Home / ସାମାଜିକ / ଏଥର ପୁରୀରେ ଜମିବ କୁମାର ଉତ୍ସବଯୋଗଦେବେ ବଲିଉଡ୍ କଳାକାର

ଏଥର ପୁରୀରେ ଜମିବ କୁମାର ଉତ୍ସବଯୋଗଦେବେ ବଲିଉଡ୍ କଳାକାର

screenshot 2

ପୁରୀ: ୧.୧୦.୨୪
ରିପୋର୍ଟ – ସିଂହାରୀ ଆଲୋକ ଖୁଣ୍ଟିଆ
Anchor – ପୁରୀର ଆଗଧାଡିର ସାଂସ୍କୃତିକ ଅନୁଷ୍ଠାନ ଶ୍ରୀକ୍ଷେତ୍ର ଯୁବ ସାଂସ୍କୃତିକ ସଂସଦ ଆନୁକୂଲ୍ୟରେ ଚଳିତ ମାସ ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ପୁରୀ ବେଳାଭୂମିରେ ୪୫ତମ କୁମାର ଉତ୍ସବ ପାଳନ ହେବାକୁ ଯାଉଛି । ଏଥିରେ ରାଜ୍ୟ ଓ ରାଜ୍ୟ ବାହାରର କଳାକାରଙ୍କ ସହ ବଲିଉଡ୍‌ର ଖ୍ୟାତିସମ୍ପନ୍ନ କଣ୍ଠଶିଳ୍ପୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଉତ୍ସବ ପୂର୍ବରୁ ୧ତାରିଖ (ମଙ୍ଗଳବାର) ଅନୁଷ୍ଠାନ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ ନେଇ ଜିଲାସ୍ତରୀୟ ଆନ୍ତଃବିଦ୍ୟାଳୟ ପ୍ରତିଯୋଗିତା ସ୍ଥାନୀୟ ବାଙ୍କୀମୁହାଣସ୍ଥିତ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି । କ୍ରୀଡା ସମ୍ପାଦିକା ସରସ୍ବତୀ ଦାସଙ୍କ ତତ୍ତ୍ଵାବଧାନରେ ପରିସରରେ ଏକକ ନୃତ୍ୟ ( ସିନିୟର ଓ ଜୁନିଅର), ମୁଜିକ ଚେୟାର ଓ ଭଏସ ଅଫ କୁମାର ଉତ୍ସବ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଜିଲାର ବିଭିନ୍ନ ବ୍ଳକରୁ ପ୍ରାୟ ୫୦୦ରୁ ଉର୍ଷ ଛାତ୍ରୀଛାତ୍ର ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ପିଲାଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କୁ ପ୍ରୋତ୍ସାହିତ କରିବା ଏହି ପ୍ରତିଯୋଗିତା ଆୟୋଜନର ଉଦ୍ଦେଶ୍ୟ । କୃତୀ ପ୍ରତିଯୋଗୀଙ୍କୁ ବେଳାଭୂମୀଠାରେ ଅନୁଷ୍ଠିତ ୪୫ତମ କୁମାର ଉତ୍ସବରେ ପୁରସ୍କୃତ କରାଯିବ ବୋଲି ସାଧାରଣ ସମ୍ପାଦକ ଆଲୋକ ମହାପାତ୍ର ଓ ସଭାପତି ରଜନୀକାନ୍ତ ଲେଙ୍କା ସୂଚନା ଦେଇଛନ୍ତି। ପ୍ରତିଯୋଗିତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ଯୋଗଦେଇଥିଲେ । ଅନ୍ୟ ଅତିଥୁ ମାନଙ୍କ ମଧ୍ୟରେ ସଭାପତି ରଜନୀକାନ୍ତ ଳେଙ୍କା, ପୂର୍ବତନ କାଉନସିଲର ଭକ୍ତଚରଣ ଦାସ, ଉପଦେଷ୍ଟା ସନ୍ତୋଷ ଶତପଥ, ବିଜୟ କୁମାର ଆପଟ୍ଟ, ପ୍ରଦିପ୍ତ କୁମାର ମିଶ୍ର, ହରେକୃଷ୍ଣ ମିଶ୍ର, ଦୋଳଗୋବିନ୍ଦ ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅମିତ କୁମାର ଚାର୍ଟାଜୀ, ଜିତେନ୍ଦ୍ରନାଥ ଦାସମହାପାତ୍ର, କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ନାରାୟଣ ହରିଚନ୍ଦନ, କ୍ରୀଡା ସହସମ୍ପାଦକ ପ୍ରଶାନ୍ତ ମୁଦୁଲି, କୃପାସିନ୍ଧୁ ମହାପାତ୍ର, ବିକ୍ରମ ପରିଡା, କାର୍ଯ୍ୟାଳୟ ସମ୍ପାଦକ ଜଗମୋହନ ପଟ୍ଟନାୟକ, କାର୍ଯ୍ୟକାରୀ ସଭ୍ୟ, ଲକ୍ଷ୍ମୀନାରାୟଣ ପଣ୍ଡା, ଅମୀୟ ପ୍ରସାଦ ନାଗ, ରୁଦ୍ର ନାରୟଣ ମିଶ୍ର, ଅଭିନବ ପ୍ରଧାନ, ରାଜିବ ରଥ,ମନିଷା ମହାନ୍ତି, ସୁଶ୍ରି ସଂଙ୍ଗୀତା ମହାନ୍ତି, ରିତିକା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ

SPREAD YOUR LOVE WITH YOUR FRIENDS AND FAMILY