କାକଟପୁର : ତା ୫/୯/୨୦୨୪
ରିପୋର୍ଟ୍ : ତୁଷାର ଦୀକ୍ଷିତ
କାକଟପୁର (ତୁଷାର ଦୀକ୍ଷିତ ) ତା ୫/୯, ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନସ୍ଥ ସୁରେନ୍ଦ୍ର ନାଥ ବିଦ୍ୟାପୀଠର ପୁରାତନ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ପବିତ୍ର ଗୁରୁଦିବସ ଅବସରରେ ସ୍ଥାନୀୟ ହୀରାଦେଇପୁରସ୍ଥିତ ରଘୁନାଥଜୀଉ ମଠ ପରିସରରେ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସ୍କୁଲର ପ୍ରାୟ ସମସ୍ତ ଗୁରୁ ମାନଙ୍କୁ ପୁରାତନ ଛାତ୍ରଛାତ୍ରୀ ମାନେ ଧୂପ, ଦ୍ବୀପ, ପୁଷ୍ପ, ଚନ୍ଦନ ଆଦି ସମର୍ପଣ ପୂର୍ବକ ପୂଜାର୍ଚ୍ଚନା କରିଥିଲେ । ଏହି ପ୍ରରିପେକ୍ଷୀରେ ଉପସ୍ଥିତ ଗୁରୁ ମାନେ ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ଦାର୍ଶନିକ ସାର୍ ସର୍ବପଲ୍ଲୀ ଡ. ରାଧାକ୍ରିଷ୍ଣନ୍ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଗୁରୁଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଅଜ୍ଞାନରୂପକ ଅନ୍ଧକାରରୁ ଯେଉଁମାନେ ଜ୍ଞାନର ଆଲୋକ ଓ ଶିକ୍ଷା ପ୍ରଦାନ କରନ୍ତି ସେମାନେ ହେଉଛନ୍ତି ଗରୁ । ଗୁରୁ ଓ ଗୁରୁଜନମାନଙ୍କୁ ଆଜୀବନ କୃତଜ୍ଞତା ଜଣାଇବା ଉଚିତ ବୋଲି ଉପସ୍ଥିତ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ଅଶୋକ କୁମାର ମହାରଣା, ସମ୍ପଦ କୁମାର ବାରିକ, ରାମଚନ୍ଦ୍ର ସ୍ୱାଇଁ, ସୁଶାନ୍ତ କୁମାର ପରିଡା, ପୀତବାସ ବାରିକ, ଦିଲ୍ଲୀପ କୁମାର ବିଶ୍ୱାଳ, ବିଚିତ୍ରାନନ୍ଦ ପ୍ରଧାନ ପ୍ରମୁଖ ମତବ୍ୟକ୍ତ କରିଥିଲେ । ପୁରାତନ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଉଲ୍ଲାସ କୁମାର ସ୍ୱାଇଁ ମଞ୍ଚ ପରିଚାଳନା କରିଥିବା ବେଳେ ଜୟନ୍ତୀ ସ୍ୱାଇଁ, ରୀନା ନାୟକ, ବାସୁଦେବ ବେହେରା, ନର୍ମଦା ବିଶ୍ୱାଳ, ଉମାକାନ୍ତ ସାହୁ, କେଦାର ନାଥ ଜେନା, ସ୍ମୃତିରଞ୍ଜନ ରାଉତ, ଆଦିତ୍ୟ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ











