Home / ସ୍ୱାସ୍ଥ୍ୟ / ଉତ୍କଳ ମଣିଙ୍କ ସ୍ମୃତିରେ ରକ୍ତଦାନ ଶିବିର

ଉତ୍କଳ ମଣିଙ୍କ ସ୍ମୃତିରେ ରକ୍ତଦାନ ଶିବିର

raktadana

ସତ୍ୟବାଦୀ: ୯.୧୦.୨୪
ରିପୋର୍ଟ୍ : ଶାଶ୍ଵତ ଟିଭି
ରକ୍ତଦାନ ମହା ପୁଣ୍ୟ ର ବାର୍ତ୍ତା ନେଇ ସତ୍ୟବାଦୀ ସେବା ଟ୍ରଷ୍ଟ ଓ ସ୍ୱରଜ୍ ବ୍ଲଡ଼ ଡୋନର ଗ୍ରୁପ୍, ସତ୍ୟବାଦୀ ମିଳିତ ଆନୁକୁଲ୍ୟରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ଜନ୍ମଜୟନ୍ତି ଅବସରରେ ତାଙ୍କର ଜନ୍ମମାଟି ସୁଆଣ୍ଡୋ ଗ୍ରାମ ପ୍ରାଥମିକ ବିଦ୍ୟାଳୟ ରେ ଏକ ମେଗା ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭ ରେ ମୁକ୍ଷ୍ୟ ଅତିଥି ଭାବରେ ଏ ଡି ଏମ ଶ୍ରୀଯୁକ୍ତ ଶରତ କୁମାର ବେହେରା,ସତ୍ୟବାଦୀ ତହସିଲଦାର ଶ୍ରୀଯୁକ୍ତ ଆଲୋକ କୁମାର ଦେହୁରୀ,ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ପୂର୍ବତନ ଏମ୍ସ ଡାଇରେକ୍ଟର ଅଶୋକ କୁମାର ମହାପାତ୍ର,ସମାଜସେବୀ ବଦ୍ରି ନାରାୟଣ ମିଶ୍ର,ସେବାଟ୍ରଷ୍ଟ ର ସଭାପତି ସୁଦର୍ଶନ ପ୍ରଧାନ,ରିତା ତ୍ରିପାଠୀ, , ଟିକିନା ମିଶ୍ର, ,ପ୍ରଶାନ୍ତ ନାୟକ, ଚିନ୍ମୟୀ ରଥ, ନୀଳକଣ୍ଠ ବାରିକ ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମକୁ ସେବା ଟ୍ରଷ୍ଟର ସମ୍ପାଦକ ସୁଶାନ୍ତ କୁମାର ରଥ ,ପଦ୍ମଲୋଚନ ମହାପାତ୍ର ଓ ସୁଭାସିସ ଦାସ ଉକ୍ତ କାର୍ଯ୍ୟକ୍ରମର ଆୟୋଜନ ପରିଚାଳନା କରିଥିଲେ ।ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର,ଉମେଶ ପ୍ରଧାନ ,ରୋଜାଲିନ ମିଶ୍ର, ଅଜୟ ମୁଦୁଲି,ସୁକାନ୍ତ ବିଶ୍ବାଳ,ଉପେନ୍ଦ୍ର ବିଶ୍ବାଳ ଭଳି ୩୦ ଜଣ ରକ୍ତଦାନ କରିଥିଲେ । ଉକ୍ତ ରକ୍ତ ଦାନ କାର୍ଯ୍ୟକ୍ରମକୁ ଭାରତୀୟ ରେଡକ୍ରସ ସୋଷାଇଟି ଓଡ଼ିଶା ରାଜ୍ୟ ଶାଖା ପରିଚାଳନା କରିଥିଲେ ,ଡାକ୍ତର କିଶୋର ଚନ୍ଦ୍ର ବେହେରା,ରଞ୍ଜନ କୁମାର ଦାସ, ଅଭିନାସ ଦାସ, ପ୍ରଶନ୍ନ କୁମାର ସ୍ବାଇଁ, ବିଜୟ କୁମାର ସ୍ବାଇଁ ଆଦି ଯୋଗ ଦେଇଥିଲେ

SPREAD YOUR LOVE WITH YOUR FRIENDS AND FAMILY