Home / ଶୋକ / ପ୍ରାକ୍ତନ ଉପ ନିର୍ଦ୍ଦେଶକ ଶ୍ରୀନିବାସ ମିଶ୍ରଙ୍କର ପରଲୋକ

ପ୍ରାକ୍ତନ ଉପ ନିର୍ଦ୍ଦେଶକ ଶ୍ରୀନିବାସ ମିଶ୍ରଙ୍କର ପରଲୋକ

deadnewspost1

ପୁରୀ :୨୨/୦୪/୨୦୨୫ – ନି:ପ୍ର – ଦୂରଦର୍ଶନ ଓଡିଶା ସର୍କଲ, ଭୁବନେଶ୍ୱରର ପ୍ରାକ୍ତନ ଉପ ନିର୍ଦ୍ଦେଶକ ଶ୍ରୀନିବାସ ମିଶ୍ରଙ୍କର ୭୫ବର୍ଷ ବୟସରେ ପରଲୋକ ଘଟିଛି। ୨୧ତାରିଖରେ ଶ୍ରୀନିବାସ ମିଶ୍ର ଙ୍କର ତାଙ୍କ ଭୂବନେଶ୍ବର ଜାଗମରା ସ୍ଥିତ ବାସଭବନରେ ଦେହାନ୍ତ ଘଟିଛି। ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ଥିଲେ। ସ୍ବର୍ଗତଃ ଶ୍ରୀନିବାସ ମିଶ୍ର ଦିଲ୍ଲୀ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଆଫ ମାସ କମୁନିକେସନରୁ ଉପାଧିତ୍ୟୁର ଡିଗ୍ରୀ ହାସଲ କରି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ରୁ ସେ ସାମ୍ବାଦିକ ଶିକ୍ଷାରେ ଉପାଧିତ୍ୟୁର ଡିଗ୍ରୀ ହିସଲ ପରେ ବିଭିନ୍ନ ସମୟରେ ବ୍ରହ୍ମପୁର ଓ ପୁରୀରେ ମଣ୍ଡଳରେ କ୍ଷେତ୍ର ପ୍ରଚାରକ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ଭାରତ ସରକାରଙ୍କ ଦେଶ ରକ୍ଷା ବିଭାଗର ଇଂରାଜୀ ଭାଷାରେ ପ୍ରକାଶିତ ମୁଖପାତ୍ର ସୈନିକ ସମାଚାରର ଓଡିଆ ସଂସ୍କରଣ ତାଙ୍କ ସମ୍ପାଦନାରେ ପ୍ରଥମଥର ଭାବରେ ପ୍ରକାଶିତ ହୋଇଥିଲା।ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫମାସ କମ୍ୟୁନକେଶନ ଢେଙ୍କାନାଳ କଲେଜର ଅଧ୍ୟାପକ ଭାବରେ କାର୍ଯ୍ୟାରତ ରହି କଲେଜର ଆନୁସଙ୍ଗିକ ଉନ୍ନତି କରାଇଥିଲେ। ତାଙ୍କ ଜୀବନ କାଳ ଭିତରେ ଜଣେ ଦରଦୀ ମଣିଷ ଭାବରେ ସ୍ଵତନ୍ତ୍ର ପରିଚୟ ରହିଥିଲା। ଭାରତୀୟ ସୂଚନା ସେବାର ଜଣେ ଦକ୍ଷ ଅଧିକାରୀ ଭାବରେ ସେ ତାଙ୍କର କର୍ତ୍ତବ୍ୟନିଷ୍ଠ କାର୍ଯ୍ୟ ପାଇଁ ଅନେକଥର ସମ୍ମାନିତ ହୋଇଛନ୍ତି। ବିଳମ୍ବିତ ରାତ୍ରରେ ପରିବାର ସ୍ବଜନଙ୍କ ଉପସ୍ଥିତରେ ପୁତ୍ର ଶରଣ ମିଶ୍ର ମୁଖାଗ୍ନି ଦେଇଥିଲେ। ପୁରୀ ସ୍ବର୍ଗଦ୍ବାର ରେ ତାଙ୍କ ପରିବାରର ଦେବକାନ୍ତ ମିଶ୍ର,ଜଗନ୍ନାଥ ପାତ୍ର, ଲକ୍ଷ୍ମୀକାନ୍ତ ମିଶ୍ର, ଶ୍ୟାମସୁନ୍ଦର ରଥ ଭଣଜା ଦୁର୍ଗାଚରଣ ମିଶ୍ର, ସାମ୍ବାଦିକ ମଧୁସୂଦନ ମିଶ୍ର, ସଯୁକ୍ତା ଦାଶ, ଦେବଶ୍ରୀ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

SPREAD YOUR LOVE WITH YOUR FRIENDS AND FAMILY