Home / ରାଜନୀତି / ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଙ୍କ ମା ମଙ୍ଗଳା ମନ୍ଦିର ପରିଦର୍ଶନ

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଙ୍କ ମା ମଙ୍ଗଳା ମନ୍ଦିର ପରିଦର୍ଶନ

pcm

କାକଟପୁର : ୩/୯/୨୦୨୪
ରିପୋର୍ଟ୍ : ତୁଷାର ଦୀକ୍ଷିତ

ଆଜି ପର୍ଯ୍ୟଟନ ମନ୍ତ୍ରୀ ତଥା ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଙ୍କ ମଙ୍ଗଳା ମନ୍ଦିର ରେ ସନ୍ଧ୍ୟା 5 ଘଟିକାରେ ପହଂଚିବା ପରେ ମନ୍ଦିର ଟ୍ରଷ୍ଟି ତଥା ତହସିଲଦାର ଅଙ୍କିତା ଅନନ୍ଦିତା, କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାସ, କାକଟପୁର ଥାନା ଆଇ ଆଇ ସି ବିଜୟ କେତନ ବେହେରା, ପ୍ରମୋଦ କୁମାର ସେଠୀ, ସେବକ ସମିତି ସଭାପତି ମନୋରଞ୍ଜନ ପଣ୍ଡା, ତାପସ କୁମାର ଦୀକ୍ଷିତ, ପ୍ରଭାତ କୁମାର ଦୀକ୍ଷିତ, ଅଶୋକ କୁମାର ଦୀକ୍ଷିତ,ତପନ କୁମାର ଦୀକ୍ଷିତ, ତୁଷାର ଦୀକ୍ଷିତ ପ୍ରମୁଖ ମନ୍ଦିର ଭିତରକୁ ପାଛୋଟି ନେବା ସହିତ ମାଙ୍କ ଦର୍ଶନ କରାଇଥିଲେ l ମା ଙ୍କ ଦର୍ଶନ କରିବା ପରେ ପାଳିଆ ସେବାୟତ ହରିହର ଦୀକ୍ଷିତ ଶ୍ରୀମତୀ ପରିଡା ଙ୍କ ପୂଜାର୍ଚ୍ଚନା କରିବା ପରେ ପାର୍ଶ୍ଵ ଦେବା ଦେବୀଙ୍କୁ ଦର୍ଶନ କରି ଟ୍ରଷ୍ଟ ବୋର୍ଡ ଅଫିସ କୁ ଯାଇ ମନ୍ଦିରର ଉର୍ନତି ମୂଳକ କାର୍ଯ୍ୟ ଉପରେ ସମୀକ୍ଷା କରି ପଦାଧିକାରୀ ମାନଙ୍କୁ କାର୍ଯ୍ୟ ତ୍ୱରାନିତ କରିବାକୁ ପରାମର୍ଶ ଦେଇଥିଲେ, ଏହି କାର୍ଯ୍ୟକ୍ରମ ରେ ଭାରତୀୟ ଜନତା ପାର୍ଟି ତରଫରୁ ପୂର୍ବତ୍ତନ ବିଧାୟକ ସୁରେନ୍ଦ୍ର ସେଠୀ,ବ୍ଲକ ଅଧକ୍ଷ ଶ୍ରୀଧର ନାୟକ ସମେତ ବହୁ ବିଜେପି କର୍ମୀ ମାନେ ଯୋଗ ଦେଇଥିଲେ l ଏଠାରେ ସୂଚନା ଥାଉ କି ଶ୍ରୀମତୀ ପରିଡା ଉପମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କର ଦ୍ୱିତୀୟ ମଙ୍ଗଳା ମନ୍ଦିର ପରିଦର୍ଶନ l

SPREAD YOUR LOVE WITH YOUR FRIENDS AND FAMILY