Home / ମୁଖ୍ୟ ଖବର / ମଙ୍ଗଳା ମନ୍ଦିର ନିକଟରେ ଏଟିଏମ ଖୋଲିବକୁ ବିଭିନ୍ନ ମହଲରେ ଦାବୀ

ମଙ୍ଗଳା ମନ୍ଦିର ନିକଟରେ ଏଟିଏମ ଖୋଲିବକୁ ବିଭିନ୍ନ ମହଲରେ ଦାବୀ

atm

କାକଟପୁର: ତା ୬/୯/୨୦୨୪
ରିପୋର୍ଟ୍ : ତୁଷାର ଦୀକ୍ଷିତ

କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କୁ ଦର୍ଶନ ନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଆସୁଥିବା ବେଳେ ଯାତ୍ରୀ ମାନଙ୍କ ମୌଳିକ ସୁବିଧା ଦୃଷ୍ଟିରୁ କୌଣସି ରାଷ୍ଟ୍ରାୟତ ବ୍ୟାଙ୍କର କିମ୍ବା କିମ୍ବା ଘରୋଇ ବ୍ୟାଙ୍କର ଏଠାରେ ଏଟିଏମ ପ୍ରତିଷ୍ଠା ହୋଇପାରିନାହିଁ l ଭାରତ ସରକାର ଡିଜିଟାଲ ଇଣ୍ଡିଆର ନାରା ଦେଉଥିବା ବେଳେ ଓଡ଼ିଶାର ପ୍ରମୁଖ ଶକ୍ତିପୀଠ ମା ମଙ୍ଗଳା ଙ୍କ ମନ୍ଦିର ନିକଟରେ ଏଟିଏମ ନ ଖୋଲିବା ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଲ ଗତ କିଛି ବର୍ଷ ତଳେ ଷ୍ଟେଟ ବ୍ୟାଙ୍କ ର ଉଚ୍ଚକର୍ତୃପକ୍ଷ ଆସି ଫଳକ ମାରି ଉଦ୍ଘାଟନ କରିଥିଲେ ସୁଦ୍ଧା ଫଳକ ଫଳକ ବାଟରେ ରହିଥିବା ବେଳେ ଏଯାବତ କୌଣସି ସୁଫଳ ମିଳି ପାରିନାହିଁ, ମାଙ୍କ ହୁଣ୍ଡୀ, ଦୀପ, ଭୋଗ,ପାର୍କିଙ୍ଗ ର ନିଲାମ ଧାରୀ ଙ୍କ କୋଟି କୋଟି ଟଙ୍କା ବ୍ୟାଙ୍କ ରେ ରଖା ଯାଉଥିଲେ ସୁଦ୍ଧା ମା ଙ୍କୁ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ମାନେ ନଗଦ କାରବାର ପାଇଁ ଅନେକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି l ୟୁକୋ ବ୍ୟାଙ୍କର କେବଳ ଫୋନ ପେ ସ୍କାନରଟି ପୂର୍ବ ଦ୍ୱାରରେ ରହିଥିଲେ ସୁଦ୍ଧା ତାହା ରକ୍ଷଣ ବ୍ୟକ୍ଷଣ ଅଭାବରୁ ନଷ୍ଟ ହେଇଗଲାଣି l ତେଣୁ ତୁରନ୍ତ ମା ଙ୍କ ମନ୍ଦିର ନିକଟରେ ଏକ ଏଟିଏମ ଖୋଲିବାକୁ ମା ମଙ୍ଗଳାଙ୍କର ବରିଷ୍ଠ ସେବାୟତ ଅଶୋକ କୁମାର ଦୀକ୍ଷିତ, ପ୍ରଦୀପ୍ତ କୁମାର ଦୀକ୍ଷିତ, ମନୋରଞ୍ଜନ ପଣ୍ଡା, ତୁଷାର ରଞ୍ଜନ ଦୀକ୍ଷିତ, କମଳ ଲୋଚନ ଦୀକ୍ଷିତ, ପ୍ରମୁଖ ଦୃଢ଼ ଦାବୀ ହୋଇଛି

SPREAD YOUR LOVE WITH YOUR FRIENDS AND FAMILY