Home / ସ୍ୱାସ୍ଥ୍ୟ / ସାକ୍ଷୀଗୋପାଳ ମନ୍ଦିର ସେବାୟତଙ୍କ ପାଇଁ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର

ସାକ୍ଷୀଗୋପାଳ ମନ୍ଦିର ସେବାୟତଙ୍କ ପାଇଁ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର

health1a

ସାକ୍ଷୀଗୋପାଳ: ତା ୧୮.୮.୨୪ – ସିଂହାରୀ ଆଲୋକ ଖୁଣ୍ଟିଆ- ସାକ୍ଷୀଗୋପାଳ ମନ୍ଦିର ସେବାୟତ ମାନଙ୍କ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ନଜରରେ ରଖି ସାକ୍ଷୀଗୋପାଳ ମନ୍ଦିର ସେବାୟତ ସଂଘ ତରଫରୁ ଆୟୋଜିତ ହୋଇଯାଇଛି ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର।
ସେବକ ସାହିର ଜାଗେଶ୍ଵରି ମଣ୍ଡପ ଠାରେ ଭୁବନେଶ୍ବର ହାଇଟେକ୍ ମେଡିକାଲ କଲେଜ ଏବଂ ହସ୍ପିଟାଲର ର ସହଯୋଗରେ ହସ୍ପିଟାଲର ବରିଷ୍ଠ ଚିକିତ୍ସକ ଡା ଅଜିତ୍ କୁମାର ମେହେର, ଶିଶୁ ବିଶେଷଜ୍ଞ ଡ଼ା ସତ୍ୟବ୍ରତ ମହାନ୍ତି, ଅସ୍ଥିଶଲ୍ୟ ଚିକିତ୍ସକ ଡାକ୍ତର ଅଂଶୁମାନ ଦାଶ, ସର୍ଜରୀ ଡାକ୍ତର ସୌରଭ ପାଇକରାୟ, ଚକ୍ଷୁ ବିଭାଗ ଡାକ୍ତର ସଞ୍ଜନା ସାହୁ, ଫାର୍ମାସିଷ୍ଟ ସନତ କୁମାର୍ ବେହେରା ପ୍ରମୁଖ ଯୋଗଦାନ କରି ସେବାୟତଙ୍କ ପରିବାର ସଦସ୍ୟଙ୍କ ରକ୍ତଚାପ, ରକ୍ତ ଶର୍କରା, ଇସିଜି ପରୀକ୍ଷା କରଯାଇଥିଲା। ବିଭିନ୍ନ ବିଭାଗର ଡାକ୍ତର ମାନେ ସ୍ୱାସ୍ଥ୍ୟ ପରୀକ୍ଷା କରି ଉଚିତ ସ୍ୱାସ୍ଥ୍ୟ ପରାମର୍ଶ ଦେବା ସହିତ ହସ୍ପିଟାଲ୍ ତରଫରୁ ଔଷଧ ମଧ୍ୟ ପ୍ରଦାନ୍ କରାଯାଉଛି।
ଆଜିର ଏହି ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିରରେ ମୋଟ ୧୫୦ରୁ ଉର୍ଦ୍ଧ ସେବାୟତଙ୍କ ପାରିବାର ସଦସ୍ୟ ସ୍ୱାସ୍ଥ୍ୟ ସେବା ର ଲାଭ ଉଠାଇବା ସହିତ ସାକ୍ଷୀଗୋପାଳ ମନ୍ଦିର ସେବାୟତ ସଂଘ ଏବଂ ହାଇଟେକ୍ ମେଡିକାଲ କଲେଜ ଏବଂ ହସ୍ପିଟାଲର ସମସ୍ତ ସଦସ୍ୟ ଙ୍କୁ ସୁନ୍ଦର୍ ପ୍ରାୟାସ ପାଇଁ ସାଧୁବାଦ ଜଣାଇଛନ୍ତି।
ଆଜିର ଏହି ଶିବିରରେ ସେବୟତ ସଂଘ ପରିଚାଳନା କମିଟି ସଦସ୍ୟ ପ୍ରତାପ କୁମାର୍ ମହାପାତ୍ର, ବିଜୟ କୁମାର୍ ନନ୍ଦ ଏବଂ ସେବାୟତ ଶୁଭଦର୍ଶୀ ମହାପାତ୍ର, ଶ୍ୟାମସୁନ୍ଦର ମହାପାତ୍ର, କାହୁଁ ନନ୍ଦ ଏବଂ ସଙ୍ଘ କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନା କରିଥଲେ

SPREAD YOUR LOVE WITH YOUR FRIENDS AND FAMILY