Home / ସାମାଜିକ / ପୁରୀ  ରେ  ବିରାଟ ରକ୍ତଦାନ  ଅନୁଷ୍ଠିତ: ୯୬ ୟୁନିଟ୍ ରକ୍ତ ସଂଗୃହୀତ

ପୁରୀ  ରେ  ବିରାଟ ରକ୍ତଦାନ  ଅନୁଷ୍ଠିତ: ୯୬ ୟୁନିଟ୍ ରକ୍ତ ସଂଗୃହୀତ

img 20241001 wa0007

ପୁରୀ : ତା ୧/୧୦/୨୦୨୪

ରିପୋର୍ଟ୍: ଶାଶ୍ଵତ ଟିଭି

ଆଜି ବିଶ୍ୱ ସ୍ବେଛାକୃତ ରକ୍ତ ଦାନ ଦିବସ ଅବସରରେ ଅଗ୍ରଣୀ ସାମାଜିଜ ଅନୁଷ୍ଠାନ “ଆପଣଙ୍କ ସେବାରେ”ଓ ଓଡିଶା ରକ୍ତ କେନ୍ଦ୍ର, ପୁରୀ ଆନୁକୂଲ୍ୟରେ ସ୍ଥାନୀୟ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ର ସଦଭାବନା ଗୃହରେ ଏକ ବିରାଟ ରକ୍ତଦାନ ଶିବିର ଅନୁଷ୍ଠାନ ର ରାଜ୍ୟ ସଭାପତି ଶ୍ରୀ ଜିତେନ୍ଦ୍ର ମହାପାତ୍ର ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇ ଯାଇଅଛି l ରକ୍ତଦାନ ମହତ ଦାନ ଏହି ମର୍ମ କୁ ଉପଲବ୍ଧି କରି ଅନୁଷ୍ଠାନ ର ସଦସ୍ୟ ଓ ସହଯୋଗୀ ମାନେ ରକ୍ତଦାନ କରିଥିଲେ ଏଥିରେ ମୋଟ ୯୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ଏହି ଶିବିର ରେ ବିଶେଷ କରି ଯୁବ ଗୋଷ୍ଠୀ ଅତି ଆଗ୍ରହ ର ସହ ରକ୍ତଦାନ କରିବା ପାଇଁ ଆଗେଇ ଆସିଥିଲେ l ପ୍ରାରମ୍ଭରେ ପୁରୀ ସାଦରମାହକୁମା ଚିକିତ୍ସାଳୟ ର CDMO ଶ୍ରୀଯୁକ୍ତ ରୁପଭାନୁ ମିଶ୍ର, Dr. ଦୀପକ ସାହୁ DBO, ପ୍ରୀତିରଞ୍ଜନ ନାୟକ ରକ୍ତ କେନ୍ଦ୍ର କାଉନସିଲର, ବରିଷ୍ଠ ମାର୍ଗଦର୍ଶକ ମନୋଜ ରଥ,ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ବିଶ୍ୱାଳ, ଉପସଭାପତି ବିଜୟକୃଷ୍ଣ ବ୍ରହ୍ମl, ପୁରୀ ଶାଖା ସମ୍ପାଦକ ବିରଞ୍ଚି ନାରାୟଣ ମିଶ୍ର, ରାଜ୍ୟ ମୁଖପାତ୍ର ଓ ଗଣମାଧ୍ୟମ ପ୍ରଭାରୀ ଜଗଦୀଶ ପ୍ରଧାନ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସଦସ୍ୟ / ସଦସ୍ୟା ଯଥା ସୁଦର୍ଶନ ସାହୁ, ରଞ୍ଜେଷ ସାହୁ,ମିତା ବାରିକ, ସତ୍ୟନାରାୟଣ ଜେନା,ଦେବେନ୍ଦ୍ର ମହାରଣା, ଚନ୍ଦନ ବ୍ରହ୍ମl, ସିସେନ ପ୍ରତିହାରୀ,ମଞ୍ଜୁଶ୍ରୀ ଦାଶ, ଅର୍ଜୁନ ବେହେରା, ବିନୋଦ ସେନାପତି ପ୍ରମୁଖ ଓ ରକ୍ତ କେନ୍ଦ୍ର ର କର୍ମଚାରୀ ମାନେ ସୁନ୍ଦର ଓ ଶୃଙ୍ଖଳିତ ଭାବରେ ପରିଚାଳନା କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY