Home / ଶୋକ / ଯୁବ ସାମ୍ବାଦିକଙ୍କ ପତ୍ନୀ ବିୟୋଗ, ବିଭିନ୍ନ ମହଲରେ ଶୋକ

ଯୁବ ସାମ୍ବାଦିକଙ୍କ ପତ୍ନୀ ବିୟୋଗ, ବିଭିନ୍ନ ମହଲରେ ଶୋକ

img 20240831 wa0004

କାକଟପୁର:ତା ୩୧/୮/୨୦୨୪

ରିପୋର୍ଟ : ତୁଷାର ଦୀକ୍ଷିତ

କାକଟପୁରର ସକାଳ ଖବର କାଗଜର ଯୁବ ସାମ୍ବାଦିକ ତଥା କାକଟପୁର ପ୍ରେସ କ୍ଲବର ସଭ୍ୟ ପ୍ରକାଶ କୁମାର ଦାଶଙ୍କ ଧର୍ମପତ୍ନୀ ବ୍ରହ୍ମମୟୀ ଦାଶଙ୍କ ୪୪ ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି l ସ୍ୱର୍ଗତା ଦାଶ ଦୀର୍ଘ ୧୫ ଦିନ ଧରି ସ୍ନାୟୁ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ l ଆଜି ସକାଳ ୧୦:୧୫ ମିନିଟ ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ମୃତ୍ୟୁ ଶଯ୍ୟା ନିକଟରେ ସ୍ୱାମୀ ପ୍ରକାଶ,ଏକମାତ୍ର ପୁତ୍ର ଅଲବ୍ୟ ଅନୁରାଗ, ଭଉଣୀ, ଭିଣୋଇ ପ୍ରମୁଖ ଉପସ୍ଥିତ ଥିଲେ l ତାଙ୍କର ମର ଶରୀର କାକଟପୁର ସ୍ଥିତ ବାସଭବନରେ ପହଞ୍ଚିବା ପରେ କାକଟପୁର ପ୍ରେସ କ୍ଲବର ସଭାପତି କମଳ ଲୋଚନ ଦୀକ୍ଷିତ, ଉପସଭାପତି ତୁଷାର ରଞ୍ଜନ ଦୀକ୍ଷିତ, ସମ୍ପାଦକ ଆଦିତ୍ୟ କୁମାର ରାଉତ, ପ୍ରଦୀପ୍ତ କୁମାର ଦୀକ୍ଷିତ,ଭାଗବତ ସ୍ୱାଇଁ, ନିରଞ୍ଜନ ଦାସ,ପ୍ରଶାନ୍ତ ଜେନା, ମାନସ କୁମାର ଦୀକ୍ଷିତ, ବ୍ରଜକିଶୋର ସାହୂ, ପ୍ରଭାସ ପୃଷ୍ଟି,ଅସ୍ତରଙ୍ଗ ସାମ୍ବାଦିକ ସମୀର କର, କାକଟପୁର ର ବିଭିନ୍ନ ବ୍ୟବସାୟୀ ସଂଘର କର୍ମକର୍ତ୍ତା ମାନେ ଶେଷ ଦର୍ଶନ କରିଥିଲେ l ବ୍ରହ୍ମମୟୀ ଜଣେ ପରୋପକାରୀ, ମିଷ୍ଟଭାଷୀ, ଧର୍ମପରାୟଣା ମହିଳା ଭାବେ ଅଞ୍ଚଳ ରେ ବେଶ ପରିଚିତ ଥିଲେ l ତାଙ୍କ ମୃତ୍ୟୁରେ ସାରା କାକଟପୁର ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି l ତାଙ୍କର ପାର୍ଥିବ ଶରୀରକୁ ଏକ ବିରାଟ ପଟୁଆରରେ ବଜାର ପରିକ୍ରମା କରାଯିବା ପରେ ପୁରୀ ସ୍ୱର୍ଗଦ୍ୱାର ଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା l ପୁତ୍ର ଅଲବ୍ୟ ଅନୁରାଗ ମୁଖାଗ୍ନି ଦେଇଥିବାବେଳେ ବନ୍ଧୁ ପରିଜନ, ଜ୍ଞାତି କୁଟୁମ୍ବ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY