Home / ସାମାଜିକ / ନୟାଗଡ଼ ସମର୍ପଣ ବୃଦ୍ଧାଶ୍ରମରେ ବିଶ୍ବ ଯୋଗ ଦିବସ ପାଳନ

ନୟାଗଡ଼ ସମର୍ପଣ ବୃଦ୍ଧାଶ୍ରମରେ ବିଶ୍ବ ଯୋଗ ଦିବସ ପାଳନ

whatsapp image 2025 06 21 at 21.21.38 9e246f1f

ନୟାଗଡ଼, ତା- ୨୧.୬.୨୫ ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ- ନୟାଗଡ଼ ସହର ନିକଟସ୍ଥ ଲେଖନପୁର ଠାରେ ଗଢିଉଠିଥିବା ସମର୍ପଣ ବୃଦ୍ଧାଶ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅନୁଷ୍ଠାନ ତରଫରୁ ବିଶ୍ବଯୋଗ ଦିବସ ପାଳନ ହୋଇ ଯାଇଛି। ନୟାଗଡ଼ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ତଥା ସିନିୟର ବିଭାଗ ବିଚାରପତି ଅଞ୍ଜଳୀ ମଛଖଣ୍ଡଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନସେବା ପ୍ରାଧିକରଣର ସାମାଜିକକର୍ମୀ ପ୍ରଫୁଲ କୁମାର ବେହେରା, ମମତା ବେହେରା ଓ ଜିନୁ ସାହୁ ଯୋଗଦେଇଥିଲା ବେଳେ ଯୋଗଗୁରୁ ଭାବେ ସମାଜସେବୀ ତଥା ଆଇନଜୀବୀ କାମାକ୍ଷା ପ୍ରସାଦ ଦାସ ଓ ସେବାବ୍ରତୀ ଆଚାର୍ଯ୍ୟା ଶୋଭାରାଣୀ ସାହୁ ସମର୍ପଣ ଅନ୍ତେବାସୀ ବରିଷ୍ଠ ନାଗରିକ ମାନଙ୍କୁ ଯୋଗ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

whatsapp image 2025 06 21 at 21.21.38 43b8b6f7

ନିୟମିତ ଯୋଗ କରିବା ଦ୍ବାରା ମନ ପ୍ରଫୁଲ ରହିବ ଏବଂ ବହୁ ପୁରାତନ ବାତରୋଗ ସହିତ ଅନେକ ରୋଗଯନ୍ତ୍ରଣାକୁ ଦୂର କରି ପାରିବା ବୋଲି ଯୋଗଗୁରୁ ମାନେ ପରାମର୍ଶ ଦେଇଥିଲେ। ସମର୍ପଣ ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମର୍ପଣର କାର୍ଯ୍ଯକାରୀ ସଭାପତି ଅରୁଣ କୁମାର ମହାନ୍ତି ଉପସ୍ଥିତ ଥିଲେ। ପରିଶେଷରେ ସମର୍ପଣ ତରଫରୁ ବରିଷ୍ଠ ସଦସ୍ୟ ଶ୍ରୀକାନ୍ତ କୁମାର ପଟ୍ଟନାୟକ ଉପସ୍ଥିତ ସମସ୍ତ କାର୍ଯ୍ଯକର୍ତ୍ତା ମାନଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY