Home / ସଂସ୍କୃତି ଓ ପରମ୍ପରା / ନୃତ୍ୟର ବିକାଶ ପାଇଁ କଟକ ରେ ଶୁଭାରମ୍ଭ ହେଲା “ଅଭିନୟନା ଡ଼ାନ୍ସ ଏକାଡେମୀ”

ନୃତ୍ୟର ବିକାଶ ପାଇଁ କଟକ ରେ ଶୁଭାରମ୍ଭ ହେଲା “ଅଭିନୟନା ଡ଼ାନ୍ସ ଏକାଡେମୀ”

rojalin

କଟକ: ୨୩.୮.୨୪
(ଶାଶ୍ଵତ ଟିଭି)

ଓଡ଼ିଶୀ ନୃତ୍ୟର ବିକାଶ ପାଇଁ କଟକର ନରଣପୁର, ତ୍ରିଶୂଳିଆ ଠାରେ ଏକ ଅଭିନବ ଶିକ୍ଷାନୁଷ୍ଠାନ ‘ ଅଭିନୟନା ‘ ର ଆନୁଷ୍ଠାନିକ ଅୟମାରମ୍ଭ ହୋଇ ଯାଇଛି l ଆନ୍ତର୍ଜାତୀୟ କ୍ଷାତିସମ୍ପନ୍ନା ଓଡିଶୀ ନୃତ୍ୟାଙ୍ଗନା ଶ୍ରୀମତୀ ରୋଜାଲିନ ସୁନ୍ଦରାୟଙ୍କ ଉଦ୍ୟମକ୍ରମେ ଶୁଭାରମ୍ଭ ହୋଇଥିବା ଏହି ଅନୁଷ୍ଠାନ ରେ ଓଡିଶୀ ନୃତ୍ୟ ଶିକ୍ଷା ଓ ଗବେଷଣା କ୍ଷେତ୍ରକୁ ଆହୁରି ବ୍ୟାପକ କରିବା ପାଇଁ ଏବଂ ଶାସ୍ତ୍ରୀୟ ସଂଗୀତ ଓ ନୃତ୍ୟ ‘ ଓଡିଶୀ ‘ ବିଦ୍ୟାଳୟ ସ୍ତରରେ ଛାତ୍ର ଛାତ୍ରୀମାନଙ୍କ ପାଇଁ ଉପଲବ୍ଧ ଏହାର ମୂଳ ଲକ୍ଷ। ବିଶିଷ୍ଠ ଶିକ୍ଷବିତ ତଥା ଅଟୋଟେକ ଗ୍ରୁପ ଅଫ କମ୍ପାନୀଜର ପ୍ରତିଷ୍ଠାତା ଶ୍ରୀ ପ୍ରତାପ ଶଙ୍କର ମିଶ୍ର ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଟକ ଜିଲ୍ଲା ସଂସ୍କୃତି ଅଧିକରୀ ଶ୍ରୀଯୁକ୍ତ ନିଳିନୀକାନ୍ତ ସାହୁ, ଓଡିଶୀ ଗୁରୁ ଡ. ମନୋରଂଜନ ପ୍ରଧାନ, ମିନତୀ ପ୍ରଧାନ, ସ୍ବେଚ୍ଛାସେବୀ ମନୋରଂଜନ ଦାସ ପ୍ରମୁଖ ଯୋଗ ଦେବା ସହିତ ‘ ଓଡ଼ିଶାର ପ୍ରାଚୀନ ତଥା ସମୃଦ୍ଧ କଳା ସଂସ୍କୃତିକୁ କୋମଳମତି ଛାତ୍ର ଛାତ୍ରୀମାନଙ୍କ ପାଖରେ ପହଞ୍ଚେଇବା ପାଇଁ ବିଶିଷ୍ଠ ନୃତ୍ୟଶିଳ୍ପୀ ଶ୍ରୀମତୀ ରୋଜାଲୀନ ସୁନ୍ଦରାୟଙ୍କ ଏପରି ପ୍ରୟାସକୁ ସାଧୁବାଦ୍ ଜଣାଇଥିଲେ। ଏହି ଅବସରରେ ଓଡ଼ିଶାର ବହୁ କଳାକାର, ସଂଗୀତ ଓ ସଂସ୍କୃତିପ୍ରେମୀ, ଶିକ୍ଷାବିତ, ଅଭିଭାବକ ତଥା ବୁଦ୍ଧିଜୀବି ଯୋଗ ଦେଇଥିଲେ l ଆଜିର ଏହି ଉଦ୍ଘାଟନ ଉତ୍ସବକୁ ସିଂହାରୀ ଆଲୋକ ଖୁଣ୍ଟିଆ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ନିର୍ଦ୍ଦେଶକ ତଥା ପ୍ରାଧ୍ୟାପକ ଶ୍ରୀଯୁକ୍ତ ଅଭିଜିତ ଦାସ କାର୍ଯ୍ୟକ୍ରମକୁ ପରିଚାଳନା ସହିତ ଶେଷରେ ସଭିଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY