Home / ଶୋକ / ବିଦ୍ୟୁତ୍ ଆଘାତରେ ଚାଷୀଙ୍କ ମୃତ୍ୟୁ

ବିଦ୍ୟୁତ୍ ଆଘାତରେ ଚାଷୀଙ୍କ ମୃତ୍ୟୁ

electric

ସତ୍ୟବାଦୀ : ୧୮.୧୦.୨୪
ରିପୋର୍ଟ – ସିଂହାରୀ ଆଲୋକ ଖୁଣ୍ଟିଆ

ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଦାସବିଦ୍ୟାଧରପୁର ପଞ୍ଚାୟତ ଭୀମପୁର ଗ୍ରାମରେ ଘଟିଯାଇଛି ବଡ଼ ଅଘଟଣ, ବିଲ ମଝିରେ ବିଦ୍ୟୁତ୍ ତାର ଝୁଲି ଥିବାରୁ ସକାଳୁ ନିଜ ବିଲକୁ ଯାଉଥିବା ସମୟରେ ବିଦ୍ୟୁତ୍ ତାର ଆଘାତରେ ଚାଲିଯାଇଛି ଚାଷୀଙ୍କ ବହୁ ମୂଲ୍ୟ ଜୀବନ।
ଭୀମ ପୁର ଗ୍ରାମର ମୃତ ଚାଷୀ ହେଉଛନ୍ତି ଡୁଗୁନା ବେହେରା, ବୟସ ୫୦ ପିତା – ନବଘନ ବେହେରା । ଡୁଗୁନା ଙ୍କର ଗୋଟେ ପୁଅ ଏବଂ ଗୋଟେ ଝିଅ ମଧ୍ୟ ରହିଛନ୍ତି। ପରିତାପର ବିଷୟ ଏହିକି ଯେ ବିଦ୍ୟୁତ୍ ବିଭାଗ ପରିଚାଳନା ଦାୟିତ୍ୱରେ ଥିବା ଟାଟା ପାୱାର ସଂସ୍ଥାର ଦାୟିତ୍ଵ ହୀନତା କାର୍ଯ୍ୟ ପାଇଁ ଚାଷୀ ଜଣଙ୍କ ଜୀବନ ଗଲା ବୋଲି ଦାବି କରିଛନ୍ତି ଗ୍ରାମବାସୀ।
ଦେଖଣା ହାରି କହିବା ମୁତାବକ ଡୁଗୁନା ବିଲକୁ ଚାଷ କାମ ରେ ଯାଉଥିବା ସମୟରେ ବିଦ୍ୟୁତ୍ ଖୁଣ୍ଟ ସୋଇ ରହି ଖୁଣ୍ଟର ତାର ଚାଷ ଜମିରେ ଲାଗି ରହିଥିବାରୁ ଚାଷୀ ଜଣଙ୍କୁ ବିଦ୍ୟୁତ୍ ଆଘାତ ଦେଇଥିଲା, ସେହିଠାରେ ଡୁଗୁନା ଙ୍କ ମୃତ୍ୟୁ ହୋଇଛି। ସତ୍ୟବାଦୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିବାର ସୂଚନା ମିଳିଛି

SPREAD YOUR LOVE WITH YOUR FRIENDS AND FAMILY