Home / ମୁଖ୍ୟ ଖବର / ରାଜରାସ୍ତାରେ ବୁଲା ଗାଈଗୋରୁଙ୍କ ଅବାଧ ବିଚରଣ , ଦୁର୍ଘଟଣା ବୃଦ୍ଧି

ରାଜରାସ୍ତାରେ ବୁଲା ଗାଈଗୋରୁଙ୍କ ଅବାଧ ବିଚରଣ , ଦୁର୍ଘଟଣା ବୃଦ୍ଧି

cow

କାକଟପୁର:ତା ୬/୯/୨୦୨୪
ରିପୋର୍ଟ୍ : ତୁଷାର ଦୀକ୍ଷିତ

ପୁରୀଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳର ମୁଖ୍ୟ ରାସ୍ତାରେ ସ୍ଥାନରେ ବୁଲା ଗାଈଗୋରୁ ଘଣ୍ଟା ଘଣ୍ଟା ଧରି ବିଚରଣ କରୁଥିବାରୁ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହେଉଛି। ଗାଈଗୋରୁ, କୁକୁରମାନେ କାକଟପୁର ବ୍ଲକ ଛକ, ଚନ୍ଦନ ବଜାର, ଗଣେଷ ବଜାର, ମଙ୍ଗଳା ରୋଡ଼, ମେଡିକାଲ ଛକ ଆଦି ମୁଖ୍ୟ ରାସ୍ତା ଉପରେ ଆଡ୍ଡା ଜମାଇ ଦୀର୍ଘ ସମୟ ଧରି ଶୋଇ ରହୁଛନ୍ତି । ଛୋଟ ବଡ ଯାନବାହାନ ଚଳାଚଳ କରୁଥିବାବେଳେ ଗାଈଗୋରୁ ପାଇଁ ଦୁର୍ଘଟଣାର ଶିକାର ହେଉଥିବା ଦେଖିବାକୁ ମିଳୁଛି।ବେଳେବେଳେ ଗାଈ ଗୋରୁ ଙ୍କ ସମେତ ଷଣ୍ଢ ଲଢେଇ ରେ ବହୁ ଧନ ହାନି ହେଉଛି,ବର୍ତ୍ତମାନ ଚାଷ ସମୟ ହୋଇଥିବାରୁ ଗାଈଗୋରୁ ଫସଲ ନଷ୍ଟ କରିଦେବେ ବୋଲି ଲୋକେ ଗାଁ ଆଡକୁ ଘଉଡ଼ାଇ ଦେଉଛନ୍ତି। ଯାହାଫଳରେ ଶହ ଶହ ଗାଈଗୋରୁ ଏବଂ ଷଣ୍ଢ ଇତ୍ୟାଦି ପଶୁ ମାନେ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ରହି ରାସ୍ତାକୁ ଗୁହାଳ ପରି କରି ଦେଉଛନ୍ତି। କିଛି ଲୋକଙ୍କର ଗୁହାଳ ଥିଲେ ମଧ୍ୟ ସେମାନେ ସକାଳ ହେଲେ ଗାଈ ମାନଙ୍କୁ ରାସ୍ତାକୁ ଛାଡି ନିଶ୍ଚିତରେ ରହୁଛନ୍ତି । ପଞ୍ଚାୟତ ପକ୍ଷରୁ ଯାହାର ଗାଈ ରାସ୍ତାରେ ବୁଲି ରହୁଛି ତାକୁ ନିଜ ନିଜ ଅଧିନରେ ରଖିବା ପାଇଁ କୌଣସି ସଚେତନତା କାର୍ଯ୍ୟକ୍ରମ କରାଯାଉନାହିଁ । ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧି ହସ୍ତକ୍ଷେପ ତୁରନ୍ତ ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଞ୍ଚାୟତବାସୀ ଦାବି କରିଛନ୍ତି

SPREAD YOUR LOVE WITH YOUR FRIENDS AND FAMILY