Home / ସାମାଜିକ / ପୂର୍ବତନ ବିଧାୟକ ବୈକୁଣ୍ଠ ସ୍ୱାଇଁଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ,

ପୂର୍ବତନ ବିଧାୟକ ବୈକୁଣ୍ଠ ସ୍ୱାଇଁଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ,

baikuntha

କାକଟପୁର:ତା ୧/୧୦/୨୦୨୪
ରିପୋର୍ଟ୍ : ତୁଷାର ଦୀକ୍ଷିତ

କାକଟପୁରର ପୂର୍ବତନ ବିଧାୟକ ତଥା ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ସ୍ବର୍ଗତ ବୈକୁଣ୍ଠନାଥ ସ୍ୱାଇଁଙ୍କ ୨୯ ତମ ଶ୍ରାଦ୍ଧବାର୍ଷିକୀ ଉତ୍ସବ କାକଟପୁର ଚନ୍ଦନ ବଜାର ସ୍ଥିତ ଖୁଣ୍ଟିଆ କନଭେନ୍ସନ ଠାରେ ପାଳିତ ହୋଇଯାଇଛି l ଉକ୍ତ ବୈଠକରେ ପୂର୍ବତନ ବିଧାୟକ ସ୍ବର୍ଗତ ସ୍ବାଇଙ୍କର ସ୍ମୃତିଚାରଣ କରିବା ସହିତ ସ୍ବର୍ଗତ ସ୍ୱାଇଁଙ୍କ କାର୍ଯ୍ୟକାଳ ସମୟରେ କାକଟପୁରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିବା ସହିତ ସମସ୍ତ ଜନସାଧାରଣଙ୍କ ହୃଦୟରେ ରହି କାମକରୁଥିଲେ ବୋଲି ବ୍ଲକ କଂଗ୍ରେସ ସଭାପତି ଅବଧୂତ ସ୍ୱାଇଁ ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଥିଲେ l ପରେ ପରେ ସମସ୍ତ କର୍ମୀ ମାନେ ଖୁଣ୍ଟିଆ କନଭେନ୍ସନ ଠାରୁ ଏକ ଶୋଭାଯାତ୍ରା ରେ ବାହାରି ବୈକୁଣ୍ଠ ସ୍ୱାଇଁ ଅମର ରହେ ନାରାଦେଇ କାକଟପୁର ମୁଖ୍ୟ ବଜାର ମଧ୍ୟରେ ଥିବା ବୈକୁଣ୍ଠ ସ୍ୱାଇଁ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ କାକଟପୁର କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଶ୍ୱଭୂଷଣ ଦାସ,ପୁରୀଜିଲ୍ଲା କଂଗ୍ରେସ ସମ୍ପାଦକ ସୌମ୍ୟକାନ୍ତ ଖୁଣ୍ଟିଆ,କାକଟପୁର ପଞ୍ଚାୟତ କଂଗ୍ରେସ ସଭାପତି ନଳିନୀକାନ୍ତ ଦୀକ୍ଷିତ, ହୃଷିକେଶ ବେହେରା, ବଂଶୀଧର ମହାନ୍ତି, ଅରକ୍ଷିତ କାଣ୍ଡି, ଆଡ଼ଭୋକେଟ ପ୍ରଫୁଲ୍ଲ ନାୟକ, କରୁଣାକର ସେନାପତି, ପାର୍ଥସାରଥୀ ଖୁଣ୍ଟିଆ, ଶେଖ ରଜମଅଲ୍ଲୀ ବେଗ, ଶରତ ଚନ୍ଦ୍ର ବିଶ୍ୱାଳ, ଶେଖ ହିମାୟତ, ଶେଖ ଲିୟାକତ, ବିଚିତ୍ରାନନ୍ଦ ଦାଶ ପ୍ରମୁଖ ଉପସ୍ଥିତ ଥିଲେ l

SPREAD YOUR LOVE WITH YOUR FRIENDS AND FAMILY