  ରଖିବା ପାଇଁ ଉଦବୋଧିତ କରାଯାଇ ଥିଲା ।ବୃକ୍ଷ ରୋପଣର ଏହି ମହା ଆୟୋଜନରେ ସମୁଦାୟ ୩୦୦ ଟି ଚାରା ବଣ୍ଟନ କରାଯାଇ ଥିଲା। ଏଥିରେ ରୋଟାରୀ ସଭାପତି କୈଳାସ ଚନ୍ଦ୍ର ବେହେରା ସମ୍ପାଦିକା ସୁଷମା ମିଶ୍ର  ତଥା ରୋଟାରୀ କ୍ଲବର ସର୍ଭିସ ଚେୟାର ଅଜିତ କୁମାର ରାୟ, ଡାକ୍ତର ଦେବ ପ୍ରସାଦ ଦାଶ, ସୁରେନ୍ଦ୍ର କୁମାର ମହାନ୍ତି, ବିଭୁଦତ୍ତ ମିଶ୍ର, ମଧୁସୂଦନ ପୂଜାପଣ୍ଡା, ଦେବଦତ୍ତ ଷଡଙ୍ଗୀ  କୃଷ୍ଣ ଚନ୍ଦ୍ର ପାତ୍ର  ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷାକେନ୍ଦ୍ରର ପ୍ରଧାନ ଶିକ୍ଷୟତ୍ରୀ ଓ କର୍ମକର୍ତ୍ତାଗଣ ସଂପୂର୍ଣ୍ଣ ସହଯୋଗ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY