Home / ମୁଖ୍ୟ ଖବର / ଭଗବତୀ ନୋଡାଲ ବିଦ୍ୟାଳୟରେ ଗୁରୁଦିବସ ପାଳିତ

ଭଗବତୀ ନୋଡାଲ ବିଦ୍ୟାଳୟରେ ଗୁରୁଦିବସ ପାଳିତ

guru

କାକଟପୁର: ୫/୯/2024
ରିପୋର୍ଟ୍ : ତୁଷାର ଦୀକ୍ଷିତ

କାକଟପୁର ବ୍ଲକ ଅନ୍ତର୍ଗତ କୁଣ୍ଢେଇ ପଞ୍ଚାୟତ ବାଜପୁର ଗ୍ରାମର ଭଗବତୀ ନୋଡାଲ ବିଦ୍ୟାଳୟ ପରିସରରେ ଗୁରୁ ଦିବସ ପାଳିତ ହୋଇଯାଇଛି। ଭାରତର ପୂର୍ବତନ ରାଷ୍ଟ୍ରପତି, ମହାନ୍ ଦାର୍ଶନିକ ଓ ବିଶିଷ୍ଟ ଚିନ୍ତା ନାୟକ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ୧୩୩ ତମ ଜନ୍ମତିଥି ରେ ବାଜପୁର ବିଦ୍ୟାଳୟ ପୁରାତନ ଛାତ୍ରସଂସଦ ସଭାପତି ପ୍ରମୋଦ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଗୁରୁ ଦିବସ ତଥା ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କାକଟପୁର ତହସିଲଦାର ଅଙ୍କିତା ଅନିନ୍ଦିତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବ ଉଦଘାଟନ କରି ଗୁରୁ ସର୍ବଦା ଅଭୟ , ପ୍ରଦାୟକ ମାର୍ଗଦର୍ଶକ। ସୁଖରେ ଦୁଃଖରେ, ଯୋଗରେ ଭୋଗରେ, ପ୍ରବୃତ୍ତିରେ ନିବୃତ୍ତିରେ ଗୁରୁଙ୍କର ପରାମର୍ଶ ସର୍ବଦା ଗ୍ରହଣୀୟ ବୋଲି ସେ ଛାତ୍ରଛାତ୍ରୀଙ୍କୁ କହିଥିଲେ। ଡାକ୍ତର ରାମଚନ୍ଦ୍ର ବେହେରା, ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରଫୁଲ କିଶୋର ଦାସ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର କର, ଅବସରପ୍ରାପ୍ତ ଶିକ୍ଷକ ଭ୍ରମରବର ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ କିଶୋର ପୃଷ୍ଟିଙ୍କ, ବାଜପୁର ଗ୍ରାମ ମୁଖିଆ ପୂର୍ଣ୍ଣଚନ୍ଦ୍ର ସାହୁ, ବିଦ୍ୟାଳୟ ପୁରାତନ ଛାତ୍ରସଂସଦ ସଂପାଦକ ସୁରେନ୍ଦ୍ର କୁମାର ମାଣିକ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ପ୍ରଦିପ କୁମାର ପୃଷ୍ଟି‌ , ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନଙ୍କ ସମେତ ଅତିଥି ମାନେ ଡ଼କ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ତୈଳ ଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରି ସ୍ମୃତି ଚାରଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY